ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ୩୩ତମ ବାର୍ଷିକ ଉତ୍ସବ ପାଳିତ
ପାରାଦୀପ: ପାରାଦୀପସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୩୩ତମ ବାର୍ଷିକ ଉତ୍ସବ ସୋମବାର ଦିନ ସଂନ୍ଧ୍ୟାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ସାଂସଦ ଡ. ବିଭୂପ୍ରସାଦ ତରାଇ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଶିକ୍ଷା ବିକାଶ ସମିତ ପୂର୍ବ ସମ୍ବାଗ କୋଷାଧ୍ୟକ୍ଷ ରବିନ୍ଦ୍ର କୁମାର ଦାସ, ମୁଖ୍ୟବକ୍ତା ଭାବେ ଶିକ୍ଷାବିକାଶ ସମିତି ପରିଚାଳନା ସମିତି ସଭାପତି ସତ୍ୟନାରାୟଣ ପଟ୍ଟନାୟକ ଯୋଗ ଦେଇଥିଲେ । ଉତ୍ସବରେ ସଭାପତିତ୍ୱ କରିଥିଲେ ପରିଚାଳନା ସମିତି ସଭାପତି ନିରଂଜନ ଖୂିଣ୍ଟିଆ ।

ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସମ୍ପାଦକ ଦିଗମ୍ବର ଖୁିଣ୍ଟିଆ । ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ବିଦ୍ୟାମନ୍ଦରି ପ୍ରଧାନ ଆଚାର୍ଯ୍ୟ ଧରଣୀଧର ପରିଡା । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସହପ୍ରଧାନ ଆଚାର୍ଯ୍ୟା ମମତା କର ।

ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଆଚାର୍ଯ୍ୟା ସସ୍ମିତା ଦାଶ ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଉପସଭାପତି ରଞ୍ଜନ କୁମାର ଧଳ।ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
