ସାମ୍ବାଦିକଙ୍କ ମାତୃବିୟୋଗ: ପୂର୍ଣ୍ଣିମା ଦାସଙ୍କ ପରଲୋକ
ଯୋଡ଼ା – ଚମ୍ପୁଆ ବ୍ଲକ ଅନ୍ତର୍ଗତ ପତଳା ଗ୍ରାମର ବାସିନ୍ଦା ଓ ସମାଜସେବୀ ପୂର୍ଣ୍ଣିମା ଦାସ (୯୨)ଙ୍କ ହଠାତ ପରଲୋକ ଘଟିଛି। ସେ ବଡ଼ବିଲ ମାଟକାମ ବେଡା, ବରପଦା ଛକ ନିକଟରେ ନିଜ ପୁଅଙ୍କ ସହ ବସବାସ କରୁଥିଲେ।ତାଙ୍କ ପରଲୋକର ଖବର ଶୁଣି ବଡ଼ବିଲ ସହିତ ଚମ୍ପୁଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଧର୍ମପରାୟଣ, ସରଳ ଓ ସଂଯମିତ ଜୀବନଯାପନ କରୁଥିବା ପୂର୍ଣ୍ଣିମା ଦାସ ସମାଜସେବା ଓ ଧାର୍ମିକ କାର୍ଯ୍ୟରେ ସଦା ସକ୍ରିୟ ଥିଲେ। ତାଙ୍କ ସରଳ ଆଚରଣ ଓ ସେବାମୂଳକ କାର୍ଯ୍ୟ ଦ୍ୱାରା ସେ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ସମ୍ମାନ ଅର୍ଜନ କରିଥିଲେ।ତାଙ୍କ ଶେଷକୃତ୍ୟ କାରୋ ନଦୀ କୂଳରେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ତାଙ୍କର ଦୁଇ ପୁଅ, ଦୁଇ ଝିଅ, ନାତି–ନାତୁଣୀ ସହ ପରିବାରବର୍ଗ ଉପସ୍ଥିତ ଥିଲେ। ବହୁ ସଂଖ୍ୟକ ସାମ୍ବାଦିକ ସହକର୍ମୀ, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଉପସ୍ଥିତ ରହି ଶେଷ ଦର୍ଶନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ।
