ବିଶିଷ୍ଟ ଲେଖିକା ଶ୍ରୀମତୀ ପ୍ରତିଭା ରାୟଙ୍କ ରଚିତ ‘ଦୟାନଦୀରୁ ନିରଞ୍ଜନା’ ଉପନ୍ୟାସର ପାଠକାର୍ପଣ
କେନ୍ଦ୍ର ଶିକ୍ଷାମନ୍ତ୍ରୀ Dharmendra Pradhan ଙ୍କ କରକମଳରେ ବିଶିଷ୍ଟ ଲେଖିକା ଶ୍ରୀମତୀ ପ୍ରତିଭା ରାୟଙ୍କ ରଚିତ ‘ଦୟାନଦୀରୁ ନିରଞ୍ଜନା’ ଉପନ୍ୟାସର ପାଠକାର୍ପଣ ହୋଇଛି ।ସମାଜ, ନାରୀ ସଶକ୍ତିକରଣ ତଥା ମାନବୀୟ ସଂବେଦନଗୁଡ଼ିକୁ ଏକ ସ୍ୱତନ୍ତ୍ର ସ୍ୱର ଦେଇଥିବା ଶ୍ରୀମତୀ ରାୟ ଆଧୁନିକ ଓଡ଼ିଆ ସାହିତ୍ୟ ଜଗତର ଜଣେ ଉତ୍କୃଷ୍ଟ ସ୍ତମ୍ଭ । ତାଙ୍କର ଏହି ସୃଜନ କୃତି ନିଶ୍ଚିତ ଭାବରେ ସାରସ୍ୱତ ସମାଜରେ ଆଦୃତ ଲାଭ କରିବା ସହିତ ସାମାଜିକ ଚେତନାକୁ ଏକ ନୂତନ ଦିଗ ପ୍ରଦାନ କରିବ ।
