February 26, 2026
Home » କଂଗ୍ରେସ ଏସସି ସେଲ ପକ୍ଷରୁ ବରଗଡ଼ ବରପାଲିରେ ମନରେଗା ବଞ୍ଚାଅ କାର୍ଯ୍ୟକ୍ରମ

କଂଗ୍ରେସ ଏସସି ସେଲ ପକ୍ଷରୁ ବରଗଡ଼ ବରପାଲିରେ ମନରେଗା ବଞ୍ଚାଅ କାର୍ଯ୍ୟକ୍ରମ

0
WhatsApp Image 2026-01-21 at 8.43.11 PM

ଭୁବନେଶ୍ୱର:  ବରପାଲି ପୌରାଞ୍ଚଳ ର ୧୧ ନମ୍ବର ୱାର୍ଡ ରେ ଥିବା ଯାଦବ କଲ୍ୟାଣ ମଣ୍ଡପ ଠାରେ ଶତାଧିକ ଲୋକଙ୍କୁ ନେଇ ‘ମନରେଗା’ ବଞ୍ଚାଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବରଗଡ଼ ଜିଲ୍ଲା କଂଗ୍ରେସ ଅନୁସୂଚିତ ଜାତି ବିଭାଗର ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ଅଭିଷେକ ସେଠ୍ ଏହି କାର୍ଯ୍ୟକ୍ରମର ସଭାପତିତ୍ବ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଆଇନଜୀବୀ ମାନସ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟ ରେ କହିଥିଲେ ଯେ, ରଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଙ୍କ ସମ୍ମାନରେ ମନରେଗା ଅଧିନିୟମ ଅଣାଯାଇ ଦେଶର କୋଟି କୋଟି ଗରିବ ଲୋକଙ୍କୁ କାମ ପାଇବାର ଅଧିକାର ଦିଆଯାଇଥିଲା ଏବଂ ମୋଦି ସରକାରଙ୍କର କଣ ଏମିତି ଆବଶ୍ୟକତା ପଡ଼ିଲା ଯେ ସେ ମନରେଗା କୁ ବଦଳେଇ “ଭି ବି – ଗ୍ରାମଜୀ” ଯୋଜନା ଆଣିଲେ ।

ଦକ୍ଷିଣ ପନ୍ଥି ଚିନ୍ତାଧାରା ରେ ଅନୁପ୍ରାଣିତ ହୋଇ ମୋଦି ସରକାର ଏହି କାର୍ଯ୍ୟ କରିଛନ୍ତି ଯାହା ଦ୍ଵାରା କୋଟି କୋଟି ଗରିବ ଭାରତବାସୀ ନିଜର ଶହେ ଦିନର କାମ କରିବାର ଅଧିକାର ହରେଇଲେ କିନ୍ତୁ କଂଗ୍ରେସ ଦଳ ଏପରି ସ୍ୱେଚ୍ଛାଚାରିତାକୁ ବରଦାସ୍ତ ଜରିବ ନାହିଁ ଓ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନେତୃତ୍ଵରେ ଓଡ଼ିଶାର ଘରେ ଘରେ କଂଗ୍ରେସ ଦଳ ପହଞ୍ଚିବ ଏବଂ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ ଓ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ଭାଜପା ସରକାରକୁ ଏହାର ଜବାବ ଦେବେ ।ଉକ୍ତ କାର୍ଯ୍ୟକ୍ରମରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ର ସମ୍ପାଦକ ଶ୍ରୀ ପାଣ୍ଡବ କର୍ଣ ଯୋଗ ଦେଇ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ନାମକୁ ମନରେଗା ରୁ କାଟି ମୋଦି ସରକାର ଯେଉଁ ଭୁଲ କରିଛି ଆଗାମୀ ଦିନରେ କଂଗ୍ରେସ ଦଳ ଓ ଦେଶବାସୀ ଏହାର ଉପଯୁକ୍ତ ଜବାବ୍ ଭୋଟ ମାଧ୍ୟମରେ ଦେବେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅନୁସୂଚିତ ଜାତି ବିଭାଗ ର ଉପାଧ୍ୟକ୍ଷ ଶ୍ରୀ ରଞ୍ଜନ ସେଠି, ସମ୍ପାଦକ ଶ୍ରୀ ସତ୍ୟନାରାୟଣ ସେନାପତି, ବରିଷ୍ଠ ନେତା ଆନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ଓ ସଭା ଶେଷରେ ବରପାଲି ଏନ ଏ ସି ର ୧୧ ନମ୍ବର ୱାର୍ଡ କାଉନସିଲର ଶ୍ରୀ ସରୋଜ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *