ଜୟପୁରରେ ଉଦଘାଟିତ ‘ସୈାଭାଗ୍ୟ ଓଡିଶା’ ସମ୍ବାଦପତ୍ର
କୋରାପୁଟ :ଦ୍ରୁତଗତି ବୈଜ୍ଞାନିକ ଓ ଡିଜିଟାଲ ଯୁଗରେ ସତ୍ୟ, ନିଷ୍ଠା ଓ ଲୋକସ୍ୱାର୍ଥକୁ ମୂଳ ମନ୍ତ୍ର କରି ନୂତନ ସମ୍ବାଦପତ୍ର ସୈାଭାଗ୍ୟ ଓଡିଶା ଆଜି କୋରାପୁଟ ଜିଲ୍ଲା ଜୟପୁର ସହରର ଏକ କଲ୍ୟାଣ ମଣ୍ଡପ ଠାରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି । ଏହି ଉନ୍ମୋଚନ ସମାରୋହ ଓଡ଼ିଆ ସାମ୍ବାଦିକତା ଜଗତରେ ଏକ ନୂଆ ଆଶା ଓ ସଙ୍କଳ୍ପର ସୂଚନା ଦେଇଛି ।

ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ କେବିକେ ସମାଚାରର ସମ୍ପାଦକ ଶ୍ରୀଯୁକ୍ତ ବିନୋଦ ମହାପାତ୍ର ଯୋଗ ଦେଇ ସାମ୍ବାଦିକତା ସତ୍ୟକୁ ନିର୍ଭୀକ ଭାବେ ପ୍ରକାଶ କରିବା ଓ ଅନ୍ୟାୟ-ଦୁର୍ନୀତିର ବିରୋଧରେ ସ୍ୱର ଉଠାଇବାକୁ ସାମ୍ବାଦିକଙ୍କ ମୂଳ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରିଥିଲେମୁଖ୍ୟବକ୍ତା ଭାବେ ଉପସ୍ଥିତ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଦାଶ, ଜୟପୁର ପ୍ରମେୟର ସଂସ୍କରଣ ମୁଖ୍ୟ, ସାମ୍ବାଦିକତାର ନୈତିକତା ଓ ନିଷ୍ପକ୍ଷତା ଉପରେ ଗୁରୁତ୍ୱ ଦେଇ ସୈାଭାଗ୍ୟ ଓଡିଶାସାଧାରଣ ଲୋକଙ୍କ ସ୍ୱର ହେବ ବୋଲି ଆଶା ପ୍ରକାଶ କରିଥିଲେ ।ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ମତ୍ସ୍ୟ ଉପ ନିର୍ଦ୍ଦେଶକ ଅରୁଣ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ଭି. ଭାସ୍କର ରାଓ ଯୋଗ ଦେଇ ସମ୍ବାଦପତ୍ରର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସୈାଭାଗ୍ୟ ଓଡିଶା ନିଷ୍ପକ୍ଷ, ସାହସୀ ଓ ଲୋକମୁଖୀ ସାମ୍ବାଦିକତାର ପଥରେ ଅଗ୍ରସର ହେବ ବୋଲି ଆଶା କରାଯାଉଛି ।ଏହି ଅବସରରେ ଜୟପୁର ଓ କୋରାପୁଟ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କ ଉପସ୍ଥିତି ସମାରୋହକୁ ଅଧିକ ଗରିମାମୟ କରିଥିଲା । “
