ମଙ୍ଗଳା ଫୁଟବଲ କ୍ଲବ କଟକ ୫ – ୦ ରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ
ନୟାଗଡ଼:ନୟାଗଡ଼ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ୫ ମ ଦିନର ଖେଳରେ ଉତ୍କଳ ସ୍ପୋଟିଁ କ୍ଲବ ଖୋର୍ଦ୍ଧା ରୋଡ଼ ଜଟଣୀ ଏବଂ ମଙ୍ଗଳା ଫୁଟବଲ କ୍ଲବ କଟକ ପରସ୍ପରକୁ ଭେଟିଥିଲେ। ପ୍ରଥମାର୍ଦ୍ଧରେ କଟକ ଦଳର ୮ ନମ୍ବର ଜର୍ଶିରେ ଥିବା ଖେଳାଳି ପବିତ୍ର ପ୍ରଧାନ ଖେଳର ୮ ମିନିଟ୍ ସମୟରେ , ୩୩ ମିନିଟ୍ ସମୟରେ ଏବଂ ୭୦ ମିନିଟ୍ ସମୟରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ କଟକ ଦଳକୁ ଅଗ୍ରଣୀ କରିଚାଲିଥିବାବେଳେ ଶେଷ ମୁହୂର୍ତ୍ତରେ ପବିତ୍ର ପୁଣି ଆଉ ଏକ ଗୋଲ୍ ଦେଇ ଥିଲେ। କଟକ ଦଳର ୨୩ ନମ୍ବର ଜର୍ଶିର ଖେଳାଳି ସୁନିଲ ସୋରେନ ଆଉ ଏକ ଗୋଲ୍ ଦେଇଥିଲେ। କଟକ ମଙ୍ଗଳା କ୍ଲବ ସର୍ବମୋଟ ୫ଟି ଗୋଲ ଦେଇ ୫ – ୦ରେ ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଲା ।

ମଞ୍ଚରେ ବିଶିଷ୍ଟ ସମାଜସେବୀ ଇରାନୀ ରାୟ, ନୟାଗଡ଼ ବ୍ଲକ୍ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଚଳଚ୍ଚିତ୍ର ପ୍ରଯୋଜକ, ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ମଧ୍ୟାନ୍ତରରେ ଖେଳାଳୀ ମାନଙ୍କ ସହିତ କର ମର୍ଦ୍ଦନ କରି ପ୍ରୋତ୍ସାହିତ କରିଥିଲେ । ମୁଖ୍ୟ ରେଫରୀ ଭାବେ ଆନର୍ଜାତିକ ବିବେଚିତ ରେଫରୀ ରାଜୁ ମହାନ୍ତି ଆଜିର ଖେଳ ପରିଚାଳନା କରିଥିଲାବେଳେ, ଲାଇନରେ ସହାୟତା କରିଥିଲେ ପ୍ରସନ୍ନ ନାୟକ,ସରୋଜ ମହାରଣା ।ଜ୍ୟୋତି ପ୍ରକାଶ ସ୍ବାଇଁ ୪ର୍ଥ ରେଫରୀ ଭାବେ କାର୍ଯ୍ୟ କରିଥିଲେ। ୭୮୬ ୟୁଥ୍ କ୍ଳବର ସଭାପତି ଶେଖ୍ ୟୁଶୁବ୍,ଶରିଫ ଖାଁ, ଶେଖ୍ ନଇଁମ, ସମ୍ପାଦକ ଅନାୱର୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଚାର କରିଥିଲେ।ଆସନ୍ତା କାଲି ଦ୍ଵିତୀୟ ସେମିଫାଇନାଲ ଖେଳରେ ପରସ୍ପରକୁ ଭେଟିବେ ଓଡ଼ିଶା ପୋଲିସ କଟକ ଓ ମଙ୍ଗଳା ଫୁଟବଲ କ୍ଲବ କଟକ । ଆଜିର ଖେଳରେ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଲାଭ କରିଥିଲେ ମଙ୍ଗଳା କ୍ଳବ୍ କଟକ ଦଳର ୮ ନମ୍ବର ଜର୍ଶିରେ ଥିବା ଖେଳାଳି ପବିତ୍ର ପ୍ରଧାନ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
