February 3, 2026
Home » ଜିଲ୍ଲା କଂଗ୍ରେସ ଭବନରେ ନେତାଜୀଙ୍କ ୧୨୯ତମ ଜନ୍ମ ଜୟନ୍ତୀ ପାଳିତ

ଜିଲ୍ଲା କଂଗ୍ରେସ ଭବନରେ ନେତାଜୀଙ୍କ ୧୨୯ତମ ଜନ୍ମ ଜୟନ୍ତୀ ପାଳିତ

0
WhatsApp Image 2026-01-23 at 9.08.02 PM

କେନ୍ଦୁଝର ଜିଲ୍ଲା କଂଗ୍ରେସ ଭବନରେ ମହାନ କ୍ରାନ୍ତିକାରୀ ସ୍ଵାଧୀନତା ସଂଗ୍ରାମୀ ଦେଶଭକ୍ତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ନେତାଜୀ କଟକ ସହରରେ ଜନ୍ମ ହୋଇ ପାଠ ପଢିଥିଲେ। ଜାତୀୟ କଂଗ୍ରେସର ନେତୃତ୍ୱ ନେବା ସହ ବ୍ରିଟିଶ ବିରୁଦ୍ଧରେ ଲଢ଼ି ଦେଶରେ ଉନ୍ମାଦନା ସୃଷ୍ଟି କରିଥିଲେ। ସେ ମୋହନ ଦାସ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀ ଜାତିର ପିତା ବୋଲି ସମ୍ବୋଧନ କରି ଦେଶବାସୀଙ୍କୁ ଉଚିତ ନେତୃତ୍ୱର ମାର୍ଗଦର୍ଶନ କରିଥିଲେ ଯାହା ଆଜି ମଧ୍ୟ ଆମକୁ ଅନୁପ୍ରାଣିତ କରିଥିଲେ। ଏହି ମହାନ ଦେଶ ଭକ୍ତ ସମସ୍ତଙ୍କର ତେଣୁ ତାଙ୍କୁ ସମସ୍ତେ ଭକ୍ତିର ସହ ସ୍ମରଣ କରୁଛନ୍ତି ବୋଲି ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀ ମାନେ କହିଥିଲେ। ପ୍ରଥମେ ନେତାଜୀଙ୍କ ଫଟୋଚିତ୍ର ଆଣି ସେଥିରେ ପୁଷ୍ପ ଦେଇ ଧୂପ ଦୀପ ଦେଇ ପୂଜା କରାଯାଇ ଥିଲା। ସମସ୍ତେ ପ୍ରଣାମ କରିବା ସହ ନେତାଙ୍କୁ ସ୍ମରଣ କରିଥିଲେ। ଆଜି ଏହି କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ସୁବର୍ଣ୍ଣ ନାୟକ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ଡିସିସି ସଭାପତି ମୋହନ ଚରଣ ପରିଡ଼ା,ବରିଷ୍ଠ କଂଗ୍ରେସ ନେତା ରତ୍ନାକର ଜେନା, ରଘୁନାଥ ପାତ୍ର, ଲଳିତ ମୋହନ ନାୟକ, ଉତ୍ତମ କୁମାର ସାହୁ,ଦିଲୀପ କୁମାର ଜେନା,ପ୍ରଫୁଲ୍ଲ ପାତ୍ର, ମହମ୍ମଦ ରାଜା ଖାନ,ସୁଶାନ୍ତ ଜେନା, ଚିନ୍ମୟ ଜେନା,ଲୋକନାଥ ଟୁଡୁ, ଜ୍ୟୋତି ପ୍ରକାଶ ଗିରି,ନରେଶ ସୋନକର ଆଦି ବହୁ କର୍ମୀ ମଧ୍ୟ ଯୋଗ ଦେଇଥିଲେ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *