୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ପଟାଭାଡ଼ି ବିଦ୍ୟାଳୟ ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ଭାବେ ପୁରସ୍କୃତ
ସୁବର୍ଣ୍ଣପୁର: ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ସୋନପୁର ସହରସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଟାଭାଡି ସୁବର୍ଣ୍ଣପୁର ଜିଲ୍ଲା ର ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ଭାବରେ ଜିଲ୍ଲାପାଳ ଡ଼. ନୃପରାଜ୍ ସାହୁଙ୍କ ଠାରୁ ମାନପାତ୍ର ଓ ମେଡାଲ ଗ୍ରହଣ କରିଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସନ୍ଧ୍ୟାରାଣୀ ମିଶ୍ର ନିଜର ଖୁସି ବ୍ୟକ୍ତ କରିବା ସହ ସବୁ ଶ୍ରେୟ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁଜାତା ମିଶ୍ରଙ୍କ ଅବଦାନ,ଅଭିଭାବକ ତଥା SMC ସଭ୍ୟ ସଭ୍ୟା, ପିଲାଙ୍କ ଭଲ ପାଇବା ପାଇଁ ସମ୍ଭବ ହୋଇ ପାରିଛି ବୋଲି ପ୍ରକାଶ କରିଛନ୍ତି l ଏହା ସହ ପ୍ରଧାନ ଶିକ୍ଷୟିତ୍ରୀ ଗଡଭିତର୍ କ୍ଲଷ୍ଟର ସି.ଆର.ସି.ସି. ବୁଦ୍ଧଦେବ ସା, ବ୍ଲକ୍ ଶିକ୍ଷାଧିକାରୀ ଲକ୍ଷ୍ମଣ ମିଶ୍ର, ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଫକିର ଚରଣ ଭୋଇ ଓ ଅତିରିକ୍ତ ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ପଣ୍ଡା ଓ ଜିଲ୍ଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଳ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର ଙ୍କ ଠାରେ ନିଜର କୃତଜ୍ଞତା ଜ୍ଞାପନ କହିଛନ୍ତି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ
