August 21, 2026
Home » ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣ ତନ୍ତ୍ର ଦିବସ ୨୦୨୬ ପାଳିତ

ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣ ତନ୍ତ୍ର ଦିବସ ୨୦୨୬ ପାଳିତ

0
WhatsApp Image 2026-01-27 at 11.08.15 AM (2)

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ସଦର ମହକୁମା ରିଜର୍ଭ ପୋଲିସ ପଡ଼ିଆରେ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜିତ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣ ତନ୍ତ୍ର ଦିବସ ୨୦୨୬ ପାଳନ ସମାରୋହ ରେ ମାନ୍ୟବର ମୂଖ୍ୟ ଅତିଥି ଭାବେ ମନ୍ତ୍ରୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର,ଇଲୋକଟ୍ରୋନିସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଡଃ ମୁକେଶ ମହଲିଙ୍ଗ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଜିଲ୍ଲାବାସୀ ଙ୍କୁ ସମ୍ବୋଧିତ କରିବା ସହିତ ଦେଶର ସୁରକ୍ଷାରେ ସହୀଦ ସୋଇଥିବା ଦେଶଭକ୍ତ ମାନଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ,ଜାତି ଉଦ୍ଦେଶ୍ୟରେ ଉଦବୋଧନ ଦେବା ସହ ଡବଲ ଇଞ୍ଜିନ ସରକାର ଙ୍କର ପ୍ରତିଶୃତି ଦେଇ ପାଳନରେ ସାଧାରଣ ଲୋକଙ୍କୁ ସରକାର ସାଧାରଣ ଲୋକଙ୍କ ହାତମୁଠାକୁ ଟାଣ କରିବା ସହିତ କେନ୍ଦ୍ରରେ ସୁଶାସନ ର ଜଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ବିଭିନ୍ନ ଯୋଜନା ଗୁଡିକ ର ସଫଳତା ଓ ଗୁଣାତ୍ମକ ବୃଦ୍ଧି ଏବଂ ରାଜ୍ୟ ରେ ମୂଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀଙ୍କ ଲୋକ ଙ୍କ ସରକାର ଚାଷ ଠାରୁ ଆରମ୍ଭ କରି ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟ,ନାରିସଶକ୍ତିକରଣ, ଓଡ଼ିଆ ଅସ୍ମିତା,ସୂଭଦ୍ରା ଯୋଜନା ସଫଳତା ର ଗୁଣଗାନ କରିଥିଲେ, ଲୋକଙ୍କ ହାତମୁଠାକୁ ଟାଣ କରିବା ବିକଶିତ ଭାରତ, ବିକଶିତ ଓଡ଼ିଶା ଗଠନ କରିବାର ଲକ୍ଷ ପୂରଣ କରିବା ଭଳି ହୃଦୟକମ୍ପା ଉଦବୋଧନ ପ୍ରଦାନ କରିଥିଲେ।

ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣ ତନ୍ତ୍ର ଦିବସ ୨୦୨୬ ପାଳନ ଅବସରରେ ୩୧ ଗୋଟି ପ୍ଲାଟୁନ ପ୍ୟାରେଡ ପରିବେଷଣ କରିଥିଲେ,୮ ଗୋଟି ବିଭାଗ/ ସଂସ୍ଥା ସେମାନଙ୍କ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରିଥିଲେ ଏବଂ ତିନୋଟି ଦଳ ମାସ ଡିଲ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମାଓଦମନ ରେ ଉଲ୍ଲେଖନୀୟ ସଫଳତା ପାଇଁ ୭ଜଣ ସୁରକ୍ଷା କର୍ମୀ ଓ ଗଞ୍ଜେଇ ଚୋରା ଚାଲାଣ ଓ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବା ଦିଗରେ ସଫଳତା ପାଇଁ ୩ଜଣ ପୋଲିସ ଅଧିକାରୀ, ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ, ଶ୍ରେଷ୍ଠ ପ୍ୟାରେଡ ଦଳ,ମାସଡିଲ କୁ ମାନ୍ୟବର ମନ୍ତ୍ରୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ ବ୍ୟାପାର ଇଲୋକଟ୍ରୋନିସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଡଃ ମୁକେଶ ମହଲିଙ୍ଗ, ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲିକ, କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ ଓ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ହରିଶ ବି. ଶି ପୁରସ୍କାର ବିତରଣ କରିଥିଲେ।

ଏହି ଅବସରରେ ବହୁ ବରିଷ୍ଠ ପୋଲିସ ଅଧିକାରୀ, ପ୍ରଶାସନ ଅଧିକାରୀ, ଫୁଲବାଣୀ ବି. ଡି.ଓ,ଲୋକ ପ୍ରତିନିଧି, ସମସ୍ତ ଗଣମାଧ୍ୟମର ପ୍ରତିନିଧି ,ପଡିଆର ଚତୁଃପାର୍ଶ୍ଵରେ ବହୁ ସଂଖ୍ୟା ରେ ଜନଗହଳି ପୂର୍ଣ୍ଣ ହୋଇଥିଲା। ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗଦାଧର ପାତ୍ର ଅତିସୁନ୍ଦର ଭାବରେ ସୁପରିଚାଳନା କରିଥିଲେ।

ପ୍ୟାରେଡ ସରିବା ପରେ ପରେ ମାନ୍ୟବର ମନ୍ତ୍ରୀ ଜିଲ୍ଲା କାରାଗାରରେ ମିଷ୍ଠାନ୍ନ ବଣ୍ଟନ, ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ ସାଇକେଲ ନାଲି, ରକ୍ତଭଣ୍ଡାର ଠାରେ ରକ୍ତଦାନ ଶିବିରର ଉଦଘାଟନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗିଙ୍କୁ ଫଳ ବଣ୍ଟନ,ସାର୍ତ୍ତାଗୁଡା ବୃଦ୍ଧା ଶ୍ରମର ଅନ୍ତେବାସୀ ଙ୍କୁ ଫଳ ବଣ୍ଟନ, ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କୁ ମିଷ୍ଠାନ ବଣ୍ଟନ ଓ ପାଠ୍ୟ, କ୍ରିଡ଼ା ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ,ସ୍ବାଧାର ଗୃହ ର ଅନ୍ତେବାସୀ ଙ୍କୁ ମିଷ୍ଠାନ୍ନ ଓ ଫଳ ବଣ୍ଟନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଅବସରରେ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲିକ, କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ ଓ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ହରିଶ ବି.ଶି ଉପସ୍ଥିତ ରହି ଥିଲା ବେଳେ ରିଜର୍ଭ ପୋଲିସ ପଡ଼ିଆରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବାର ଆସୋସିଏସନ୍ ଓ ପ୍ରେସ ଏକାଦଶ ମଧ୍ୟରେ କ୍ରିକେଟ ସେଚ ଅନୁଷ୍ଠିତ ସୋଇଥିଲା,ସନ୍ଧ୍ୟାରେ ଗାନ୍ଧୀ ସ୍ମୃତି ଭବନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ସୋଇଥିଲା ଦର୍ଶକ ମାନଙ୍କୁ ଜୁଲାଇ ଥିଲା ଆନନ୍ଦ ଉଲ୍ଲାସର ୭୭ତମ ସାଧାରଣ ତନ୍ତ୍ର ଦିବସ ୨୦୨୬ ପାଳିତ ହୋଇଯାଇଛି।

 

ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।