October 22, 2024
Home » ପାରାଦୀପ ବନ୍ଦର ପକ୍ଷରୁ ୪୭ ତମ ବିଶ୍ୱ ସାମୁଦ୍ରିକ ଦିବସ ପାଳିତ

ପାରାଦୀପ ବନ୍ଦର ପକ୍ଷରୁ ୪୭ ତମ ବିଶ୍ୱ ସାମୁଦ୍ରିକ ଦିବସ ପାଳିତ

0

 

ପାରାଦୀପ – ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ୪୭ତମ ବିଶ୍ୱ ସାମୁଦ୍ରିକ ଦିବସ ବୁଧବାର ଦିନ ପାଳିତ ହୋଇଯାଇଛି l ଏହି ଅବସରରେ ମେରାଇନ ସାଇଟ ରେ ବନ୍ଦର ଉପ ସରଂକ୍ଷକ କ୍ୟାପଟେନ ଅଲେଖ ଚନ୍ଦ୍ର ସାହୁ ବିଶ୍ୱ ସାମୁଦ୍ରିକ ଦିବସ ପତାକା ଉତ୍ତୋଳନ କରିଥିଲେ l ଏଥିରେ ପାରାଦୀପ ବନ୍ଦରର ବରିଷ୍ଠ ଅଧିକାରୀ, ମେରାଇନ ବିଭାଗର ଅଧିକାରୀ ଏବଂ ଓଡିଶା ମେରିଟାଇମ ଏକାଡେମୀ ର ଛାତ୍ର ମାନେ ଉପସ୍ଥିତ ଥିଲେ l

ଏହି ପରିପ୍ରେକ୍ଷୀରେ ଏକ ସଚେତନତା ରାଲି ବନ୍ଦର ସହର ପରିକ୍ରମା କରାଯାଇଥିଲା l ସନ୍ଧ୍ୟାରେ ଅଫିସର୍ସ କ୍ଲବ ଠାରେ ‘ନୌ ଚଳାଚଳ ର ଭବିଷ୍ୟତ ଓ ସୁରକ୍ଷା ପ୍ରଥମ’ ବିଷୟବସ୍ତୁ ଉପରେ ଆଧାରିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ ବନ୍ଦର ମେରାଇନ ଇଞ୍ଜିନିୟର ଏମ.କେ.ମହନ୍ତ ଓ ପାଇଲଟ ଏସ.ଏସ.ମିଶ୍ର ଯୋଗଦେଇ ନୌଚଳାଚଳ ର ଭବିଷ୍ୟତ ଓ ସୁରକ୍ଷା ଉପରେ ନିଜର ବକ୍ତବ୍ୟ ରଖିଥିଲେ l ସୂଚନାଥାଉକି,୧୯୭୮ ମସିହା ମାର୍ଚ୍ଚ ୧୭ ତାରିଖ ରେ ବିଶ୍ୱ ସାମୁଦ୍ରିକ ଦିବସ ପାଳନ କରାଯାଇଥିଲା ଏବଂ ସେହି ଦିନଠାରୁ ପ୍ରତିବର୍ଷ ସେପ୍ଟେମ୍ବର ମାସର ଶେଷ ସପ୍ତାହରେ ବିଶ୍ୱ ସାମୁଦ୍ରିକ ଦିବସ ପାଳନ କରାଯାଉଛି l

Leave a Reply

Your email address will not be published. Required fields are marked *