ଜେଏସଡବ୍ଲୁ ଉତ୍କଳ ଷ୍ଟିଲ କାର୍ଯ୍ୟାଳୟ ପରିସରରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ
ପାରାଦୀପ ସ୍ଥିତ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ କାର୍ଯ୍ୟାଳୟ ପରିସରରେ ୭୭ ତମ ସାଧାରତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜେଏସଡବ୍ଲୁ ଗ୍ରୁପର ବରିଷ୍ଠ ଅଧିକାରୀ କିନଶୁକ ରୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।ଦେଶର ସ୍ବାଧୀନତା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ସେହି ମହାନ ସ୍ବାଧିନତା ସଂଗ୍ରାମୀ ମାନଙ୍କୁ ପ୍ରଣାମ ଜଣାଇଥିଲେ।ଭାରତ ବର୍ଷର ଐତିହ୍ୟ,ତଥା ବିଭିନ୍ନ ଦିଗରେ ଏହାର ଉତ୍କର୍ଷତା ଆଜି ଅନେକ ସଫଳତା ଆଣି ପାରିଛି।ଏଥି ସହିତ ଜେଏସଡବ୍ଲୁ କମ୍ପାନୀର ଆଭିମୁଖ୍ୟ ଓ ଏହାର ଅଭିବୃଦ୍ଧି ସମ୍ପର୍କରେ ଅବଗତ କରାଇଥିଲେ।ଏହି ଅବସରରେ କମ୍ପାନୀର ସୁରକ୍ଷା ବିଭାଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁରକ୍ଷାକର୍ମୀ ଓ ପ୍ରକଳ୍ପ ଅଞ୍ଚଳରେ କାର୍ଯ୍ୟ କରୁଥିବା କ୍ଷେତ୍ର କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ପରେ ସୁରକ୍ଷା କର୍ମଚାରୀ ମାନଙ୍କ ପକ୍ଷରୁ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ପ୍ରୋଜେକ୍ଟ ହେଡ ରାକେଶ କୁମାର ଓଝା,ଏଚଆର ଆଣ୍ଡ ଆଡମିନ ହେଡ ହେମ ପାଣ୍ଡେ ଙ୍କ ସମେତ ସ୍ଥାନୀୟ କାର୍ଯ୍ୟାଳୟର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ ଅଧିକାରୀ, କର୍ମଚାରୀ ମାନେ ଉପସ୍ଥିତ ଥିଲେ।
Paradeep ru Prasanta dash nka report epa news
