ମୃତ ଦାଦନ ଶ୍ରମିକ ଙ୍କ ମର ଶରୀର ନିଜ ଜନ୍ମ ମାଟିକୁ ଆଣିବା ପାଇଁ ଦାବି
ସୁବର୍ଣ୍ଣପୁର — ଆନ୍ଧ୍ର ପ୍ରଦେଶ ରେ ମୃତ୍ୟୁ ବରଣ କରିଥିବା ଦାଦନ ଶ୍ରମିକ ଅରୁଣ ରଣବିଡ଼ା ଙ୍କ ମର ଶରୀର ଜନ୍ମ ମାଟିକୁ ଆଣିବା ସହିତ ଆର୍ଥିକ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରାଯାଇଛି l ଘଟଣା ରୁ ପ୍ରକାଶ ଯେ,ବୌଦ୍ଧ ବ୍ଲକ ଅନ୍ତର୍ଗତ ଟିକରପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁରଗୋରା ଗ୍ରାମର ଅତି ଗରିବ ନିରୀହ ଅରୁଣ ରଣବିଡ଼ା (୩୫) ( ପିତା – ସ୍ବର୍ଗତ ସୁଧାନିଧି ରଣବିଡ଼ା) ଦାଦନ ଶ୍ରମିକ ଭାବରେ ଗତ ୨୦୨୫ ମସିହା ଜୁନ ମାସ ରେ ଆନ୍ଧ୍ର ପ୍ରଦେଶ ରାଜ୍ୟର Guntur ଜିଲ୍ଲା ଅଧୀନସ୍ଥ Peta ଗ୍ରାମର ଏକ ପ୍ରାଇଭେଟ୍ ଲିମିଟେଡ଼ Prasapna Bansi Spinning Mills ରେ କାର୍ଯ୍ୟ କରୁଥିଲେ ।

ସବୁଦିନ ପରି କମ୍ପାନୀ ରେ କାର୍ଯ୍ୟ କରୁଥିବା ବେଳେ ଗତ ୨୯ – ୦୧ – ୨୦୨୬ ରିଖ ଗୁରୁବାର ଅପରାହ୍ନ ସମୟ ରେ ସନ୍ଦେହ ଜନକ ଭାବେ ମୃତ୍ୟୁ ବରଣ କରିଛନ୍ତି । ମୃତ ଦାଦନ ଶ୍ରମିକ ଅରୁଣ ରଣବିଡ଼ା ଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଶାନ୍ତି ମହାନନ୍ଦିଆ ଙ୍କ ସହିତ ଦୁଇଟି ପୁଅ , ଗୋଟିଏ ଝିଅ ଏବଂ ବିଧବା ବୃଦ୍ଧା ମାଆ ଶ୍ରୀମତୀ ନୟନା ରଣବିଡ଼ା ଅତି ଦୁଃଖ କଷ୍ଟରେ ଅପେକ୍ଷାରେ ରହିଛନ୍ତି l ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ଅତି ସମ୍ବେଦନଶୀଳ ଘଟଣା କୁ ବୌଦ୍ଧ ଜିଲ୍ଲା ପ୍ରଶାସନ ସୁବିଚାର କରି ଦାଦନ ଶ୍ରମିକ ଙ୍କ ମର ଶରୀର କୁ ନିଜ ଜନ୍ମ ମାଟିକୁ ଆଣିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ଆର୍ଥିକ କ୍ଷତିପୂରଣ ସହାୟତା ଯୋଗାଇ ଦେବାକୁ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
