February 3, 2026
Home » ଆସନ୍ତା ୬ ରୁ ୮ ପର୍ଯ୍ୟନ୍ତ ଧଉଳି-କଳିଙ୍ଗ ମହୋତ୍ସବ

ଆସନ୍ତା ୬ ରୁ ୮ ପର୍ଯ୍ୟନ୍ତ ଧଉଳି-କଳିଙ୍ଗ ମହୋତ୍ସବ

0
WhatsApp Image 2026-02-03 at 3.53.56 PM

ଆସନ୍ତା ୬ ତାରିଖରୁ ୯ ତାରିଖ ଯାଏଁ ଐତିହାସିକ ଧଉଳି ପାହାଡର ପାଦଦେଶରେ ୨୨ତମ ଧଉଳି କଳିଙ୍ଗ ମହୋତ୍ସବ ଅନୁଷ୍ଠିତ ହେବ। ଏହା ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଡ୍ୟାନ୍ସ ଏକାଡେମିର ଆନୁକୁଲ୍ୟରେ ଅନୁଷ୍ଠିତ ହେବ। ଓଡିଶାକୁ ବିଶ୍ୱମାନଚିତ୍ରରେ ଏକ ପ୍ରମୁଖ ସାଂସ୍କୃତିକ ପର୍ଯ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ପାଇଁ ଏହାର ଲକ୍ଷ୍ୟ। ଏଥିରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ମାଧ୍ୟମରେ ଶାନ୍ତିସ୍ତୁପକୁ ସାକ୍ଷୀ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରେ ବୋଲି ଅନୁଷ୍ଠାନର ମୁଖ୍ୟ ଅରୁଣା ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ବ୍ୟକ୍ତିଙ୍କୁ ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମୁତି ସମ୍ମାନ ପ୍ରଦାନ କରାଯିବ । ଜୀବନବ୍ୟାପୀ ସାଧନା ନିମନ୍ତେ ନାଟ୍ୟ ଜଗତର ଗାରିମାମୟ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ଅନନ୍ତ ମହାପାତ୍ର, ପୂର୍ବତନ ଭାରତୀୟ କୂଟନୈତିଜ୍ଞ ଶ୍ରୀ ଲଳିତ ମାନସିଂହ, ଓଡିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ସିକତା ଦାସ, ଗୁରୁକେଶବ ଚରଣ ରାଉତ, ସଙ୍ଗିତକାର ମନ୍ମଥ ଶତପଥୀ, ଡ. ଚିତ୍ତରଂଜନ ମଲିଆଙ୍କୁ ସମ୍ମାନୀତ କରାଯିବାକୁ ନିଷ୍ପତ୍ତି ହୋଇଛି ।

 

Bhubaneswar epa ru  murali  mishra nka report

Leave a Reply

Your email address will not be published. Required fields are marked *