February 5, 2026
Home » ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପାଇଁ ଦାବି

ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପାଇଁ ଦାବି

0
WhatsApp Image 2026-02-05 at 1.57.01 PM

ସୁବର୍ଣ୍ଣପୁର– ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମପଞ୍ଚାୟତ ଅଧିନସ୍ଥ ବଉଳସିଂହା ଗ୍ରାମର ସ୍କୁଲ ଛକ ଠାରେ ଥଣ୍ଡା ପାନୀୟ ପ୍ରକଳ୍ପ ସ୍ଥାପନ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ। ଏହି ଛକଟି ଏକ ବ୍ୟସ୍ତବହୁଳ ସ୍ଥାନ ହୋଇଥିଲେ ହେଁ ସେଠାରେ ପାନୀୟ ଜଳ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଯାହାଫଳରେ ପଥିକ ଓ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ପ୍ରକାଶ ଯେ ଏହି ଛକଟି ବୌଦ୍ଧ, କଣ୍ଟାମାଳ, ସୋନପୁର ଭଳି ପ୍ରମୁଖ ସ୍ଥାନକୁ ସଂଯୋଗ କରୁଛି । ତେଣୁକରି ପ୍ରତିଦିନ ଏହି ଛକଦେଇ ଶହ ଶହ ଯାନବାହନ ଏବଂ ହଜାର ହଜାର ଯାତ୍ରୀ ଯାତାୟାତ କରୁଛନ୍ତି । କିନ୍ତୁ ବଡ ଦୁଃଖର ବିଷୟ ଲୋକମାନେ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳର କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ଯାହା କି ଗୋଟିଏ ମାତ୍ର ନଳକୂପ ଉପରେ ନିର୍ଭର କରିବାକୁ ପଡୁଛି। ତେବେ ତାହା ମଧ୍ୟ ଲୁହା ଗୁଣ୍ଡ ସହ କମ୍ ପାଣି ବାହାରୁଥିବା ବେଳେ ଲୋକଙ୍କ ପାଇଁ ଏହା ଉପଯୁକ୍ତ ନୁହେଁ। ଏଣୁ ଲୋକେ ବାଧ୍ୟ ହୋଇ ଅଶୁଦ୍ଧ ପାଣି ପିଇ ଶୋଷ ମେଣ୍ଟାଉଛନ୍ତି । ଆଗକୁ ଗ୍ରୀଷ୍ମ ଋତୁ ରହିଛି । ତେବେ ଏଠାରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରି ତାକୁ କାର୍ଯ୍ୟକ୍ଷମ କଲେ ଲୋକେ ସୁବିଧା ରେ ପାନୀୟ ଜଳ ପାଇପାରନ୍ତେ ବୋଲି ଦାବି ହେଉଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *