February 5, 2026
Home » କଂଗ୍ରେସ ର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା

କଂଗ୍ରେସ ର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା

0
WhatsApp Image 2026-02-05 at 9.57.47 AM

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରେ ହେଉଥିବା ଦୁର୍ନୀତି ଏବଂ ସମବାୟ ସମିତି ମାନଙ୍କରେ ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ଆଳି ବ୍ଲକ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଡକ୍ଟର ଦେବସ୍ମିତା ଶର୍ମା ଙ୍କ ନେତୃତ୍ୱରେ ଆଳି ସମବାୟ ବ୍ୟାଙ୍କ ସମୁଖରେ ଧାରଣା ସହିତ ପ୍ରତିବାଦ କରାଯାଇଥିଲା, ଚାଷୀ ମାନଙ୍କୁ ଋଣ ପ୍ରଦାନ ରେ ପାତର ଅନ୍ତର ଚାଷୀଙ୍କ ଏକାଉଣ୍ଟରୁ ଚାଷୀ ଅଜାଣତରେ ଟଙ୍କା ଉଠାଣ ପରି ଖୁଲମଖୁଲା ଦୁର୍ନୀତି ହେଉଥିଲେ ବି ଉପରିସ୍ଥ ଅଧିକାରୀ ନିରବଦ୍ରଷ୍ଟା ସାଜିବା ଚର୍ଚ୍ଚା ହେଉଛି, ତଦନ୍ତ ଆଳରେ ବିଭିନ୍ନ ପାକ୍ସ ରେ ଯଥା ପୂର୍ବଂ ତଥା ପରଂ ନୀତିରେ ଚାଲୁଚି ସମିତି,ଚାଷୀ ଙ୍କ ଉର୍ନ୍ନତି ରେ ଦେଶର ବିକାଶ ନାଁ ରେ ଡିଣ୍ଡିମ ପିଟୁଥିବା ସରକାର ଚାଷୀ ମାରଣ ନୀତିରେ ପଡିଛି,ଧାନ କିଣାରେ ଚାଷୀ ଆଜି ଡହଳ ବିକଳ,ହନ୍ତ ସନ୍ତ, ଗୁହାରି କରିବେ କାହାକୁ କେହି କାହା କଥା ଶୁଣୁ ନାହାନ୍ତି ଧାନ କିଣାରେ ଚାଲିଛି ମିଲର ରାଜ, ଯାହା ସମବାୟ ସଂସ୍ଥା ର ବିକଳ ଚିତ୍ର ସତେ ଯେମିତି ଦାଣ୍ଡରେ ପଡି ହାଟରେ ଗଡୁଛି, ଏହି ପରିପ୍ରେକ୍ଷୀରେ ଆଳି ବ୍ଲକ କଂଗ୍ରେସ ଏକ ପ୍ରତିବାଦରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛି,ଏହି ଧାରଣା ରେ ବ୍ଲକ ସଭାପତି ରବିନାରାୟଣ ବେହେରା ଜିଲ୍ଲା ଉପ ସଭାପତି ସୌଭାଗ୍ୟ ରାଉତ ଜୟଦେବ ପରିଡା କୃଷକ ମୋର୍ଚା ସଭାପତି ମାନଗୋବିନ୍ଦ ଦାସ ଜୋନ ସଭାପତି ରାକେଶ ଦାସ ବିଜୟ ସାମଲ ଉତ୍ତମ ମଲ୍ଲିକ ରଞ୍ଜନ ମଲ୍ଲିକ ଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ,

Leave a Reply

Your email address will not be published. Required fields are marked *