February 7, 2026
Home » ପୁଣି ବଡ଼ଦାଣ୍ଡରେ ବ୍ୟବସାୟ ଆରମ୍ଭ କଲେ ବଡ଼ଦାଣ୍ଡ ରୁ ଉଛେଦ ହୋଇଥିବା ଉଠା ଦୋକାନୀ।

ପୁଣି ବଡ଼ଦାଣ୍ଡରେ ବ୍ୟବସାୟ ଆରମ୍ଭ କଲେ ବଡ଼ଦାଣ୍ଡ ରୁ ଉଛେଦ ହୋଇଥିବା ଉଠା ଦୋକାନୀ।

0
Screenshot 2026-02-07 152101

ପୁଣି ବଡ଼ଦାଣ୍ଡରେ ବ୍ୟବସାୟ ଆରମ୍ଭ କଲେ ବଡ଼ଦାଣ୍ଡ ରୁ ଉଛେଦ ହୋଇଥିବା ଉଠା ଦୋକାନୀ। ସରକାର କିମ୍ବା ପ୍ରଶାସନ ଉଛେଦ ହୋଇଥିବା ଉଠା ଦୋକାନୀଙ୍କର ଦାବି ପୂରଣ କରୁନଥିବାରୁ ଏହାର ପ୍ରତିବାଦରେ ବଡ଼ଦାଣ୍ଡରେ ଉଠା ଦୋକାନୀ ମାନେ ଦୋକାନ ଖୋଲି ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ଉଠା ଦୋକାନୀଙ୍କ ଅଭିଯୋଗ ଅନୁସାରେ ବଡ଼ଦାଣ୍ଡରୁ ଉଛେଦ ହୋଇଥିବା ଉଠା ଦୋକାନୀଙ୍କୁ ପ୍ରଶାସନ ଏବଂ ସରକାର ତାଙ୍କ ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ କରୁନାହାନ୍ତି। ଉଠା ଦୋକାନୀ ମାନେ ଅଭିଯୋଗ କରିଛନ୍ତି ନବନିର୍ମିତ ଶ୍ରୀସେତୁ ମାର୍କେଟରେ ବର୍ତ୍ତମାନ ବ୍ୟବସାୟ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ସ୍ଥାନ। ଏଠାରେ ଦୋକାନ ଖୋଲିଲେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଦୋକାନ ସାମଗ୍ରୀ ଚୋରି ହେବାର ସମ୍ଭାବନା ରହିଛି। ସେହିପରି ସେଠାରେ ପର୍ଯ୍ୟାପ୍ତ ଲାଇଟ, ପାଣି ଏବଂ ଶୌଚାଳୟ ବ୍ୟବସ୍ଥା ନାହିଁ। ବଜାର ପଟ ରାସ୍ତାରେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ମଧ୍ୟ ଯାତାୟତ କରୁନାହାନ୍ତି। ତେଣୁ ସେଠାରେ ବ୍ୟବସାୟ ହେବା ଏକପ୍ରକାର ଅସମ୍ଭବ। ଶ୍ରୀସେତୁ ମାର୍କେଟରେ ବ୍ୟବସାୟ ଚାଲିବା ପାଇଁ ଭକ୍ତମାନଙ୍କ ଯାତାୟତରେ ସୁବିଧା, ସୁରକ୍ଷା ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସେଠାରେ ବ୍ୟବସାୟ କରିବା ପାଇଁ କୌଣସି ଉଠା ଦୋକାନୀ ବ୍ୟବସାୟ କରିବାକୁ ଯିବେ ନାହିଁ ବୋଲି କହିଛନ୍ତି। ଏହି ସବୁ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ପୂର୍ବଭଳି ଆମେ ଦୋକାନ ଖୋଲି ବ୍ୟବସାୟ କରିବୁ ବୋଲି ଉଠାଦୋକାନୀ କହିଛନ୍ତି।ଗତ ୨୦୨୩ ମସିହାରେ ଶ୍ରୀମନ୍ଦିର ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ୧୨୦୦ ରୁ ଅଧିକ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ବଡ଼ଦାଣ୍ଡ ରେ ଟ୍ରାଫିକ ନିୟନ୍ତ୍ରଣ, ଭକ୍ତଙ୍କ ଯାତାୟତରେ ସୁବିଧା ପାଇଁ ତତ୍କାଳୀନ ସରକାର ଏହି ପଦକ୍ଷେପ ନେଇଥିଲେ। ଥଇଥାନ ନହେବା ପର୍ଯ୍ୟନ୍ତ ମାସିକ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ ସରକାର ବ୍ୟବସ୍ଥା ମଧ୍ୟ କରିଥିଲେ। ହେଲେ ନୂଆ ସରକାର ଆସିବା ପରେ ଥଇଥାନ ହୋଇନଥିବା ଉଠା ଦୋକାନୀ ଙ୍କୁ ମାସକୁ ୧୫ ହଜାର ଟଙ୍କା ଦିଆଯାଉଥିବା ଆର୍ଥିକ ସହାୟତା ବନ୍ଦ କରି ଦିଆଯାଇଛି। ଯାହା ଫଳରେ ବ୍ୟବସାୟ ହରାଇଥିବା ଉଠାଦୋକାନୀ ମାନେ ବ୍ୟବସାୟ ହରାଇ ନିଜ ପରିବାର ପ୍ରତିପୋଷଣ କରିବା ନେଇ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଉଠା ଦୋକାନୀ। ସେପଟେ ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ବଡ଼ଦାଣ୍ଡରେ ବ୍ୟବସାୟ କରିବା ପାଇଁ ଉଠା ଦୋକାନୀଙ୍କୁ ବ୍ୟବସାୟ କରିବା ପାଇଁ ସ୍ଥାନ ଦେବା ଅସମ୍ଭବ। ସେମାନେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ନବନିର୍ମିତ ଶ୍ରୀସେତୁ ମାର୍କେଟରେ ବ୍ୟବସାୟ ଆରମ୍ଭ କରନ୍ତୁ। ସେଠାରେ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆଯାଇଛି। ଅଧିକାଂଶ ଉଠା ଦୋକାନୀ ସେଠାରେ ବ୍ୟବସାୟ କରିବା ପାଇଁ ରାଜି ଥିବାବେଳେ ଅଳ୍ପକିଛି ଉଠା ଦୋକାନୀ କେବଳ ନାମକୁ ମାତ୍ର ବିରୋଧ କରୁଛନ୍ତି। ବଡ଼ଦାଣ୍ଡରୁ ଉଛେଦ ହୋଇଥିବା ଗରିବ ଉଠା ଦୋକାନୀଙ୍କୁ ଥଇଥାନ କରିବା ପାଇଁ ଶ୍ରୀସେତୁ ମାର୍କେଟକୁ ଚଳନକ୍ଷମ କରିବା ପାଇଁ ରାଜ୍ୟ ସରକାର ଯଥାଶୀଘ୍ର ପଦକ୍ଷେପ ନେବାକୁ ଉଠା ଦୋକାନୀ ବ୍ୟବସାୟୀ ଦାବି କରିଛନ୍ତି। ଏଥିସହିତ ଉଠା ଦୋକାନୀଙ୍କ ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ଉଠା ଦୋକାନୀ ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *