୪୦ ବର୍ଷ ପୁର୍ବରୁ ଚୋରୀ ହୋଇଥିବା ମା ଶୀତଳେଇ ଙ୍କ ମୂର୍ତ୍ତି ଉଦ୍ଧାର ପାଇଁ ଦାବି
ସୁବର୍ଣ୍ଣପୁର: ସୋନପୁର ଖଦାଳପଡ଼ା ର “ମା ଶୀତଳୟା”ମନ୍ଦିର କମିଟି ର ସଭାପତି, ଚନ୍ଦ୍ରଶେଖର ନାଏକ ଓ ସମ୍ପାଦକ ସୁବାସ ଦାଶ ଙ୍କ ଆହ୍ୱାନ ରେ ଖଦାଳପଡା ର ନିଆଁ ମଡ଼ା ଯାତ୍ରା ପେଣ୍ଡାଲ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା l ଖଦାଳପଡା ର ସମସ୍ତ ବୟୋଜ୍ୟେଷ୍ଟ ମାନେ ଏଠାରେ ଉପସ୍ଥିତ ହୋଇ ଚୋରି ହୋଇଥିବା “ମା ଶୀତଳାଇ ” ଙ୍କ ମୂର୍ତ୍ତି କିପରି ଫେରାଇ ଅଣାଯାଇ ପୁନଃ ପ୍ରତିଷ୍ଠା କରାଯିବ ଓ ସୋନପୁର ଦେବୋତ୍ତର ବିଭାଗ ଅଧିକାରୀ ବା ଉପଜିଲ୍ଲାପାଳ ଙ୍କ ନିକଟରେ ଏ ବିଷୟ ରେ ଯେତେ ଶୀଘ୍ର ହେବ ଉପସ୍ଥାପନା କରାଯିବ ଏଇ ପ୍ରସ୍ତୁତି ବୈଠକ ରେ ଆଲୋଚନା ହୋଇଥିଲା l ପ୍ରକାଶ ଥାଉ କି ଯେ ଦୀର୍ଘ ୪୦ ବର୍ଷ ପୂର୍ବେ ଏଇ ଖଦାଳ ପଡା ର ଇଷ୍ଟଦେବୀ ମା ଶୀତଳେଇ ଦେବୀ ଙ୍କ ମୂର୍ତ୍ତି ଏଇ ମନ୍ଦିର ରୁ ଚୋରି ହୋଇଥିବା ଓ ଜିଲ୍ଲା ଓ ପୋଲିସ୍ ପ୍ରଶାସନ ରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି ଏବଂ ଦୀର୍ଘ ବର୍ଷ ହେବ ମା ଙ୍କ ଏଇ ମୂର୍ତ୍ତି ଭୁବନେଶ୍ୱର ମାଲଖାନା ରେ ପଡ଼ି ରହିଥିବା ଓ ଘୋଡ଼ା ଉପରେ ବସିଥିବା ମୁଗୁଣି ପଥର ରେ ନିର୍ମିତ ମା ଙ୍କ ଏ ମୂର୍ତ୍ତି ମା ଙ୍କ ଆଖିରେ ଲାଗିଥିବା ଜ୍ୟୋତି ଖୁବ୍ ମୂଲ୍ୟବାନ ରହିଥିବା ବିଷୟ କୌଣସି ସୂତ୍ର ରୁ ଜଣା ପଡ଼ି ଥିବା କମିଟି ପକ୍ଷରୁ ଦୁଃଖୀରାମ ନାଏକ ସୂଚନା ଦେଇଛନ୍ତି l ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ତଦନ୍ତ କରି ମା ଶୀତଳେଇ ଙ୍କୁ ଫେରାଇ ଆଣିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
