October 22, 2024
Home » ସରକାରୀ ଡାକ୍ତରଖାନାର ନର୍ସମାନେ ୧୦ ଦଫା ଦାବିରେ ବୁଧବାର ଠାରୁ ଦୁଇ ଦିନିଆ ଆନ୍ଦୋଳନ ଘୋଷଣା

ସରକାରୀ ଡାକ୍ତରଖାନାର ନର୍ସମାନେ ୧୦ ଦଫା ଦାବିରେ ବୁଧବାର ଠାରୁ ଦୁଇ ଦିନିଆ ଆନ୍ଦୋଳନ ଘୋଷଣା

0

 

ଓଡିଶା ରାଜ୍ୟରେ ଥିବା ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ ସେବା କେନ୍ଦ୍ରର ନର୍ସିଂ କର୍ମଚାରୀ ମାନେ ଜରୁରୀକାଳୀନ ଚିକିତ୍ସା ସେବାକୁ ବ୍ୟାଘାତ ନକରି ସାରା ରାଜ୍ୟରେ ସାମୟିକ କ୍ଷେତ୍ରରେ ସେମାନଙ୍କ ୧୦ ଦଫା ଦାବି ପୂରଣ ପାଇଁ ବୁଧବାର ଠାରୁ ଦୁଇ ଦିନିଆ ଆନ୍ଦୋଳନ ଘୋଷଣା କରିଛନ୍ତି, ଯେଉଁଥିରେ ସ୍ଥାୟୀ ନିଯୁକ୍ତି, ଡ୍ରେସ୍ କୋଡ ପରିବର୍ତ୍ତନ, ସଠିକ୍ ସମୟରେ ପଦୋନ୍ନତି, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ନିୟମିତକରଣ ଏବଂ ଆଉଟସୋର୍ସିଂ ରଦ୍ଧ ନ କରିବା ସମେତ ଅନ୍ତର୍ଭୁକ୍ତ । ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନର୍ସିଂ କର୍ମଚାରୀମାନେ କିନ୍ତୁ ଗତକାଲି କୌଣସି କାରଣରୁ ଧାରଣାରେ ବସି ନ ଥିଲେ ହେଁ ଆଜି ଗୁରୁବାର ୧୦ ଦଫା ଦାବି ପୂରଣ ପାଇଁ ନର୍ସିଂ କର୍ମଚାରୀମାନେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦି ଦାବି ପୂରଣ ନହୁଏ ତେବେ ଆସନ୍ତାକାଲି ସେପ୍ଟେମ୍ବର ୨୭ ତାରିଖ ଶୁକ୍ରବାର ଦିନଠାରୁ କାର୍ଯ୍ଯ ବନ୍ଦ ପାଇଁ ଓଡିଶା ନର୍ସିଂ କର୍ମଚାରୀ ସଂଘ ଡାକରା ଦେଇଛି।
ସୂଚନାଯୋଗ୍ୟ ଯେ, ଅଗଷ୍ଟ ୦୬ ତାରିଖରୁ ଓଡିଶା ସରକାର ଆସନ୍ତା ଛଅ ମାସ ପାଇଁ ESMA ଲାଗୁ କରିସାରିଛନ୍ତି। ଏଥି ସତ୍ତ୍ୱେ ଯଦି ନର୍ସମାନେ ବର୍ତ୍ତମାନ ଓଡ଼ିଶା ଜରୁରୀକାଳୀନ ସେବା (ପରିଚାଳନା) ଅଧିନିୟମ, ୧୯୮୮ ଅନୁଯାୟୀ ଧର୍ମଘଟ କରନ୍ତି ତେବେ ନର୍ସିଂ କର୍ମଚାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ସ୍ୱାସ୍ଥ୍ୟ ସୁବିଧା ମୁଖ୍ୟମାନଙ୍କୁ ନର୍ସିଂ ନିର୍ଦ୍ଦେଶକ କହିଛନ୍ତି। ଉକ୍ତ ଦାବିଗୁଡିକ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ତରରେ ଆଲୋଚନା ହୋଇଥିବା ଜଣାପଡିଛି ।
ହେଲେ ରାୟଗଡ଼ା ଜିଲ୍ଲାରେ ବିଗତ ତିନିମାସରେ ବିଭିନ୍ନ ସ୍ଥାନରେ ଝାଡ଼ା,ବାନ୍ତି,ଜ୍ବର ସହ ଅଜଣା ରୋଗରେ ଆନେକ ପୀଡ଼ିତ ହୋଇ ଚିକିତ୍ସାଧୀନ ସମୟରେ ଅନେକ ରୋଗୀଙ୍କ ମୃତ୍ୟୁ ଘଟିଛି । ରାୟଗଡ଼ା ଜିଲ୍ଲାରେ ଥିବା ଡାକ୍ତରଖାନାରେ ପ୍ରାୟ ୧୦୦ :୦୧ ଅନୁପାତରେ ନର୍ସ ରୋହିଥିବ ବେଳେ ଏପରି କି ନୀତି ଶହେରୁ ଉର୍ଦ୍ଧ୍ବ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଦେଖାଦେଉଛି । ଅଗଷ୍ଟ ୦୬ ତାରିଖରୁ ଓଡିଶା ସରକାର ଆସନ୍ତା ଛଅ ମାସ ପାଇଁ ESMA ଲାଗୁ କରିବା ସତ୍ତ୍ୱେ ଯଦି ଏପରି ସଙ୍ଗୀନ ପରିସ୍ଥିତିରେ ଓଡିଶା ନର୍ସିଂ କର୍ମଚାରୀ ସଂଘ ଡାକରା ଅନୁଯାୟୀ ଆନ୍ଦୋଳନ ଜାରି ରଖିଲେ ଓଡ଼ିଶା ଜରୁରୀକାଳୀନ ସେବା (ପରିଚାଳନା) ଅଧିନିୟମ, ୧୯୮୮ ଅନୁଯାୟୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତଥା ଜିଲ୍ଲା ପ୍ରଶାସନ ଆଗକୁ କଣ ପଦକ୍ଷେପ ନେଉଛି ନା ଆନ୍ଦୋଳନ ଜାରି ରହିବ ତାହା ଆଗକୁ ଜଣାପଡିବ । କିନ୍ତୁ ବର୍ତ୍ତମାନ ନର୍ସିଂ କର୍ମଚାରୀ ମାନେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିବା ଦ୍ଵାରା ପ୍ରଭାବ ହସ୍ପିଟାଲର ରୋଗୀସେବା ଉପରେ ପଡି ନାହିଁ ନ ଥିବା ଅସୁବିଧାର ସନମ୍ମୁଖ ହେଉଥିବା ଦେଖିବାକୁ ମିଳିଛି ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *