February 8, 2026
Home » ଷଷ୍ଠ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ଷଷ୍ଠ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

0
WhatsApp Image 2026-02-07 at 6.43.00 PM

 

ବରଗଡ଼:ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଷଷ୍ଠ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଛି ।ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମାନିନୀ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ମାନ୍ୟବର ବିଧାୟକ ଅତାବିରା ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ପଦମପୁର ବିଧାୟିକା ଶ୍ରୀମତି ବର୍ଷା ସିଂ ବରିହା, ମାନ୍ୟବର ବିଧାୟକ ବିଜେପୁର ଶ୍ରୀ ସନତ କୁମାର ଗଡତିଆ, ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ, ସାଂସଦ ପ୍ରତିନିଧି ଶ୍ରୀ ସୁରେଶ୍ୱର ଶତପଥୀ, ବରଗଡ ବିଧାୟକ ପ୍ରତିନିଧି ଶ୍ରୀ ଅବନୀକାନ୍ତ ପଣ୍ଡା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା ଏବଂ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳ ଚେୟାରମେନ/ଅଧ୍ୟକ୍ଷଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲୁହା ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ଭୋଇ ସମାସ୍ତ ଲୋକ ପ୍ରତିନିଧି ଏବଂ ଅଧିକାରୀ ମିଳିତ ଭାବେ ସାମୁହିକ କାର୍ଯ୍ୟକଲେ ବରଗଡ ଜିଲ୍ଲାର ଉନ୍ନତି ହୋଇପାରିବ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏହାପରେ ପୁର୍ବ ବୈଠକର ସଭା ବିବରଣୀ ଅନୁଜାୟୀ ଭିଭାଗୱାରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ ଏବଂ ଯୋଜନାର କାର୍ଯ୍ୟକାରିତା ବିଷୟରେ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥାନ କରିଥିଲେ ।ବୈଠକ ପ୍ରାରମ୍ଭରେ ଅର୍ଥ କମିଶନ ଗ୍ରାଣ୍ଟ ଯଥାଶୀଘ୍ର ଯୋଗାଇବା ପାଇଁ ସମସ୍ତ ବ୍ଳକ ଚେୟାରମ୍ୟାନ ମତ ରଖିଥିଲେ। ଏହାପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଜ୍ୟୋତିକାନ୍ତ ସାହୁ ଶିକ୍ଷା ବିଭାଗର କାର୍ଯ୍ୟକାରିତା ବିଷୟରେ ସମସ୍ତଙ୍କୁ ଅବଗତ କରିବା ସହ ଦଶମ ପରୀକ୍ଷା ଆୟୋଜନ ପ୍ରସ୍ତୁତି, ମଧ୍ୟାହ୍ନ ଭୋଜନ, ପାଠ୍ୟ ସାମଗ୍ରୀ, ସ୍କୁଲ ୟୁନିଫର୍ମ, କ୍ରୀଡା ସାମଗ୍ରୀଆଦି ବିତରଣ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପିଏମଶ୍ରୀ ବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟକାରିତା, ଶିକ୍ଷକ ଓ ଶିଶୁ ସେବିକା ନିଯୁକ୍ତି ପ୍ରକ୍ରିୟା ଆଦି ବିଷୟରେ ନିଜ ମତ ଉପସ୍ଥାପନ କରିଥିଲେ।ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସମସ୍ତ ଡାକ୍ତରଖାନାରେ ଉପଲବ୍ଧ ସୁବିଧା, ଡାକ୍ତରଙ୍କ ସଂଖ୍ୟା ପଦଵୀ , ପୋଲିଓ ରୋଗର ନିରାକରଣ, ମାତୃ ପ୍ରସୂତି ବ୍ୟବସ୍ତା, ଆରବିଏସକେ ଚିକିତ୍ସା ବ୍ୟବସ୍ତା, ଡାଇଲିସିସ ଏଵଂ ଆଇସିୟୁ ବ୍ୟବସ୍ତା, ନିରାମୟ ଯୋଜନାର ସମସ୍ତ ଔଷଧ ଉପଲବ୍ଧତା ଆଦି ବିଭିନ୍ନ ବିଷୟରେ ଉପସ୍ଥାପନ କରିଥିଲେ । ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଗ୍ରାମରେ ପାନୀୟ ଜଳ ଯୋଗାଣ ବିଷୟରେ ନିର୍ବାହୀ ଯନ୍ତ୍ରୀ ଶ୍ରୀଧର ବେହେରା ଉପସ୍ଥାପନ କରିଥିଲେ । ବିଦ୍ୟୁତ ଯୋଗାଣ, ପିଏମ ସୂର୍ଯ୍ୟଘର ଯୋଜନାର ଅଗ୍ରଗତି ବିଷୟରେ ଟିପଡବ୍ଲୁଓଡିଏଲ ମୁଖ୍ୟ ଯନ୍ତ୍ରୀ ଉପସ୍ଥାପନ କରିବା ସହ ଉଠା ଜଳସେଚନ ବିଭାଗ ସହ ସମନ୍ୱୟ ରଖି ବୋର ୱେଲ ଜଳ ଯୋଗାଣର ତ୍ୱରାନିତ ପ୍ରକ୍ରିୟା ବିଷୟରେ ଉପସ୍ଥାପନ କରିବା ପରେ ପୁର୍ତ୍ତ ବିଭାଗ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କଲଭର୍ଟ ନିର୍ମାଣ ଆଦି ବିଷୟରେ ଆଲୋଚନା କରିଥିଲେ ।ଏହାପରେ କୃଷି ବିଭାଗର ସମସ୍ତ ଅଗ୍ରଗତି ଆଲୋଚନା ହେବା ସହ ସାମଜିକ ମଙ୍ଗଳ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତଥା ସୁଭଦ୍ରା ଯୋଜନାର ଅଗ୍ରଗତି, କେନାଲ ଡିଭିଜନ ତଥା ଜଳ ଯୋଗାଣ ବିଭାଗ, ଗଙ୍ଗାଧର ମେହେର ଓ ପାର୍ବତୀ ଗିରି ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ, ଚେକ ଡେମ ତଥା ଖୁଦ୍ର ଏବଂ ବୃହତ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗ ଦ୍ୱାରା ପିଡ଼ିଏସ ଚାଉଳ ବିତରଣ, ଧାନ ସଂଗ୍ରହ ବ୍ୟବସ୍ତା ଓ ପଞ୍ଜିକୃତ ଚାଷୀଙ୍କୁ ଟୋକନ ବିତରଣ ସ୍ଥିତି ବିଷୟରେ ଆଲୋଚନା କରିବା ପରେ ଯଥା ଶୀଘ୍ର ସମସ୍ତ ଚାଷୀଙ୍କ ଧାନ ଉଠାଇବା ସହ ଠିକ ସମୟରେ ପଇସା ଦେବା ବ୍ୟବସ୍ତା କରିବା, ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନା ଓ ପିଏମଜୀଏସୱାଇ ରାସ୍ତା ନିର୍ମାଣ, ସେତୁବନ୍ଧ ଯୋଜନାର କାର୍ଯ୍ୟକାରିତା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପୋଖରୀ ଖନନ, ମାଛ ଓ ଚିଙ୍ଗୁଡ଼ି ଚାଷ, ମତ୍ସ୍ୟ ଚାଷୀ ପଞ୍ଜିକରଣ, ୱାଟରସେଡ ବିଭାଗର ପ୍ରଧାନମନ୍ତ୍ରୀ କୃଷି ସିଚାୟୀ ଯୋଜନା, ଜଳଧାରା ଯୋଜନା, ଆଦି ବିଷୟରେ ଆଲୋଚନା କରାଯାଇଥିଲା ।

ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍ସୀ)

Leave a Reply

Your email address will not be published. Required fields are marked *