February 11, 2026
Home » ପ୍ରକଳ୍ପ ହାତେଇ ନେବାକୁ ଏଜିଓଙ୍କ କାରସାଦି

ପ୍ରକଳ୍ପ ହାତେଇ ନେବାକୁ ଏଜିଓଙ୍କ କାରସାଦି

0
WhatsApp Image 2026-02-10 at 9.38.35 PM (1)

 ଢେଙ୍କାନାଳରେ ପୂର୍ବରୁ ଏନଜିଓ ମାନଙ୍କର କାରସାଦି ନେଇ ସାରା ରାଜ୍ୟରେ ଏକ ପ୍ରକାର ନକରାତ୍ମକ ଛବି ରହିଥିଲା । ଛତୁ ଫୁଟିଲା ଭଳି ଗଢି ଉଠିଥିବା ଏନଜିଓ ଗୁଡିକରୁ ଅନେକ ଏବେ ଚଳନକ୍ଷମ ନାହାନ୍ତି । ଯେଉଁ କେତୋଟି ହାତଗଣତି ଏନଜିଓ ଏବେ ନିଜର କାମ ଜାରି ରଖିଛନ୍ତି ସେମାନେ ଛୋଟ ଏନଜିଓ ଗୁଡିକୁ ବାଟ ନଛାଡି ସବୁ ପ୍ରକଳ୍ପକୁ କିଭଳି ନିଜେ ହସ୍ତଗତ କରିବେ ସେନେଇ ବିଭିନ୍ନ ସମୟରେ ଫନ୍ଦିଫିକର ଓ କାରସାଦି ଚଳାଇଛନ୍ତି । ଯାହାର ଏକ ସଦ୍ୟ ଉଦାହରଣ ଏବେ ଜିଲା ସମାଜ ମଙ୍ଗଳ ବିଭାଗରୁ ଜଣାପଡିଛି । ସମାଜ ମଙ୍ଗଳ ବିଭାଗ ଏବଂ ଜିଲା ସାମାଜିକ ସୁରକ୍ଷା ବିଭାଗରେ ମାନବ ସମ୍ବଳ ଅଭାବ ଯୋଗୁଁ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ କୁ ବିଭାଗ ସ୍ୱେଚ୍ଛାସେବୀ ସଂଗଠନ ବା ବେସରକାରୀ ସଂଗଠନ ମଧ୍ୟମରେ ପରିଚାଳନା କରିଆସୁଛନ୍ତି । ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଏକ ଅତିରିକ୍ତ ସକ୍ଷୀ ୱାନ ଷ୍ଟପ ସେଣ୍ଟର କାମାକ୍ଷାନଗର ଠାରେ ଖୋଲାଯିବା ପାଇଁ ଇଛା ପ୍ରକାଶ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି କେନ୍ଦ୍ର ଢେଙ୍କାନାଳ ଜିଲା ସମେତ ଅନ୍ୟାନ୍ୟ ଜିଲା ପାଇଁ ମଧ୍ୟ ଦରଖାସ୍ତ ଆହ୍ୱାନ କରାଯାଇଛି । କଟକ ଜିଲାରେ ଏଥିପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ଢେଙ୍କାନାଳରେ ତାହା ସଂପୁର୍ଣ୍ଣ ଅଲଗା ।

କଟକ ରେ ୩ ବର୍ଷ କୁ ୨ କୋଟି ଟଙ୍କା ର ଅଡିଟ ରିପୋର୍ଟ ଓ 40 ଲକ୍ଷ ଟଙ୍କା ର ସାଲଭେନସି ସାର୍ଟିଫିକେଟ ର ଦରକାର ପଡ଼ୁ ନଥିବା ବେଳେ ଢେଙ୍କାନାଳ ରେ ନିର୍ଦ୍ଦିଷ୍ଟ ଏନ ଜି ଓ କୁ ପ୍ରକଳ୍ପ ଦେବା ପାଇଁ ଚାଲ କରିଛନ୍ତି ବିଭାଗୀୟ ଅଧିକାରୀ | ସମାଜ କଲ୍ୟାଣ ବିଭାଗ ଗୋଟିଏ ହୋଇଥିଲେ ମଧ୍ୟ କଟକ ଓ ଢେଙ୍କାନାଳ ରେ କିପରି ଚୟନ ପ୍ରକ୍ରିୟା ଭିନ୍ନ ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେହେତୁ ଏହା କେନ୍ଦ୍ର ସରକାରଙ୍କ ଏକ ଅଭିନବ ପ୍ରକଳ୍ପ ଏବଂ ଏଥିପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ରହିଛି । ସେହି ମାର୍ଗଦର୍ଶିକାକୁ ଅନୁସରଣ ନକରି ନିଜ ମନ ମୁତାବକ ଏନଜିଓ ମାନଙ୍କୁ ଚୟନ କରିବା ପାଇଁ କାରସାଦି କରାଯାଇଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ଜିଲାରେ ଏନଜିଓ ମାନଙ୍କର ବାର୍ଷିକ ଟର୍ନଓଭର ଦୁଇ କୋଟି ଟଙ୍କା ଓ ସାଲଭେନସି ସାର୍ଟିଫିକେଟ 40 ଲକ୍ଷ ଟଙ୍କା କେଉଁ ରଖାଯାଇଛି । ଯାହାକି କଟକ ସମେତ ଅନ୍ୟାନ୍ୟ ଜିଲାରେ ସେହିଭଳି ନାହିଁ । ଏହା ଉପରେ ତଦନ୍ତ କରାଯିବାର ଆବଶ୍ୟକତା ରହିଛି | ଢେଙ୍କାନାଳର କେତେକ ନିର୍ଦ୍ଧିଷ୍ଟ ଏନଜିଓ ଯେଉଁମାନେ ସବୁ ସରକାରୀ ପ୍ରକଳ୍ପକୁ ମାଡି ବସିଛନ୍ତି ସେମାନେ ଏହି ପ୍ରକଳ୍ପକୁ ହାତେଇନେବା ପାଇଁ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀଙ୍କ ସହ ସଲାସୁତରା କରି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏପରି କି ସୁହାଇବା ପାଇଁ ଇ ଓ ଆଇ କୁ ୨ ଥର ପରିବର୍ତ୍ତନ କରାଯାଇଛି | ଏହି ଅଭିଯୋଗ ଉପରେ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ହୋଇପଡିଛି । ଅପର ପକ୍ଷ ରେ ଡାକ ଯୋଗେ ଦରଖାସ୍ତ ଗ୍ରହଣ କରାଯାଇଥିବା ଏନ ଜି ଓ ଗୁଡିକ ର ଡକୁମେଣ୍ଟ ଖୋଲା ଯାଇ ନଥିବା ବେଳେ ଗତ କାଲି 8 ତାରିଖ ରେ ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ର ଶୁଭ ଉଦଘାଟନ କରାଯାଇଛି |

 

kamkhyanagar epa ru rajkishor rout nka report

Leave a Reply

Your email address will not be published. Required fields are marked *