February 11, 2026
Home » ୧୫ ରୁ ସପ୍ତାହ ବ୍ୟାପି ହେବ ବିଶ୍ୱଶାନ୍ତି ମହାଯଜ୍ଞ

୧୫ ରୁ ସପ୍ତାହ ବ୍ୟାପି ହେବ ବିଶ୍ୱଶାନ୍ତି ମହାଯଜ୍ଞ

0
WhatsApp Image 2026-02-11 at 4.17.47 PM

 

ଭୁବନେଶ୍ୱର /ପୁରୀ :-ପିପିଲି,ଦାଣ୍ଡମୁକୁନ୍ଦପୁର ମା ବଗଲାମୁଖୀ ପୀଠ ଠାରେ ଚଳିତ ରବିବାର ୧୫ ତାରିଖ ଠାରୁ ସପ୍ତାହ ବ୍ୟାପି ୧୪୧ କୁଣ୍ଡିୟ ନିଖିଳ ବ୍ରହ୍ମ୍ମାଣ୍ଡ ଗାୟତ୍ରୀ ଗୋମାତା ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଉପଲକ୍ଷେ ପୀଠ ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପଣ୍ଡିତ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ସୁଦର୍ଶନ ମିଶ୍ର, ଘନଶ୍ୟାମ ମିଶ୍ର, ଦିବାକର ମିଶ୍ର, ରାଜ କିଶୋର ମିଶ୍ର, ବିଜୟ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସପ୍ତାହ ବ୍ୟାପି ଆୟୋଜିତ ହେବାକୁ ଥିବା ୧୪୧ କୁଣ୍ଡିୟ ନିଖିଳ ବ୍ରହ୍ମ୍ମାଣ୍ଡ ଗାୟତ୍ରୀ ଗୋମାତା ବିଶ୍ୱଶାନ୍ତି ଯଜ୍ଞ ସମ୍ପର୍କ ରେ ବିଶ୍ରୁତ ବିବରଣୀ ପ୍ରଦାନ କରିଥିଲେ।ଏହି ମହାଯଜ୍ଞ ଓଡିଶା ବାହାରୁ ୨୯୦ ବିଶିଷ୍ଟ ବୈଦିକ ବ୍ରାହ୍ମଣ ରାଜ୍ୟ ତଥା ପୁରୀ ରୁ ୩୮୦ ଜଣ ବ୍ରାହ୍ମଣ ଯଜ୍ଞ କାର୍ଯ୍ୟ ରେ ନିୟୋଜିତ ହେବେ ବୋଲି ଆୟୋଜକ କମିଟି ର ଅଧ୍ୟକ୍ଷ ପଣ୍ଡିତ ଦେବାଶିଷ ନନ୍ଦ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଦିନ ଓଡ଼ିଆ ସଂସ୍କୃତି ସମ୍ପନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ସହ ଗୋଟିପୁଅ, ମାହାରି, ଓଡିଶୀ, ଭଜନ ଏବଂ ପ୍ରବଚନ ଅନୁଷ୍ଠିତ ହେଵ ବୋଲି କମିଟି ର ସଭ୍ୟ ପ୍ରଶାନ୍ତ ମହାନ୍ତି ଏବଂ ପ୍ରଦୀପ ତ୍ରିପାଠୀ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଦିନ ପ୍ରାୟ ୨୦ହଜାର ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ କରିବା ପାଇଁ ବ୍ୟବସ୍ତା କରାଯାଇଛି। ଏହି ମହା ଯଜ୍ଞ କାର୍ଯ୍ୟକ୍ରମ ରେ ୨ହଜାର ମାନସୀ କଳସ ଶୋଭାଯାତ୍ରା ରେ ଭାଗନେବା ର କାର୍ଯ୍ୟକ୍ରମ ଅଛି। ଏହି କଳସ ଯାତ୍ରା ରେ ଓଡିଶା କଳା, ସଂସ୍କୃତି, ଐତିହ୍ୟ ର ଝଲକ ପରିପ୍ରକାଶ ହେଵ। ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ରେ ଓଡିଶା ର ବିଶିଷ୍ଟବ୍ୟକ୍ତି ବିଶେଷ ଯୋଗ ଦେବାର ଅଛି।ଏହି ଯଜ୍ଞ ପରିବେଶ ମଧ୍ୟରେ ଶ୍ରୀ ଜଗନ୍ନାଥ ଙ୍କ ବିଭିନ୍ନ ବେଶ
ପ୍ରଦର୍ଶନ ହେଵ ବୋଲି ଆୟୋଜକ କମିଟି ର ଅଧ୍ୟକ୍ଷ ପଣ୍ଡିତ ନନ୍ଦ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାରଣ ନିମନ୍ତେ ବରିଷ୍ଠ ସାମ୍ବାଦିକ ଗୌର ଚନ୍ଦ୍ର ମହାପାତ୍ର,ସମରେନ୍ଦ୍ର ରାଉତ ଓ ଗୌତମ ମିଶ୍ର ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *