ଆଚାର୍ଯ୍ୟ ହରିହର ଜୟନ୍ତୀ ପାଳିତ।
ପୁରୀ: ଆଚାର୍ଯ୍ୟ ହରିହରଙ୍କ ଜୀବନୀ ଓ ଆଦର୍ଶ ସମସ୍ତ ଙ୍କ ପାଇଁ ସର୍ବଦା ପ୍ରେରଣାଦାୟୀ।ଆଚାର୍ଯ୍ୟଙ୍କ ଜୀବନ ସେବା,ସମର୍ପଣ ଓ ତ୍ୟାଗ ର ଶିକ୍ଷା ଦିଏ।ତାଙ୍କ ଭଲ ମଣିଷ ହୁଅର ଆହ୍ଵାନ ପ୍ରତ୍ୟେକ ମଣିଷ ଚରିତ୍ର କୁ ସବୁଦିନ ସଂସ୍କାରିତ କରି ଚାଲିଥିବ ବୋଲି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ମତବ୍ୟକ୍ତ କରିଛନ୍ତି।

ସଦଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଆଚାର୍ଯ୍ୟ ହରିହର ସ୍ମୃତି ସଂସଦ, ସର୍ବୋଦୟ ମେଳା ସମିତି ପକ୍ଷରୁ ଆଚାର୍ଯ୍ୟ ହରିହର ଙ୍କ ୧୪୭ ତମ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ଆଚାର୍ଯ୍ୟ ହରିହର ଙ୍କ ବାଗ୍ନୀତା,ମେଧା ଓ ବୁଦ୍ଧିମତା ଅନନ୍ୟ ବୋଲି କହିବା ସହ ତାଙ୍କ ଆଦର୍ଶ ଓ ଜୀବନ ଦର୍ଶନ ସମଗ୍ର ମାନବ ଜାତିର ପ୍ରେରଣା ର ଉତ୍ସ ବୋଲି କହିଥିଲେ।ଓଡିଆ ଭାଷା ପ୍ରତିଷ୍ଠାନ ର ପ୍ରାକ୍ତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଟୀକାୟତରାୟ ଆଚାର୍ଯ୍ୟ ହରିହର ଙ୍କ ଜୀବନ ଓ ଜୀବନ ଚର୍ଯ୍ୟା ଅତ୍ୟନ୍ତ ସରଳ ଓ ନିରାଡମ୍ବର ରହିଥିଲା ସତ ହେଲେ ତାଙ୍କ ଆଦର୍ଶ ଓ ଚରିତ୍ର ଉଚ୍ଚ ମୂଲ୍ୟବୋଧ ଳ ପ୍ରତୀକ ଥିଲା ବୋଲି କହିଥିଲେ।ଜଣେ ଜ୍ଞାନୀ, ଗୁଣୀ ହୋଇ ମଧ୍ୟ ସେ ଅତି ସାଧାରଣ ଜୀବନ ଯାପନ କରୁଥିଲେ ।ତାଙ୍କ ଆଚରଣ ଓ ଉଚ୍ଚାରଣରେ ପ୍ରଭେଦ ନ ଥିଲା ବୋଲି ଶ୍ରୀ ଟୀକାୟତରାୟ କହିଥିଲେ।

ସର୍ବୋଦୟ ମେଳା ସମିତିର ସଭାପତି ଉମାବଲ୍ଲଭ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହ ରେ ଅତିଥି ମାନେ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ପ୍ରାରମ୍ଭରେ ଆଚାର୍ଯ୍ୟ ହରିହର ସ୍ମୃତି ସଂସଦର ସମ୍ପାଦକ ଶିବ ପ୍ରସାଦ ମିଶ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ସଭା ପରିଚାଳନା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ଛାତ୍ର ବୃତ୍ତି ପାଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।ସଭା ପୂର୍ବରୁ ଅତିଥି ମାନେ ଗାନ୍ଧୀ ଘାଟରେ ଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି,ଆଚାର୍ଯ୍ୟ ହରିହର ଛକ ସ୍ଥିତ ଆଚାର୍ଯ୍ୟ ହରିହର ଙ୍କ ପ୍ରତିମୂର୍ତ୍ତି, ବାର ଆସୋସିଏସନ ନିକଟରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଓ ସଦଭାବନା ସଭାଗୃହରେ
ଆଚାର୍ଯ୍ୟ ହରିହର,ମହାତ୍ମାଗାନ୍ଧୀ ଓ ବିନୋବାଭାବେ ଙ୍କ ଫଟୋ ଚିତ୍ର ରେ ମାଲ୍ଯାର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ସମାଜସେବୀ, ସର୍ବୋଦୟ ମେଳା ସମିତିର ସଦସ୍ୟ, ବରିଷ୍ଠ ନାଗରିକ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
