February 12, 2026
Home » ସୁବର୍ଣ୍ଣପୁରରେ ଶିଶୁ ସୁରକ୍ଷା ନେଇ ଜିଲ୍ଲାସ୍ତରୀୟ ସମନ୍ୱୟ ଓ ସହଯୋଗ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁରରେ ଶିଶୁ ସୁରକ୍ଷା ନେଇ ଜିଲ୍ଲାସ୍ତରୀୟ ସମନ୍ୱୟ ଓ ସହଯୋଗ ବୈଠକ ଅନୁଷ୍ଠିତ

0
WhatsApp Image 2026-02-12 at 1.16.00 PM

 

ସୁବର୍ଣ୍ଣପୁର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସମନ୍ୱୟ ଓ ସହଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁ। ବୈଠକଟିକୁ ପରିଚାଳନା କରିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଅଞ୍ଜଲିନା ପ୍ରଧାନ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ସମାଜ କଲ୍ୟାଣ ବିଭାଗର ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ, ସଖୀ ସେଣ୍ଟର, ଶିଶୁ ସୁରକ୍ଷା ବିଭାଗ ଓ ଚାଇଲ୍ଡ ଆଡପ୍ସନ୍ ୟୁନିଟ୍‌ର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ଶିଶୁ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ, ହେଲ୍ପଲାଇନ୍ ସେବା, ବିଭିନ୍ନ ବିଭାଗର କାର୍ଯ୍ୟ, ଆଗାମୀ ଦିନର କାର୍ଯ୍ୟପରିକଳ୍ପନା ଏବଂ ଶିଶୁ ସୁରକ୍ଷା ସମୟରେ ଆସୁଥିବା ସମସ୍ୟାଗୁଡ଼ିକ ଉପରେ ଆଲୋଚନା ହୋଇଥିଲା l ଏହା ସହିତ ସ୍କୁଲରେ ପ୍ରାର୍ଥନା ସମୟରେ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ସଚେତନତା, ସେନ୍ସିଟାଇଜେସନ୍ କାର୍ଯ୍ୟକ୍ରମ, କିଶୋରୀମାନଙ୍କ ସୁରକ୍ଷା, ଶିକ୍ଷା ଏବଂ ଆଇନ ସମ୍ବନ୍ଧୀୟ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା l ଶିଶୁ ସୁରକ୍ଷା ପାଇଁ ଅନେକ ଆଇନ ରହିଛି, କିନ୍ତୁ ଆଇନର ସୀମା ଠାରୁ ଆଗକୁ ଭାବି ସମସ୍ତ ବିଭାଗ ମିଶି କାମ କଲେ ମାତ୍ର ଶିଶୁମାନେ ସତ୍ୟରେ ସୁରକ୍ଷିତ ହେବେ। ଶିଶୁମାନଙ୍କ ପାଇଁ ଏକ ଶିଶୁ–ମିତ୍ର ପରିବେଶ ସୃଷ୍ଟି କରିବା ଆବଶ୍ୟକ ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ସାହୁ କହିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *