ପୂର୍ବତନ ସରପଞ୍ଚ ସ୍ବର୍ଗତ ବିଶ୍ଵାମିତ୍ର ମହାକୁଡ଼ଙ୍କ ସ୍ମୁତି ଚାରଣ ସଭାରେ ଯୋଗଦେଲେ ତିନି ଜଣ ପୂର୍ବତନ ମନ୍ତ୍ରୀ
ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ପୂର୍ବତନ ସରପଞ୍ଚ ସ୍ୱର୍ଗତ ବିଶ୍ଵାମିତ୍ର ମହାକୁଡ଼ଙ୍କ ସାକୁସିଙ୍ଗା ସ୍ଥିତ ନିଜସ୍ୱ ବାସ ଭବନରେ ସ୍ମୁତି ଚାରଣ ସଭା ଅଧିବକ୍ତl ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଷ୍ନୁପ୍ରିୟା ବେହେରା ଓ ପ୍ରଦୀପ କୁମାର ଅମାତ ଅଂଶ ଗ୍ରହଣ କରି ସ୍ମୃତି ଚାରଣ କରି ଅମର ଆତ୍ମାର ସଦଗତି କାମନା କରି ତାଙ୍କର ରାଜନୀତି ଜୀବନର ଧଳପୁର ପଂଚାୟତର ଉନ୍ନତିରେ ତାଙ୍କର ଭୂମିକା ପ୍ରଶଂସନୀୟ ଥିଲା ବୋଲି ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ବୌଦ୍ଧ ସମବାୟ ବ୍ୟାଙ୍କ ସଭାପତି ଅରୁଣ କୁମାର ପ୍ରଧାନ,ବୌଦ୍ଧ ଏନ ଏ ସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଆଠମଲ୍ଲିକ ବ୍ଲକ ପୂର୍ବତନ ଅଧକ୍ଷ ଚିତ୍ତରଞ୍ଜନ କର୍ଣ୍ଣ,ପୂର୍ବତନ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ପ୍ରଧାନ ଓ ଅମରେନ୍ଦ୍ର ମହାକୁଡ଼, ଧଳପୁର ସରପଞ୍ଚ ପ୍ରତିନିଧି ବସନ୍ତ କୁମାର କର୍ଣ୍ଣ,ପୂର୍ବତନ ରେଞ୍ଜ ଅଫିସର ରବୀନ୍ଦ୍ର କୁମାର ପାତ୍ର ଓ ଶରତ କୁମାର ମାଝୀ,ପୁରୁଣାକଟକ ସରପଞ୍ଚ ଅଶୋକ କୁମାର ସେଠି,ଡ଼ୁମାଳ ସମାଜ ଜିଲ୍ଲା ସଭାପତି ଶୀତାଂଶୁ ଶେଖର ମହାକୁଡ଼,ସାମାଜିକକର୍ମୀ ଇଂ ବିକାଶଚନ୍ଦ୍ର ମହାକୁଳ, ଅଧିବକ୍ତା ଅଶୋକ କୁମାର ସାହୁ ଓ ଦେବ ରଞ୍ଜନ ବିଶି,ବସନ୍ତ କୁମାର ସ୍ୱାଇଁ, ଅବସର ପ୍ରାପ୍ତ ଶିକ୍ଷକ ନାରାୟଣ ଭୋକ୍ତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଗତ କାଲି ଏକାଦଶାହ ଅବସରରେ ଧଳପୁର ପଂଚାୟତ ପ୍ରତ୍ୟେକ ବିଦ୍ୟାଳୟ ଓ ଅନୁଷ୍ଠାନରେ ସ୍ମୁତି ସଭା କରି ଅମର ଆତ୍ମାର ସଦଗତି କାମନା କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
