February 16, 2026
Home » ପାରାଦୀପରେ ଅନୁଷ୍ଠିତ ୨୫ତମ ନିମନ୍ତ୍ରଣ କପ୍ ଗଲ୍ଫ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ

ପାରାଦୀପରେ ଅନୁଷ୍ଠିତ ୨୫ତମ ନିମନ୍ତ୍ରଣ କପ୍ ଗଲ୍ଫ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ

0
WhatsApp Image 2026-02-16 at 1.31.51 PM

ପାରାଦୀପ, : ପାରାଦୀପ ଗଲ୍ଫ କ୍ଲବର ବାର୍ଷିକ ଗଲ୍ଫ ଟୁର୍ନାମେଣ୍ଟ ୧୪ ଓ ୧୫ ଦୁଇ ଦିନ ଧରି ପାରାଦୀପ ପୋର୍ଟ ଗଲ୍ଫ କୋର୍ସରେ ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ନାମେଣ୍ଟ ପାରାଦୀପ ଗଲ୍ଫ କ୍ଲବ ପକ୍ଷରୁ ଆୟୋଜିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ପାରାଦୀପ ପୋର୍ଟ ଅଥରିଟିର ଡେପୁଟି ଚେୟାରମ୍ୟାନ୍ ଟି. ଭେନୁ ଗୋପାଳ ଯୋଗଦେଇ ଟୁର୍ନାମେଣ୍ଟ କୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଓଡ଼ିଶାର ପୂର୍ବତନ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଏବଂ ବନ୍ଦର ପରାମର୍ଶଦାତା (ଟ୍ରାଫିକ୍) ଏ. କେ. ବୋଷ ଅନ୍ୟାନ୍ୟ ବିଭାଗ ମୁଖ୍ୟଙ୍କ ସହିତ ବିଜେତାମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ।

ପାରାଦୀପ ଗଲ୍ଫ କ୍ଲବର ଅକ୍ଷୟ ଚନ୍ଦ୍ର ସୂତାର ହ୍ୟାଣ୍ଡିକ୍ୟାପ୍ (୦-୧୦) ବର୍ଗରେ ଚାମ୍ପିଅନ୍ ହୋଇଥିଲେ। ଭୁବନେଶ୍ୱର ଗଲ୍ଫ କ୍ଲବର ଡକ୍ଟର ଦେବଦର୍ଶୀ ରଥ ହ୍ୟାଣ୍ଡିକ୍ୟାପ୍ (୧୧-୧୯) ବର୍ଗରେ ଚାମ୍ପିଅନ୍ ହୋଇଥିଲେ, ଯେତେବେଳେ ପାରାଦୀପ ଗଲ୍ଫ କ୍ଲବର ରଞ୍ଜିତ କୃଷ୍ଣ ବୋମାଲି ହ୍ୟାଣ୍ଡିକ୍ୟାପ୍ (୨୦-୨୪) ବର୍ଗରେ ଚାମ୍ପିଅନ୍ ଟାଇଟଲ୍ ଜିତିଥିଲେ। ଭୁବନେଶ୍ୱର ଗଲ୍ଫ କ୍ଲବର ଶାଶ୍ୱତ ପଣ୍ଡା ଶ୍ରେଷ୍ଠ ଗ୍ରସ୍ ପୁରସ୍କାର ପାଇଛନ୍ତି। ପାରାଦୀପ ଗଲ୍ଫ କ୍ଲବର ସଭାପତି ସୁସିଲ ଚନ୍ଦ୍ର ନାହାକ, କାର୍ଯ୍ୟକାରୀ ସଭାପତି ଡକ୍ଟର ଦୁର୍ଗା ପ୍ରସାଦ ସେଠି, କ୍ୟାପ୍ଟେନ ଏ. ସି. ସୁତାର ଏବଂ ସଚିବ ମନୋଜ କୁମାର ମହନ୍ତ ସଫଳତାର ସହ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ। ଭାରତର ବିଭିନ୍ନ ସ୍ଥାନରୁ ସାତଟି ପ୍ରମୁଖ ଗଲ୍ଫ କ୍ଲବର ମୋଟ ୭୧ ଜଣ ଗଲ୍ଫ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ।

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *