ଉଦଯାପିତ ହେଲା ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ମେଳା
ପୁରୀ : ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ମେଳା ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ବପ୍ନ କୁ ସଫଳ କରିବାର ଏକ ସୁନ୍ଦର ପଦକ୍ଷେପ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଆଜି ସଂଧ୍ୟାରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ୫ ଦିନିଆ ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ମେଳା ର ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ଲକ୍ଷ୍ୟ ଲୋକ ଙ୍କୁ ଆତ୍ମନିର୍ଭରଶୀଳ କରାଇବା ସହ ଆର୍ଥିକ ବିକାଶ ରେ ସାମିଲ କରିବା ବୋଲି ଶ୍ରୀ ବେହେରା କହିଥିଲେ।ଏହି ମେଳା ଆମ କଳାକାର ଓ ଶିଳ୍ପୀ ମାନଙ୍କ ଦକ୍ଷତା ଓ ପ୍ରତିଭାକୁ ପ୍ରଦର୍ଶିତ କରୁଛି।ସେମାନଙ୍କ ଉତ୍ପାଦ କୁ ଏହି ମେଳା ମାନଙ୍କ ରେ ପ୍ରଦର୍ଶନ ଓ ବିକ୍ରି ଦ୍ଵାରା ଶିଳ୍ପୀ ମାନେ ଆର୍ଥିକ ଦୃଷ୍ଟିରୁ ଉପକୃତ ହେବା ସହ କଳାର ପରିଚୟ ମିଳିପାରୁଛି ବୋଲି ଶ୍ରୀ ବେହେରା କହିଥିଲେ।

ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଏଥିରେ ଯୋଗ ଦେଇ ନିଜର ପରିଶ୍ରମ ଓ ନିଷ୍ଠା ଯୋଗୁଁ ଆଜି ମା ମାନେ ଉନ୍ନତି ପଥରେ ଚାଲିଛନ୍ତି। ଗ୍ରାମ୍ୟ ଅର୍ଥନୀତି କୁ ସୁଦୃଢ ପାଇଁ ଗ୍ରାମାଞ୍ଚଳରେ ଉତ୍ପାଦିତ ସାମଗ୍ରୀ ର ପ୍ରୋତ୍ସାହନ, ପ୍ରଦର୍ଶନ ଓ ବିକ୍ରି ପାଇଁ ଏହି ମେଳା ରେ ବ୍ୟବସ୍ଥା କରାଯାଇଥିଲା।ଆମ ପାଠଶାଳା ମାଧ୍ୟମରେ କୃଷି ଓ ଆନୁଷଙ୍ଗିକ କୃଷି ର ବିକାଶ ପାଇଁ ତାଲିମ ଓ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।ମେଳା ରେ ପ୍ରାୟ ୧କୋଟି ଟଙ୍କାର ବ୍ୟବସାୟ ହୋଇଛି ବୋଲି ଶ୍ରୀ ପୃଷ୍ଟି ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସିଡିଭିଓ ଡା ଶରତ କୁମାର ବେହେରା,ଜିଏମ ଡିଆଇସି ମାନସ କୁମାର ବାରିକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଚନ୍ଦ୍ର ମୋହନ ଚାନ୍ଦ ସମସ୍ତଙ୍କୁ ସ୍ବାଗତ କରିଥିଲେ।ପରେ ଅତିଥି ମାନେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ବ୍ୟକ୍ତି ଓ ଅନୁଷ୍ଠାନ କୁ ସମ୍ବର୍ଦ୍ଧିତ କରିଥିଲେ। ପୂର୍ବରୁ ଅତିଥି ମାନେ ମହାପ୍ରଭୁଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ଏହି ମେଳା ରେ ପଲ୍ଲିଶ୍ରୀ ମେଳା, କୃଷି ଯନ୍ତ୍ରପାତି ମେଳା,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା,ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମେଳା, ହସ୍ତଶିଳ୍ପ ମେଳା, ବୁକ କାଫେ ଇତ୍ୟାଦି ର ୧୯୪ ଟି ଷ୍ଟଲ ବ୍ୟବସ୍ଥା ହୋଇଥିଲା।ସ୍ବୟଂ ସହାୟକ ଗୋଷ୍ଠୀ ର ଉତ୍ପାଦ ସହ,ବିଭିନ୍ନ ଉଦ୍ୟୋଗୀ ମାନେ ସେମାନଙ୍କ ଉତ୍ପାଦର ପ୍ରଦର୍ଶନ ଓ ବିକ୍ରୟ କରିଥିଲେ।ସେହିପରି ସଂସ୍କୃତି ବିଭାଗ ପକ୍ଷରୁ ବୁକ କାଫେ, ତଥ୍ୟ ଭିତ୍ତିକ ପ୍ରଦର୍ଶନୀ ସହ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଓରମାସ ର ଡେପୁଟି ସିଇଓ ନିଗମ ଚରଣ ଦାସ ଓ ଅନ୍ୟ ଅଧିକାରୀ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।
