ନୟାଗଡ଼ରେ ରାଷ୍ଟ୍ରୀୟ ପେନ୍ସନ ଯୋଜନାର ସେବା ସପ୍ତାହ ପାଳନ ।
ନୟାଗଡ ରାଷ୍ଟ୍ରୀୟ ପେନ୍ସନ ଯୋଜନାର ରାଜ୍ୟବ୍ୟାପି ତା୯.୨.୨୬ ଠାରୁ ତା ୧୩.୨ .୨୬ ରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ ଅବସରରେ ଆଜି ନୟାଗଡ଼ ଜିଲ୍ଲାରେ ଜିଲ୍ଲା କୋଷାଗାର, ନୟାଗଡ଼ଙ୍କ ତରଫରୁ ଜିଲ୍ଲା ପରିଷଦ ସୃଜନ ସମ୍ମିଳନୀ କକ୍ଷରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ଦ୍ଦେଶକ,ଡି.ଟି.ଆଇ. ପ୍ରାଣବନ୍ଧୁ ବେମଳ, ଜିଲ୍ଲା କୋଷାଗାର ଅଧିକାରୀ ଲକ୍ଷ୍ମୀଧର ମୁର୍ମୁ, ଅତିରିକ୍ତ ଜିଲ୍ଲା କୋଷାଗାର ଅଧିକାରୀ ସୁଚିତ୍ କୁମାର ସାବତ୍, ଉପ-କୋଷାଗାର ଅଧିକାରୀ ରଣପୁର କ୍ଷିରୋଦିନୀ ମାଝୀ, ଉପ- କୋଷାଗାର ଅଧିକାରୀ ଦଶପଲ୍ଲା ଦେବେନ୍ଦ୍ର ଦଳାଇ, ଉପ-କୋଷାଗାର ଅଧିକାରୀ ଖଣ୍ଡପଡ଼ା ପ୍ରକାଶ କୁମାର ସେଠୀ, ଆକାଉଣ୍ଟସ ଅଫିସର ଡି.ଟି.ଆଇ. ଅଭୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ପେନସନ ଯୋଜନା ଉପରେ ବୁଝାଇଥିଲେ ଏବଂ ସଚେତନତା କରିଥିଲେ । ସହକାରୀ ନିର୍ଦ୍ଦେଶକ ଦୀର୍ଘ ସମୟ ଧରି ପାୱାର ପଏଣ୍ଟ ମାଧ୍ୟମରେ ପ୍ରାଣ ଆକାଉଣ୍ଟ ଏବଂ ୨୦୦୫ବର୍ଷରୁ ରାଜ୍ୟ ସରକାରଙ୍କ ଦ୍ଵାରା ଏନ.ପି.ଏସ. ପେନସନ ଉପରେ ଅବଗତ କରାଇଥିଲେ । ପେନ୍ସନ ଉପଭୋକ୍ତାମାନଙ୍କ ପାଇଁ ନୋମିନି କାହାକୁ ରଖିବେ ସେ ବିଷୟରେ ସଠିକ୍ ଭାବେ ବର୍ଣ୍ଣନା କରିଥିଲେ । ପେନ୍ସନ ସାରଥୀ ଏବଂ ଏନ.ପି.ଏସ. କି ପାଠଶାଲା-ୟୁଟୁବ୍ ମାଧ୍ୟମରେ ସାହାଯ୍ୟ ନେଇହେବ ବୋଲି ସୂଚନା ଦେଇଥିଲେ । ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପେନ୍ସନ ଯୋଜନା ସମ୍ବନ୍ଧୀୟ ଏକ ସହାୟକ ବୁକଲେଟ୍ ଏନ.ପି.ଏସ. ସେଲ , କୋଷାଗାର ନିର୍ଦ୍ଦେଶାଳୟ, ଓଡ଼ିଶା ଭୁବନେଶ୍ଵରଙ୍କ ଦ୍ଵାରା ଉପସ୍ଥିତ ଥିବା ବିଭିନ୍ନ ବିଭାଗୀୟ ଅଧ୍ବକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
