February 16, 2026
Home » ଆଉଟରିଚ ରେଡ଼ିଓ ମେଳା ୨୦୨୬

ଆଉଟରିଚ ରେଡ଼ିଓ ମେଳା ୨୦୨୬

0
WhatsApp Image 2026-02-16 at 3.53.06 PM

ନୃତ୍ୟରେ ରେଡ଼ିଓର କଥା କହିଲେ “ନୃତ୍ୟଶାଳା” କଟକର ଶିଳ୍ପୀ

ରେଡ଼ିଓ କେବଳ ଖବର କୁହେନି ରେଡ଼ିଓ ମାଧ୍ୟମରେ କାଳଖଣ୍ଡର ସଂଗୀତ ସାହିତ୍ୟ ଓ ଅନ୍ୟ ସମସ୍ତ ବୈଭବ ସବୁ ବର୍ଗର ଜନମାନସଙ୍କ ହୃଦୟକୁ ଛୁଇଁ ଶ୍ରାବ୍ୟକାବ୍ୟ ଭାବରେ ଜନମନ ହରଣ କରିଛି । ବିଶ୍ୱ ରେଡ଼ିଓ ଦିବସ ଉପଲକ୍ଷେ ଭୁବନେଶ୍ୱର ଏକାମ୍ରହାଟ ପରିସରରେ ତିନିଦିନ ବ୍ୟାପି ଆଉଟରିଚ ରେଡ଼ିଓ ମେଳା ୨୦୨୬ ମହାସମାରୋହରେ ଉଦଯାପିତ ହୋଇଥିବା ବେଳେ ନୃତ୍ୟଶାଳା, ସଂସ୍କୃତି କେନ୍ଦ୍ର, କଟକର ନୃତ୍ୟଶିଳ୍ପୀ ନୃତ୍ୟରେ ରେଡ଼ିଓର ଗାଥା ଦର୍ଶାଇଥିଲେ। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ପ୍ରାୟୋଜିତ ନୃତ୍ୟଶାଳାର ଶିଳ୍ପୀ ଯଶସ୍ୱିନୀ ସ୍ୱାଇଁ, ବୈଷ୍ଣବୀ ସାହୁ, ଶ୍ରୀୟା ମିଶ୍ର, ଆଶ୍ରିଥା ସାହୁ, ଅଭିଲିପ୍ସା ସେଠି, ସାଇସୁଧା ସାହୁ ଖୁଵ ଉଚ୍ଚକୋଟୀର ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ ସୁପ୍ରସିଦ୍ଧ ଅନ୍ତଃରାଷ୍ଟୀୟ କଥକ ନୃତ୍ୟଙ୍ଗନା ଡ଼କ୍ଟର ସଂଗୀତା ସାହୁ ଓ ଓଡ଼ିଆ ଭାଷା ସାହିତ୍ୟର ବରିଷ୍ଠ ଅଧ୍ୟାପକ ତଥା ଓଡିଶୀ ନୃତ୍ୟଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀଙ୍କ ନୃତ୍ୟରେ ଦର୍ଶକ ଭାବାଭିଭୂତ ହୋଇଥିଲେ। ଆଉଟରିଚର ପ୍ରତିଷ୍ଠାତା ସଂଯୋଜକ ସୁବ୍ରତ ପତି ନୃତ୍ୟଶିଳ୍ପୀଙ୍କୁ ଉତ୍ତରୀୟ ମାନପତ୍ର ଓ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *