February 18, 2026
Home » ଇଫକୋର ଗୋସେବା କାର୍ଯ୍ୟକ୍ରମ

ଇଫକୋର ଗୋସେବା କାର୍ଯ୍ୟକ୍ରମ

0
WhatsApp Image 2026-02-18 at 2.50.31 PM

ପାରାଦ୍ଵୀପ : ପବିତ୍ର ମହାଶିବରାତ୍ରି ଅବସରରେ ପାରାଦ୍ଵୀପ ଇଫକୋ କାରଖାନା ପକ୍ଷରୁ କୋ-ପରେଟିଭ ରୁରାଲ ଡେଭଲପମେଣ୍ଟ ଟ୍ରଷ୍ଟ ସହାୟତାରେ ଗୋ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରାଦ୍ଵୀପ ତାରେଣୀଗଡା ସ୍ଥିତ ମା ଶାରଳା ଗୋ-ସେବା ଆଶ୍ରମ ପରିସରରେ ଥିବା ୨୧୪ ଟି ଗୋ ମାତା ଓ ଷଣ୍ଢ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନଙ୍କୁ ଔଷଧ ଓ ଟିକା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଇଫକୋ ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା, କୋ-ପରେଟିଭ ରୁରାଲ ଡେଭଲପମେଣ୍ଟ ଟ୍ରଷ୍ଟ ର ଅଧ୍ୟକ୍ଷ କୁଳମଣି ମାଝୀ, ମାଇକ୍ରୋ ବାୟୋଲୋଜିଷ୍ଟ ଅଫିସର ଅଭ୍ରୋ ଦେ , ମା ଶାରଳା ଗୋ ସେବା ଆଶ୍ରମ ର ସମ୍ପାଦକ ମହନ୍ତ ମହାରାଜ ରମେଶ ଦାସ, ପାରାଦ୍ଵୀପ ପଶୁ ସମ୍ପଦ ଅଧିକାରୀ ଡାକ୍ତର ନିରଞ୍ଜନ ବେହେରା, ବାବା ପ୍ରଶାନ୍ତ ଦାସ , ଗୋଶାଳା ଆଶ୍ରମ ର ସଦସ୍ୟ ଅରୁଣ କୁମାର ଓଝା ପ୍ରମୁଖ ଯୋଗଦେଇ ଗୋ ସେବା ର ମହତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ପଶୁ ସମ୍ପଦ ଅଧିକାରୀ ନିରଞ୍ଜନ ବେହେରା ଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଆଶ୍ରମ ପରିସରରେ ରହୁଥିବା ୨୧୪ ଟି ଗୋ ମାତା ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ଔଷଧ ଦେଇ ଚିକିତ୍ସା କରିଥିଲେ। ଏଠାରେ ସୂଚନାଯୋଗ୍ୟ, ପାରାଦ୍ଵୀପ ସ୍ଥିତ ମା ଶାରଳା ଗୋ ସେବା ଆଶ୍ରମ ଗତ ୧୦ ବର୍ଷ ହେଲା ପାରାଦ୍ଵୀପ, ଜଗତସିଂହପୁର ଓ କେନ୍ଦ୍ରାପଡା ଅଞ୍ଚଳରେ ଦୂର୍ଘଟଣାର ଶିକାର ହେଉଥିବା ଗୋ ମାତା ଓ ଷଣ୍ଢ ମାନଙ୍କୁ ଆଣି ଚିକିତ୍ସା କରିବା ସହିତ ସେମାନଙ୍କୁ ଆଶ୍ରମ ପରିସରରେ ରଖି ସେବା କରାଯାଉଛି। ଗତ ଜାନୁଆରୀ ମାସରେ ମହାନଦୀ ର ଏକ ଟାପୁ ରୁ ଭୋକ ଉପାସରେ ଥିବା ୬୯ ଟି ଗୋ ମାତା ଓ ଷଣ୍ଢ ଙ୍କୁ ଉଦ୍ଧାର କରି ଆଶ୍ରମ ପରିସରରେ ରଖି ସେମାନଙ୍କୁ ଚିକିତ୍ସା କରିବା ସହିତ ଖାଦ୍ୟ ଦେଇ ରଖାଯାଇଛି।

 

ଗୋଶାଳାର ସଦସ୍ୟ ମାନଙ୍କ ଦ୍ବାରା କରାଯାଉଥିବା ଏହି କାର୍ଯ୍ୟକୁ ଇଫକୋ ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ପ୍ରଶଂସା କରିବା ସହିତ କଥା କହି ପାରୁନଥିବା ଗୋ ମାତା ଙ୍କ ସେବା ହିଁ ପ୍ରକୃତ ସେବା । ଶାସ୍ତ୍ରିୟ ମତରେ ଗୋ ମାତା ଙ୍କ ଦେହରେ ସମସ୍ତ ଦେବା ଦେବୀ ବାସ କରନ୍ତି, ତେଣୁ ସେମାନଙ୍କ ସେବା ହେଉଛି ପ୍ରକୃତ ସେବା ବୋଲି ଶ୍ରୀ ବେଉରା ପ୍ରକାଶ କରିଥିଲେ। ସେହିପରି ଗୋଶାଳା ପ୍ରତି ଇଫକୋର ପ୍ରବନ୍ଧ ନିର୍ଦେଶକ ଶ୍ରୀ କେ. ଜେ. ପଟେଲ ଓ ଇଫିକୋ ୟୁନିଟ୍ ମୁଖ୍ୟ ପି କେ ମହାପାତ୍ର ଙ୍କ ସହଯୋଗ କୁ ଗୋଶାଳା ସମ୍ପାଦକ ମହନ୍ତ ମହାରାଜ ରମେଶ ଦାସ ଓ ସଦସ୍ୟ ଅରୁଣ କୁମାର ଓଝା ପ୍ରଶଂସା କରିବା ସହିତ ଇଫକୋ କାରଖାନା ପ୍ରତ୍ୟେକ ଅସୁବିଧା ସମୟରେ ସହଯୋଗ ର ହାତ ବଢ଼ାଇ ଥିବାରୁ କୃତଜ୍ଞତା ଜଣାଇଥିଲେ।

Leave a Reply

Your email address will not be published. Required fields are marked *