ସାମ୍ବାଦିକ ପିତୃ ଙ୍କ ବିୟୋଗ
ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଘୁଲୁଘୁଲାପଦର ଗ୍ରାମର ସାମ୍ବାଦିକ ଦେବାଶିଷ ମଲିକ ଙ୍କ ପିତା ଧର୍ମପରାୟଣ ବ୍ୟକ୍ତି କୃଷ୍ଣଚନ୍ଦ୍ର ମଲିକ ଙ୍କ 98 ବର୍ଷ ବୟସ ରେ ବୁଧବାର ପୂର୍ବାହ୍ନ 10 ଘଣ୍ଟା ସମୟରେ ମୃତ୍ୟୁ ଘଟିଛି |ଶ୍ରୀ ମଲିକ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିବା ବେଳେ ପଲଶାଗୋରାର ପ୍ରସିଦ୍ଧ ମକର ମେଳା କମିଟି ର ଦୀର୍ଘବର୍ଷ ଧରି ସଦସ୍ୟ ଥିଲେ l ସେ ଆଗରୁ ଶଗଡ଼ ଗାଡି ତିଆରି ରେ ସିଦ୍ଧ ହସ୍ତ ଥିଲେ l ସେଥିପାଇଁ ତାଙ୍କର ସୁନାମ ରହିଥିଲା l ତାଙ୍କ ବିୟୋଗ ସମୟରେ ତାଙ୍କ ପରିବାର ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ l ବଡ଼ ପୁଅ ଶିକ୍ଷକ ରାମଚନ୍ଦ୍ର ମୁଖାଗ୍ନି ଦେଇଥିଲେ l ତାଙ୍କର ବିୟୋଗ ରେ ବନ୍ଧୁ ପରିଜନ ରେ ଶୋକ ପ୍ରକାଶ ପାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
