February 21, 2026
Home » ଯୌତୁକ ପାଇଁ ଆଠ ମାସ ର ଗର୍ଭବତୀ ରୁନୁଙ୍କୁ ହତ୍ୟା: ଅଭିଯୁକ୍ତ ସ୍ୱାମୀ ଓ ଶାଶୁ ଗିରଫ

ଯୌତୁକ ପାଇଁ ଆଠ ମାସ ର ଗର୍ଭବତୀ ରୁନୁଙ୍କୁ ହତ୍ୟା: ଅଭିଯୁକ୍ତ ସ୍ୱାମୀ ଓ ଶାଶୁ ଗିରଫ

0
WhatsApp Image 2026-02-20 at 2.40.02 PM

 

ସୁବର୍ଣ୍ଣପୁର — ଯୌତୁକ ଯୁଇରେ ରୁନୁ l ଅକାଳ ରେ ଝଡିଗଲା ଏକା ସଙ୍ଗେ ଦୁଇଟି ମୂଲ୍ୟବାନ ନିରୀହ ଜୀବନ l ମା ସହ ଗର୍ଭ ରେ ଥିବା ଆଠ ମାସ ର ଭୃଣ l ସାମାନ୍ୟ ଯୌତୁକ ପାଇଁ ଜୀବନ ନେବାକୁ ପଛାଇଲେ ନାହିଁ ସ୍ୱାମୀ ଘର ଲୋକେ l ଶଙ୍ଖା ସିନ୍ଦୂର ଦେଇ ଯିଏ ସାତ ଜନ୍ମ ର ସାଥୀ ରୂପେ ଗ୍ରହଣ କରିଥିଲା କେମିତି ତାକୁ ହତ୍ୟା କରିପାରିଲା l ଯୌତୁକ ରାକ୍ଷସ ରୂପି ସ୍ୱାମୀ ର ଜଘନ୍ୟ କାଣ୍ଡ l ସାମାନ୍ୟ କିଛି ଟଙ୍କା ଓ ଯୌତୁକ ସାମଗ୍ରୀ ପାଇଁ ନିଜ ସ୍ତ୍ରୀ ର ଜୀବନ ନେବାକୁ ପଛାଉନାହାନ୍ତି ଏଭଳି ସ୍ୱାମୀ ମାନେ l “ବାପା ମୋତେ ଆଉ ମୋ ଶ୍ବଶୁର ଘରୁ ତୁମେ ନେବାକୁ ନେହୁରା ହୁଅନି” “ମୋଭାଗ୍ୟକୁ ମୋ ଉପରେ ଛାଡ଼ିଦିଅ” ବିବାହ ର ଚାରି ଦିନ ପରେ ହିଁ ମୁଁ ଭୋଗୁଥିବା ନିର୍ଯାତନା ଏବେ ବଢି ବଢି ଚାଲିଛି” “ପ୍ରତିଦିନ ର ମାଡ଼ ଗାଳି ଏବେ ମୋର ଦେହସୁହା ହେଇଗଲାଣି” । “ଏବେ ମୁଁ ଆଠ ମାସ ର ଗର୍ଭବତୀ” “ଆଉ କିଛି ଦିନ ଗଲେ ମୋର ଛୁଆ ଟିଏ ଜନ୍ମ ହୋଇଗଲେ କାଳେ ସୁଧୁରି ଯିବେ ମୋ ସ୍ଵାମୀ ଓ ତାଙ୍କ ପରିବାର ଲୋକେ” l “ହୁଏତ କୋମଳମତି ଛୁଆ ହିଁ ମୋର ଭାଗ୍ୟରେ ପରିବର୍ତ୍ତନ ଆଣି ଦେଇପାରେ” । “ତମେ ଆଉ ବ୍ୟସ୍ତ ହୁଅନି ବାପା ମୁଁ ଜିଇଁଲେ ଏଠି ଜିଇଁବି ମଲେ ଏଠି ମରିବି” l “ଏହା ହିଁ ଶେଷ କଥା ଥିଲା ବୋଧେ ବାପା ଙ୍କ ସହିତ ରୁନୁ ର” l “ଆଜି ଆଉ ଏ ଅଲିଅଳ ଝିଅ ରୁନୁ ଏ ଦୁନିଆ ରେ ନାହିଁ” l ଗତ 17ତାରିଖ ଦିନ ସୋନପୁର ରାମ କୃଷ୍ନ ନଗର ର ଭଡ଼ା ଘରେ ରହୁଥିବା ତାର ଶ୍ବଶୁର ଘରେ ପ୍ରଚୁର ମାଡ଼ ଓ ନାନା ନିର୍ଯ୍ୟାତନା ପାଇ ଶେଷରେ ଜୀବନ ହାରିଛି ରୁନୁ” । ମେଡିକାଲ୍ ରେ ଡାକ୍ତର ରୁନୁ କୁ ମୃତ ଘୋଷଣା କରିଛନ୍ତି l

 

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ବ୍ରାହ୍ମଣୀ ଗାଁ ର ଦାମୋଦର ମିଶ୍ର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଯାଲୋଇ ଗାଁ ରେ ଉତ୍ତମ ପାଣିଗ୍ରାହୀ ଙ୍କ ପୁଅ ଲିଙ୍କନ ପାଣିଗ୍ରାହୀ ଙ୍କ ସହିତ ନିଜ ଝିଅ ରୁନୁ କୁ ବୈଦିକ ରୀତି ନିତି ରେ ଗତ ୨୦-୦୪-୨୦୨୫ ରେ ବାହା ଘର କରିଥିଲେ l ପାଞ୍ଚ ଲକ୍ଷ ଟଙ୍କା ସହ ଟିଭି ଫ୍ରିଜ୍ କୁଲର ଇତ୍ୟାଦି ସମସ୍ତ ନିତ୍ଯ ବ୍ୟବହାର୍ଯ୍ୟ ଜିନିଷ ବର ଘର ପକ୍ଷରୁ ଯୈାତୁକ ଦାବି ହୋଇଥିଲା l ସେଇ ଦାବି ମୁତାବକ ଝିଅ ର ବାପା ସମସ୍ତ ସାମଗ୍ରୀ ସହ ୨୧-୦୪-୨୫ ତାରିଖ ଦିନ ସମସ୍ତ ସାମଗ୍ରୀ ଦାଖଲ କରିବା ସହ ଫୋନ ପେ ରେ ଏକ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ l ପରେ ୨୩-୦୪-୨୫ ତାରିଖରେ ଝିଅ ର ବାପା ପୁଣି ୩ ଲକ୍ଷ ଟଙ୍କା ବର ଘର କୁ ଯାଇ ନଗଦ ଟଙ୍କା ଦେଇଥିଲେ ମଧ୍ୟ ଆଉ ଦୁଇ ଲକ୍ଷ ଟଙ୍କା ଦେବାକୁ ଅସମର୍ଥ ହୋଇଥିଲେ। ସେହି ଦିନଠୁ କିନ୍ତୁ ଝିଅ ର ଭାଗ୍ୟ ରେ କଳାବାଦଲ ଘୋଟି ଆସିଥିଲା। ବାହାଘର ର ଚାରି ଦିନ ପରେ ସ୍ଵାମୀ ଓ ଶାଶୂ ଠାରୁ ଆରଂଭ ହୋଇଥିଲା ଝିଅ ରୁନୁ ଉପରେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା l ଚରମ ସୀମା ରେ ପହଞ୍ଚିଲା ନିର୍ଯ୍ୟାତନା ଫଳ ସ୍ଵରୂପ ଗତ କାଲି ୧୭-୦୨- ୨୬ ରେ ଶାରିରୀକ ଯନ୍ତ୍ରଣା ରେ ଛଟପଟହୋଇ ଆଠ ମାସ ର ଗର୍ଭବତୀ ଝିଅ ଗର୍ଭ ର ଥିବା ଛୁଆ ସହ ଶେଷରେ ପ୍ରାଣ ହରାଇଲେ l ଏ କଥା ସୋନପୁର ଥାନା ଆଗରେ କାନ୍ଦି କାନ୍ଦି ଝିଅ ରୁନୁ ର ବାପା ଦାମୋଦର ଓ ମାମୁଁ ବିଶ୍ବମ୍ବର ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି l ଏହି ଘଟଣା ର ତଦନ୍ତ ଦାୟିତ୍ୱ ଏସ ଆଇ ଅନିଲ କୁମାର ବେହେରା ଙ୍କୁ ଦିଆଯାଇଛି l ଏ ନେଇ ସୋନପୁର ପୋଲିସ ଥାନା ରେ କେଶ ନମ୍ବର 57/18/02/2026 U/s -85/80/103( l ) /3(5) BNS /4 DP Act ଆଧାର ରେ ମାମଲା ରୁଜୁ ହୋଇ ଅଭିଯୁକ୍ତ ସ୍ଵାମୀ ଲିଙ୍କନ (31) ଓ ଶାଶୂ ଶାନ୍ତିଲତା (50 )ଉଭୟ ଙ୍କୁ 18/02/26 ତାରିଖ ରେ ଗିରଫ କରି ଗତ 19/02/26 ତାରିଖ ରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି l ଏ ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *