ଗ୍ରୀଷ୍ମ ପ୍ରବାହ ପରିଚାଳନା ବୈଠକ ଅନୁଷ୍ଠିତ
ପୁରୀ: ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ଲୋକ ମାନଙ୍କୁ ସଚେତନ ସହ ବିଭିନ୍ନ ବିଭାଗ ସେମାନଙ୍କ ପରିଚାଳନା କୁ ସୁଦୃଢ କରିବା ଜରୁରୀ।ଯାହା ଫଳରେ ଏହି ଗ୍ରୀଷ୍ମ ପ୍ରବାହ କ୍ଷୟକ୍ଷତି କୁ ରୋକା ଯାଇ ପାରିବ ବୋଲି କହିଛନ୍ତି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା। ସଦଭାବନ ସଭାଗୃହ ପରିସରରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟିର ପୁରୀ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପରିଡା ପ୍ରାକୃତିକ ବିପର୍ଯ୍ୟୟ କୁ ରୋକା ଯାଇ ପାରିବ ନାହିଁ।କିନ୍ତୁ ପୂର୍ବ ପ୍ରସ୍ତୁତି ଦ୍ଵାରା ଧନ ଜୀବନ ହାନି ଓ କ୍ଷୟକ୍ଷତି କୁ ହ୍ରାସ କରିପାରିବା।ତେଣୁ ବୈଠକ ର ନିର୍ଯ୍ୟାସ ଅନୁସାରେ ସମସ୍ତ ବିଭାଗ ସେମାନଙ୍କ ଦାୟିତ୍ୱ କୁ ସୁଚାରୁ ରୁପେ ନିର୍ବାହ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ପରେ ବିଷଦ ଆଲୋଚନା କରାଯାଇ କାର୍ଯ୍ୟ ଚୁଡାନ୍ତ କରାଗଲା।ବ୍ଲକ,ତହସିଲ, ଜିଲ୍ଲା ସ୍ତର ସହ ସମସ୍ତ ବିଭାଗ ସେମାନଙ୍କ କଣ୍ଟ୍ରୋଲ ରୁମ ବା ନିୟନ୍ତ୍ରଣ କକ୍ଷ କୁ ନିରନ୍ତର ଭାବେ ତୁରନ୍ତ କାର୍ଯ୍ୟକ୍ଷମ କରିବା,ୱ୍ବାଟକୋ ତରଫରୁ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ କୁ ଅଧିକ କ୍ରିୟାଶୀଳ କରିବା, ଆବଶ୍ୟକତା ଅନୁସାରେ ଜଳ ଯୋଗାଇବା,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳ ଉତ୍ସ ଗୁଡିକୁ ନିୟମିତ ବିଶୋଧନ ସହ ଅଧିକ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ,ଗ୍ରାମାଞ୍ଚଳରେ ଓ ସହରାଞ୍ଚଳ ର ଜନ ଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କ ରେ ବିଡ଼ିଓ ,ପୌର ଓ ଏନଏସିର ନିର୍ବାହୀ ଅଧିକାରୀ ମାନେ ପାନୀୟ ଜଳ ଛତ୍ରର ବ୍ୟବସ୍ଥା କରିବା, ଶ୍ରମିକ ମାନଙ୍କୁ ଦିବା ୧୧ ଘଟିକା ରୁ ୩ ଘଟିକା ପର୍ଯ୍ୟନ୍ତ କାମ ନ କରାଇବା, ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ଛାଇ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା,ସେମାନ ଙ୍କୁ ସଚେତନତା ବ୍ୟବସ୍ଥା, ଶିକ୍ଷାନୁଷ୍ଠାନ ଗୁଡିକ ସରକାରୀ ମାର୍ଗଦର୍ଶିକା ଅନୁସାରେ ପରିଚାଳନା, ସମସ୍ତ ଚିକିତ୍ସାଳୟରେ ଏସି,କୁଲର ବ୍ୟବସ୍ଥା, ବରଫ ବ୍ୟବସ୍ଥା,ପ୍ରଚୁର ଓଆରଏସ ବ୍ୟବସ୍ଥା,ବେସରକାରୀ ହସପିଟାଲ ମାନଙ୍କୁ ସଚେତନ କରାଇବା ବ୍ୟବସ୍ଥା,ହିଟ୍ ୱ୍ବେଭରେ ମୃତ୍ୟୁ ଅଭିଯୋଗ ରେ ପୋଷ୍ଟମର୍ଟମ ସହ ଯୁଗ୍ମ ତଦନ୍ତ ବ୍ୟବସ୍ଥା,ଗ୍ରୀଷ୍ମ ସମୟରେ ଲୋକ ମାନଙ୍କୁ କ’ଣ କରିବା କ’ଣ ନ କରିବା ସମ୍ପର୍କରେ ସଚେତନ କରାଇବା ବ୍ୟବସ୍ଥା,ଜନ ପ୍ରତିନିଧି, ସ୍ବେଚ୍ଛାସେବୀ ମାନଙ୍କୁ ସଚେତନ ଓ ସେମାନଙ୍କ ସହଯୋଗ ନେବା, ନିରବଚ୍ଛିନ୍ନ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ କରିବା,ପଶୁ ସମ୍ପଦ ମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ଓ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା,ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଛାଇ ବ୍ୟବସ୍ଥା, ମ୍ୟାଟ ଓ ଜଳ ସିଞ୍ଚନ ବ୍ୟବସ୍ଥା,ସ୍ବାସ୍ଥ୍ୟ ବ୍ୟବସ୍ଥା,ପାନୀୟ ଜଳ ସହ ଓଆରଏସ ବ୍ୟବସ୍ଥା, ବିଭିନ୍ନ ଆବାସିକ ଶିକ୍ଷାନୁଷ୍ଠାନ ମାନଙ୍କରେ ପାନୀୟ ଜଳ ଓ ସ୍ବାସ୍ଥ୍ୟ ରକ୍ଷା ବ୍ୟବସ୍ଥା, ପର୍ଯ୍ୟଟନ ସ୍ଥଳୀ ମାନଙ୍କ ରେ ଅନୁରୂପ ସହାୟତା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇ ସମସ୍ତ ବିଭାଗ ତତ୍ପରତା ର ସହ ଗ୍ରୀଷ୍ମ ପ୍ରବାହ ର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟ ସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ. ଶରତ ଚନ୍ଦ୍ର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ଏସପି ଦେବୀ ପ୍ରସାଦ ପ୍ରତାପ, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଏଥିରେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ଜରୁରୀ ବିଭାଗ ର ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ, ଜିଲ୍ଲା ପ୍ରୋଜେକ୍ଟ ଅଫିସର ସୁକାନ୍ତ କୁମାର ଦାଶ ଓ ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।
