February 21, 2026
Home » ଛତ୍ରପୁର ରେଲୱେ ଗେଟ୍ ଠାରେ ହତ୍ୟାକାଣ୍ଡ

ଛତ୍ରପୁର ରେଲୱେ ଗେଟ୍ ଠାରେ ହତ୍ୟାକାଣ୍ଡ

0
WhatsApp Image 2026-02-20 at 9.39.41 AM

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍‌ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ଛତ୍ରପୁର ଥାନା ଅରୁଗୁଣୀ ଗ୍ରାମର ଆର. ରାଜା ରାଓ।ଗୁରୁବାର ବିଳମ୍ବିତ ରାତିରେ ଆର. ରାଜାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରି ରିକାପଲ୍ଲୀ ଗେଟ୍‌ ନିକଟରେ ଥିବା ଚିକେନ ଦୋକାନ ପଛପଟେ ପକାଇ ଦେଇଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ଦେଖି ଛତ୍ରପୁର ଥାନା ପୋଲିସକୁ ଖବର ଦେଇଥିଲେ। ଛତ୍ରପୁର ଏସ୍‌ଡିପିଓ ଚନ୍ଦନ ଘଡ଼େଇ, ଛତ୍ରପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସମେତ ବହୁ ପୋଲିସ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଜାରି ରଖିଛନ୍ତି।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *