ଆନ୍ତର୍ଜାତିୟ ମାତୃଭାଷା ଦିବସ ପାଳିତ
ରାୟଗଡ଼ ସ୍ଥାନୀୟ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ତା :୨୧/୦୨/୨୬ ରିଖରେ ପାଳିତ ହୋଇଥିବା ଆନ୍ତର୍ଜାତିୟ ମାତୃଭାଷା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସିଆରସିସି ସଦାନନ୍ଦ ନାୟକ ଯୋଗଦେଇ ମାତୃଭାଷା ଦିବସର ମହତ୍ତ୍ଵ ବିଷୟରେ ଉଦବୋଧନ ରଖିଥିଲେ |ପ୍ରତି ବର୍ଷ ଫେବୃଆରୀ ୨୧ ତାରିଖରେ ଭାଷା ଏବଂ ସଂସ୍କୃତିରେ ବିବିଧତାକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସ ମାନବ ସମାଜରେ ପରସ୍ପରର ଭାଷାକୁ ସମ୍ମାନ କରିବା ଏବଂ ଏକ ଶାନ୍ତିପୂର୍ଣ୍ଣ ସମାଜ ଗଠନ କରିବାକୁ ଦିଗଦର୍ଶନ ଦିଏ ।

ଏହା ପରିଚୟ ଏବଂ ସଂସ୍କୃତି ପାଇଁ ମାତୃଭାଷା ଅତ୍ୟାବଶ୍ୟକକୁ ଗୁରୁତ୍ୱାରୋପ କରିଥାଏ। ଏହି ଦିବସ ମୁଖ୍ୟତଃ ଭାଷା ସଂରକ୍ଷଣ ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାକୁ ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ଯାହା କି ୨୦୨୬ ଅଭିଯାନ ଗୁରୁତ୍ୱାରୋପ କରେ। ଏଥି ସହ ୧୯୫୨ର ଭାଷା ଆନ୍ଦୋଳନରେ ବାଂଲାଦେଶୀ ଛାତ୍ରଙ୍କ ବଳିଦାନକୁ ସ୍ମରଣ କରୁଛି। ୟୁନେସ୍କୋ ରିପୋର୍ଟ ଅନୁଯାୟୀ, ୪୦% ଲୋକ ନିଜ ଭାଷାରେ ଶିକ୍ଷା ପାଆନ୍ତି ନାହିଁ।ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନର ଏହି ଅବସରରେ ପିଲାଙ୍କ ମଧ୍ୟରେ ନିବନ୍ଧ, କବିତା ବକ୍ତୃତା ଆଦି ପ୍ରତିଯୋଗୀତା ମାନ ଆୟୋଜନ କରାଯାଇ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ସଭିଏଁ ମାତୃଭାଷା ବ୍ୟବହାର ସମ୍ପର୍କରେ ଶପଥପାଠ କରିଥିଲେ । ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା ଙ୍କ ସହ ବାସନ୍ତୀ ମିଶ୍ର, ନୀଳାଞ୍ଚଳ ମିଶ୍ର, ମନୋରମା ସାହୁ, ମଧୁସ୍ମିତା ତ୍ରିପାଠୀ ପ୍ରମୂଖ ମଞ୍ଚାସୀନ ଥିଲେ ଓ ସମସ୍ତ ଛାତ୍ର, ଛାତ୍ରୀ ଯୋଗଦେଇଥିଲେ ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
