ସୁବର୍ଣ୍ଣପୁର: ଫିଲ୍ମଷ୍ଟାଇଲରେ ବନ୍ଧୁକ ଦେଖାଇ ଅଧା ବାଟରୁ ନବବଧୂକୁ ନେଇ ଛୁ ମାରିବା ଘଟଣା ତରଭା ଅଞ୍ଚଳ ରେ ଏକ ଚର୍ଚ୍ଚାର ବିଷୟ ହୋଇ ପଡିଛି I ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀର ସହର ର ନୁଆଁ ବସ ଷ୍ଟାଣ୍ଡ ନିକଟରେ ଥିବା କାମାକ୍ଷା ନଗର ର ସ୍ବର୍ଗତ ଗଜାନନ ପୁଟେଲ ଙ୍କ ପୁଅ ହରିବନ୍ଧୁ ଙ୍କ ସହିତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ର ତହସିଲ ପଛ ପଟେ ଥିବା ରଥପଡା ସର୍ଜନ ପୁଟେଲ ଙ୍କ ଝିଅ ରଶ୍ମି ଙ୍କ ସହିତ ବୈଦିକ ରୀତିନୀତି ଅନୁଯାୟୀ ଶନିବାର 21/2ରେ ବିବାହ ସମ୍ପୂର୍ଣ୍ଣ ହୋଇଥିଲା l କନ୍ୟା ଘର ଲୋକେ କନ୍ୟା ବିଦାକଲେ I ବର ସହ ସାଙ୍ଗରେ ଥିଲେ ଝିଅ ର ଆଇ ଓ ବରପିଲା ର ବଡ଼ ନାନୀ ହେଲେ ବାହା ହୋଇଥିବା କନ୍ୟା ଶାଶୁ ଘର କୁ ପହଞ୍ଚି ପାରିଲା ନାହିଁ I ଆଜି ରବିବାର ଭୋର ସକାଳୁ ଅଧା ବାଟରେ ତଥା ସୁବର୍ଣ୍ଣପୁର ଜିଲ୍ଲା ତରଭା ବଡବନ୍ଧ ନିକଟରେ ବନ୍ଧୁକ ଦେଖାଇ ବନ୍ଧୁକ ଧାରୀ ନବବଧୂକୁ ନେଇ ଫେରାର ମାରିଥିବାର ଜଣାଯାଇଛି I

ଘଟଣା ଘଟିବା ପରେ ବରଶିଶୁପାଳ ହୋଇ ତରଭା ପୋଲିସ ସହାୟତା ପାଇଁ ଦ୍ୱାରସ୍ତ ହୋଇଛନ୍ତି ।ସୂଚନା ଅନୁଯାୟୀ ହରିବନ୍ଧୁ ବାହା ହେବା ପାଇଁ ନେଇ ଥିବା ବରଯାତ୍ରୀ ଗାଡି OD-02A J3856 ଯାଇ ବଲାଙ୍ଗିର କାମାକ୍ଷୀନଗରରୁ କଣ୍ଟାମାଳ ଗ୍ରାମର ରଥପଡା କୁ ବିବାହ ପାଇଁ ଯାଇଥିଲେ I ବର ନବବଧୂକୁ ଧରି ଫେରିବା ବେଳେ ତରଭା ବଡ଼ବନ୍ଧ ନିକଟରେ ଧଳା ରଙ୍ଗ ର Beza ଗାଡି ରେ ଡ୍ରାଇଭର ସହ 3 ଜଣ ଯୁବକ ବନ୍ଧୁକ ଦେଖାଇ ନବବଧୂକୁ ନେଇ ଯାଇଥିଲେ ବୋଲି ଅଭିଯୋଗ ହୋଇଛି I ବରଯାତ୍ରୀ ଗାଡ଼ିରେ ଝିଅ ଘର ପକ୍ଷରୁ ଝିଅ ର ଆଇ ଉକ୍ତ ଯୁବକ ଙ୍କୁ ଚି଼ହ୍ନ ଥିବାର ସୂଚନା ରହିଛି I ଦୀର୍ଘ ସମୟ ପର୍ଯ୍ୟନ୍ତ ବିଚାର ପରେ ବରପକ୍ଷରୁ ବର ହରିବନ୍ଧୁ ତରଭା ଥାନା ରେ ଲିଖିତ ଅଭିଯୋଗ ଦେବା ପରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ତରଭା ଆଇ ଆଇ ସି ଅନିତା କିଡୋ ସୂଚନା ଦେଇଛନ୍ତି I
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…