February 23, 2026
Home » ୨୦୨୬ ବର୍ଷ ପାଇଁ ପ୍ରଖର ଗ୍ରୀଷ୍ମ ପ୍ରବାହର ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ଓ ସଚେତନତା ବୈଠକ

୨୦୨୬ ବର୍ଷ ପାଇଁ ପ୍ରଖର ଗ୍ରୀଷ୍ମ ପ୍ରବାହର ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ଓ ସଚେତନତା ବୈଠକ

0
1000950332

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 2; cct_value: 5125; AI_Scene: (-1, -1); aec_lux: 274.08716; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 40;

ନୟାଗଡ :  ନୟାଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଗାମୀ ଗ୍ରୀଷ୍ମ ପ୍ରବାହ ପରିଚାଳନା ପ୍ରଭାବ ପାଇଁ ଜିଲ୍ଲାପାଳ ମଧୁମିତା ରଥଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ଲୋକମାନଙ୍କୁ କିପରି ସଚେତନ କରାଯାଇପାରିବ ସେଥିରେ ବିଭିନ୍ନ ବିଭାଗରେ ଦାୟିତ୍ଵ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ କଣ୍ଟ୍ରୋଲ ରୁମ ଖୋଲିବା ସହିତ ପରିସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ଅଧିକ କ୍ରିୟାଶୀଳ କରିବା ସହିତ ଆବଶ୍ୟକତା ଅନୁସାରେ ଜଳ ଯୋଗାଇବା ଓ ଜଳ ଉତ୍ସଗୁଡ଼ିକୁ ନିୟମିତ ବିଶୋଧନ ସହ ଅଧିକ ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ମୁଖ୍ୟତଃ B.D.O, ପୌର ଓ ଏନ୍.ଏ.ସି. ଅଧିକାରୀମାନଙ୍କୁ ପାନୀୟ ଜଳ ସେବା କେନ୍ଦ୍ର ବ୍ୟବସ୍ଥା କରିବା ସହିତ ଶ୍ରମିକମାନଙ୍କୁ ଦିବା ୧୧ ଘଟିକାରୁ ୩ ଘଟିକା ପର୍ଯ୍ୟନ୍ତ କାମ ନ କରାଇବା, ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ପାନୀୟ ଜଳ ବ୍ୟବସ୍ଥା ଆଦିକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ପ୍ରତ୍ୟେକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ପାଇଁ ଜାରି ମାର୍ଗ ଦର୍ଶିକା ଅନୁସାରେ ସମସ୍ତ ନିର୍ଣ୍ଣୟ ଓ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ସହିତ ପାନୀୟ ଜଳ ବୋବାଇବା ସୁନିଶ୍ଚିତ କରିବା ପାଇଁ ଟିପିସିଓଡ଼ିଏଲଏବଂ ପିଏଚଡିର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କେନ୍ଦ୍ରଗୁଡିକରେ ଅଂଶୁଘାତ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ସହିତ ଆନୁସଙ୍ଗିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କର ସମନ୍ଵୟର ଆବଶ୍ୟକତା ଅଛି ବୋଲି ମଧ୍ୟ କୁହାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ ।
କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତପତି ରାଜ ଏଥିରେ ଜିଲ୍ଲାର ଉଚ୍ଚ ପଦସ୍ଥ ଅଧିକାରୀ ହିସାବରେ ଶ୍ରୀଯୁକ୍ତ ଲଗ୍ନଜିତ ରାଉତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ନୟାଗଡ଼, ଉପଜିଲ୍ଲାପାଳ ଶ୍ରୀଯୁକ୍ତ କର୍ଣ୍ଣଦେବ ସମାଦାର, ଶ୍ରୀମତୀ ପୁଷ୍ପା ନିଳିମା ଲାକ୍ରା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଶ୍ରୀମତୀ ତପତି ରାଜ ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ନୟାଗଡ଼ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ଓ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନଙ୍କର ମତାମତ ରଖିଥିଲେ। ଜିଲ୍ଲାପାଳ ମଧୁମିତା ରଥ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ଓ ଯଦି କୌଣସି ସ୍ଥାନରେ ଜନସାଧାରଣଙ୍କର ଗ୍ରୀଷ୍ମ ପବାହରେ ଅସୁବିଧା ହୁଏ ତତକ୍ଷଣାତ୍ ଜିଲ୍ଲା ପ୍ରଶାସନର ଦୃଷିକୁ ଆଣି ସମାଧାନର ବ୍ୟବସ୍ଥାରେ ସହଯୋଗ କରିବାପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *