February 25, 2026
Home » ଅସାଧୁ ବ୍ୟକ୍ତି ଲୋକଙ୍କ ଠକାମିରୁ ବଞ୍ଚନ୍ତୁ

ଅସାଧୁ ବ୍ୟକ୍ତି ଲୋକଙ୍କ ଠକାମିରୁ ବଞ୍ଚନ୍ତୁ

0
images

ଜନସାଧାରଣଙ୍କ ସଦୟ ଅବଗତି ନିମନ୍ତେ ସୂଚୀତ କରାଯାଉଛି କି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାଁ ରେ କିଛି ଅସାଧୁ ବ୍ୟକ୍ତି ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି। ଟଙ୍କା ଆଦାୟ ନିମନ୍ତେ ବ୍ୟବହୃତ ହୋଇଥିବା ନମ୍ବର ୭୩୭୭୩୫୨୪୪୯ ଓ ଅଭିଯୋଗକାରୀଙ୍କ ବୟାନକୁ ଆଧାର କରି ସାଇବର କ୍ରାଇମ ଥାନାରେ ମାମଲା ରୁଜୁ କରାଯାଇଛି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଉପମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

କୌଣସି ବ୍ୟକ୍ତି ଯଦି ଏହିପରି ଆପଣଙ୍କୁ ଫୋନ୍ କରି ଟଙ୍କା ମାଗନ୍ତି କିମ୍ବା ପରିଚୟର ଅପବ୍ୟବହାର କରି ଟଙ୍କା ଆଦାୟ କରିବା କିମ୍ବା ପଦମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରୁଥିବା ନଜର ଆସୁଛି ତେବେ ତୁରନ୍ତ ପୋଲିସକୁ ଜଣାନ୍ତୁ ଏବଂ ଥାନାରେ ଅଭିଯୋଗ କରନ୍ତୁ। ଏପରି କାର୍ଯ୍ୟକଳାପକୁ ଆଦୌ ବରଦାସ୍ତ କରାଯିବ ନାହିଁ। କୌଣସି ବି ଅଜଣା ବ୍ୟକ୍ତିଙ୍କୁ ଟଙ୍କା ପଇଠ କରିବା ପୂର୍ବରୁ ସମ୍ପୂର୍ଣ୍ଣ ତଥ୍ୟକୁ ଯାଞ୍ଚ କରନ୍ତୁ ଠକାମିରୁ ବଞ୍ଚନ୍ତୁ।

Leave a Reply

Your email address will not be published. Required fields are marked *