ରାଜ୍ୟ ସରକାର ପୁରୀ ରେ ନିର୍ମାଣ ହେବ କ୍ରୁଜ ଟର୍ମିନାଲ
ପୁରୀ ରେ ପର୍ଯ୍ୟଟନ ଶିଳ୍ପ ର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ପୁରୀ କୁ ଅଧିକ ଦେଶୀ ଓ ବିଦେଶୀ ଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ପୁରୀ ରେ ନିର୍ମାଣ କରିବେ କ୍ରୁଜ ଟର୍ମିନାଲ।ପୁରୀରେ ଏକ ଅତ୍ୟାଧୁନିକ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଛି। ଏହା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।ଏହା ପୁରୀ ସହର ନିକଟବର୍ତ୍ତୀ ସିପସରୁବାଲି ଅଞ୍ଚଳ ରେ ହେବ। ୫୦୦ କୋଟି ଟଙ୍କା ଏହି ପ୍ରକଳ୍ପ ପାଇଁ ବ୍ୟୟ ହେବ।ପର୍ଯ୍ୟଟକମାନେ ଯେପରି ସମୁଦ୍ର ପଥରେ ବିଳାସପୂର୍ଣ୍ଣ କ୍ରୁଜ୍ ମାଧ୍ୟମରେ ପୁରୀ ଆସିପାରିବେ ଏବଂ ଏଠାରୁ ଅନ୍ୟାନ୍ୟ ସ୍ଥାନକୁ ଯାଇପାରିବେ ସେ ନେଇ ସବୁ ବ୍ୟବସ୍ଥା ରହିବ। ଏହି କ୍ରୁଜ ଟର୍ମିନାଲ୍ ମାଧ୍ୟମରେ ପୁରୀ ବିଶାଖାପାଟଣା, କୋଲକାତା ଏବଂ ଚେନ୍ନାଇ ଭଳି ପ୍ରମୁଖ ବନ୍ଦର ସହ ଜଳପଥରେ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ଵାରାପର୍ଯ୍ୟଟନର ବିକାଶ ହୋଇପାରିବ ।ଶ୍ରୀକ୍ଷେତ୍ରକୁ ଆସୁଥିବା ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନେ ଏକ ନୂଆ ପ୍ରକାରର ଅନୁଭୂତି ପାଇବେ। ଏହି ପ୍ରକଳ୍ପ ଦ୍ଵାରା ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଗାମୀ ଦିନରେ ପୁରୀର ବ୍ଲୁ ଫ୍ଲାଗ୍ ବିଚ୍ ଏବଂ କ୍ରୁଜ୍ ସେବା ମିଳିତ ଭାବେ ଓଡ଼ିଶାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେବ।ପୁରୀ କୁ ଅଧିକ ବିଦେଶୀ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ସହିତ ପର୍ଯ୍ୟଟନ ର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ପୁରୀ ର ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର ର ସଭାପତି ଶ୍ରୀମନ୍ତ କୁମାର ସାହୁ ନିଜ ପ୍ରତିକ୍ରିୟାରେ କୁହନ୍ତି, ଜଗନ୍ନାଥ୍ ଧାମ ପୁରୀ କୁ ପ୍ରତିବର୍ଷ ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ତେବେ ପର୍ଯ୍ୟଟକ ଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଓ ସେମାନଙ୍କ ମନୋରଞ୍ଜନ ପାଇଁ ରାଜ୍ୟ ସରକାର ପୁରୀ ରେ ଯେଉଁ କ୍ରୁଜ ଟର୍ମିନାଲ ସ୍ଥାପନ ପାଇଁ ଯୋଜନା କରିଛନ୍ତି ଏହା ବହୁତ୍ ସ୍ବାଗତ ଯୋଗ୍ୟ ପଦକ୍ଷେପ । ପୁରୀ କୁ ଜଳ ପଥରେ ଯୋଡିବା ପାଇଁ ଏହି ପଦକ୍ଷେପ ବହୁତ୍ ଭଲ। କ୍ରୁଜ ରେ ପର୍ଯ୍ୟଟକ ମାନେ ଯାତ୍ରା କରି ସମୁଦ୍ର ଭିତର ର ପ୍ରାକୃତିକ ଦୃଶ୍ୟ କୁ ଉପୋଭୋଗ କରିପାରିବେ। ଏକ ନିଆରା ଅନୁଭୂତି ହାସଲ କରିବେ। ଏହା ଦ୍ଵାରା ସାମୁଦ୍ରିକ ପର୍ଯ୍ୟଟନ ର ଅଭିବୃଦ୍ଧି ଘଟିବ। ପର୍ଯ୍ୟଟକ ମାନେ ସମୁଦ୍ର ଭିତରେ କ୍ରୁଜ ରେ ରାତ୍ରୀ ଯାପନ କରିବା ସହ ବିଳାସପୂର୍ଣ୍ଣ ସେବା ପାଇ ପାରିବେ। ଏହା ଦ୍ଵାରା ପୁରୀ କୁ ଆସିବାକୁ ପର୍ଯ୍ୟଟକ ଙ୍କ ଆକର୍ଷଣ ବୃଦ୍ଧି ପାଇବ। ପୁରୀ ସହର ନିକଟ ରେ ସିପସରୁବାଲି ଅଞ୍ଚଳ ରେ ଏହି କ୍ରୁଜ ଟର୍ମିନାଲ ସ୍ଥାପନ ପାଇଁ ସରକାର ଯେଉଁ ଯୋଜନା କରିଛନ୍ତି ତାହା ବହୁତ୍ ଭଲ ସ୍ଥାନ ହେବ ଏହି ପ୍ରକଳ୍ପ ପାଇଁଅନ୍ତର୍ଜାତୀୟ ବାଲୁକା ଚିତ୍ର ଶିଳ୍ପୀ ସୁଦାମ ପ୍ରଧାନ ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ରେ କ୍ରୁଜ ସେବା ପାଇଁ ରାଜ୍ୟ ସରକାର ଯେଉଁ ଯୋଜନା କରିଛନ୍ତି ତାହା ବହୁତ୍ ସ୍ବାଗତ ଯୋଗ୍ୟ ପଦକ୍ଷେପ। ପର୍ଯ୍ୟଟନ ସ୍ଥଳୀ ଭାବରେ ପୁରୀ ସାରା ବିଶ୍ଵ ରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି। ଜଳ ପଥ ରେ କ୍ରୁଜ ସେବା ପର୍ଯ୍ୟଟକ ଙ୍କ ପାଇଁ ଆରଂଭ ହେଲେ ଏହା ଦ୍ଵାରା ପୁରୀ କୁ ଅଧିକ ପର୍ଯ୍ୟଟକ ଆସିବା ପାଇଁ ଆକୃଷ୍ଟ ହେବେ । ବିଦେଶ ରେ କ୍ରୁଜ ସେବା ସ୍ବତନ୍ତ୍ର ସ୍ଥାନ ରଖିଛି। ଅଧିକ ପର୍ଯ୍ୟଟକ ମାନେ କ୍ରୁଜ ରେ ବୁଲିବାକୁ ପସନ୍ଦ କରନ୍ତି। କ୍ରୁଜ ରେ ନିଜ ପରିବାର ସହ ପର୍ଯ୍ୟଟକ ମାନେ ଯାତ୍ରା କରି ବହୁତ୍ ମନୋରଞ୍ଜନ ପାଇଥାନ୍ତି। ଗୋଟିଏ ପର୍ଯ୍ୟଟନ ସ୍ଥଳୀ ରୁ ଅନ୍ୟ ଏକ ପର୍ଯ୍ୟଟନ ସ୍ଥଳୀ କୁ ଜଳ ପଥରେ କ୍ରୁଜ ରେ ନିଜ ବନ୍ଧୁ, ପରିବାର ସହ ଯାତ୍ରା କରିବା ସମସ୍ତ ଙ୍କ ପାଇଁ ଏହା ଏକ ନିଆରା ଅନୁଭୂତି। ଏଣୁ ପୁରୀ ରେ କ୍ରୁଜ ସେବା ପର୍ଯ୍ୟଟକ ଙ୍କ ଆରମ୍ଭ ହେଲେ ଏହା ପର୍ଯ୍ୟଟକ ଙ୍କୁ ବହୁତ୍ ଆକୃଷ୍ଟ କରିବ। ସାମୁଦ୍ରିକ ପର୍ଯ୍ୟଟନର ମଜା ନେବେ ପର୍ଯ୍ୟଟକ। ପୁରୀ ରେ ମେରାଇନ ଟୁରିଯିମ୍ ନାହିଁ। ଏହା ପୁରୀ ରେ ହେଲେ ପର୍ଯ୍ୟଟକ ମାନେ ସମୁଦ୍ର ବିଷୟରେ ଅଧିକ କଥା ଜାଣିପାରିବେ। ଏଣୁ ପୁରୀ ରେ କ୍ରୁଜ ସେବା ପାଇଁ ସରକାର ଯେଉଁ ଯୋଜନା କରିଛନ୍ତି ଆମେ ତାହାକୁ ସ୍ବାଗତ କରୁଛୁ। ତେବେ ସିପସରୁବାଲି ଅଞ୍ଚଳ ରେ ହେବାକୁ ଥିବା ଶାମୁକା ପ୍ରକଳ୍ପ ରେ ପଞ୍ଚ ତାରକା ହୋଟେଲ, ଅତ୍ୟାଧୁନିକ ସପିଙ୍ଗ ମଲ, ଫୁଡ୍ କୋର୍ଟ, ଗଲ୍ଫ କୋର୍ଟ ହେଲେ ପର୍ଯ୍ୟଟକ ମାନେ କ୍ରୁଜ ର ମଜା ନେବା ସହ ଉକ୍ତ ଅଞ୍ଚଳ ରେ ହେବାକୁ ଥିବା ଅନ୍ୟାନ୍ୟ ମନୋରଞ୍ଜନ ହାସଲ କରିପାରିବେ। ଯାହାକି ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ର ବିକାଶ ସହ ଆର୍ଥିକ ଅଭିବୃଦ୍ଧି ରେ ବେଶ୍ ସହାୟକ ହେବ ବୋଲି ମୋର ଆଶା ରହିଛି।

(ଶାମୁକା ପ୍ରକଳ୍ପ ର ବିକାଶ କାର୍ଯ୍ୟ ହେବ)
ପୁରୀର ଶାମୁକା ପ୍ରକଳ୍ପ ହେଉଛି ଓଡ଼ିଶା ସରକାରଙ୍କ ଏକ ବହୁ ପ୍ରତିକ୍ଷିତ ଏବଂ ମେଗା ପର୍ଯ୍ୟଟନ ପ୍ରକଳ୍ପ। ଏହାକୁ ଏସିଆର ସବୁଠାରୁ ବଡ଼ ପର୍ଯ୍ୟଟନ ହବ୍ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ଏହାର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା କରିଥିବା ପୁରୀ ଗସ୍ତରେ ଆସିଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଏଥି ସହିତ ଚିଲିକା ରେ ଭିତ୍ତିଭୂମି ବିକାସ କରାଯିବା ସହିତ ପିପିଲି ଚାନ୍ଦୁଆ ର ବିକ୍ରି ବୃଦ୍ଧି ପାଇଁ ପିପିଲି ଟୋଲଗେଟ୍ ନିକଟ ରେ ଏକ ଚାନ୍ଦୁଆ ବଜାର ଖୋଲାଯିବା ନେଇ ସରକାର ଙ୍କ ଯୋଜନା ଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ପୁରୀରେ ଦୀର୍ଘ ଦିନ ପଡ଼ିରହିଥିବା ଶାମୁକା ପ୍ରକଳ୍ପ ର ବିକାଶ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଗୁରୁତ୍ବ ଦେଉଥିବା ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ର ପର୍ଯ୍ୟଟନ ର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ପୁରୀ ରେ ୫୦୦ କୋଟି ଟଙ୍କା ବ୍ୟୟ ରେ ଏକ କ୍ରୁଜ ଟର୍ମିନାଲ ସ୍ଥାପନ ହେବ। ଯେଭଳି ବିଦେଶ ରେ ପର୍ଯ୍ୟଟକ ଙ୍କ ମନୋରଞ୍ଜନ ପାଇଁ କ୍ରୁଜ ସେବା ରହିଛି ସେହିଭଳି ବ୍ୟବସ୍ଥା ପୁରୀ କୁ ଆସୁଥିବା ପର୍ଯ୍ୟଟକ ଙ୍କ ପାଇଁ କରାଯିବ। ଏହା ଦ୍ଵାରା ପୁରୀ କୁ ଅଧିକ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବ ବୋଲି ସରକାର ଙ୍କ ଆଶା ରହିଛି। ଚିଲିକା ର ପୁନରୁଦ୍ଧାର ପାଇଁ ଏକ ଭିତ୍ତିଭୂମି ବିକାଶ କାର୍ଯ୍ୟ କରାଯାଉଛି। ଏହା ସହ ପିପିଲି ଚାନ୍ଦୁଆ ର ବିକ୍ରି ବୃଦ୍ଧି ପାଇଁ ପିପିଲି ଟୋଲ ଗେଟ୍ ନିକଟ ରେ ଏକ ଚାନ୍ଦୁଆ ହସ୍ତଶିଳ୍ପ ବଜାର ନିର୍ମାଣ କରାଯିବ। ଏହା ଦ୍ଵାରା ଚାନ୍ଦୁଆ କରିଗର ବେଶ୍ ଉପକୃତ ହୋଇ ପାରିବେ।
(ଶାମୁକା ପ୍ରକଳ୍ପ ର ହେବ ବିକାଶ କାର୍ଯ୍ୟ)
ଶାମୁକା ପ୍ରକଳ୍ପ ପୁରୀ ସହର ନିକଟସ୍ଥ ସିପସରୁବାଲି ଅଞ୍ଚଳରେ ଥିବା ଜମିରେ ପରିକଳ୍ପନା କରାଯାଇଛି। ଏହା ସମୁଦ୍ର କୂଳକୁ ଲାଗି ରହିଛି, ଯାହା ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହେବ।ପ୍ରକଳ୍ପର ମୁଖ୍ୟ ବିଶେଷତ୍ୱ ଶାମୁକା ପ୍ରକଳ୍ପ ଅଧୀନରେ ଅନେକ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ରହିବ । ଲଗ୍ଜୁରୀ ହୋଟେଲ ଓ ରିସୋର୍ଟ ସହିତ ଏଠାରେ ପଞ୍ଚତାରକା ହୋଟେଲ ଏବଂ ଆନ୍ତର୍ଜାତୀୟ ମାନର ରିସୋର୍ଟ ନିର୍ମାଣ ହେବ। ପର୍ଯ୍ୟଟକଙ୍କ ପାଇଁ ଏକ ବିଶାଳ ଗଲ୍ଫ କୋର୍ସର ଯୋଜନା ରହିଛି।ବଡ଼ ବଡ଼ ବ୍ୟବସାୟିକ ସମ୍ମିଳନୀ ପାଇଁ ଅତ୍ୟାଧୁନିକ ସେଣ୍ଟର ରହିବ।ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରିବା ପାଇଁ ଏକ ସ୍ୱତନ୍ତ୍ର କଳା ଗ୍ରାମ ସ୍ଥାପନ କରାଯିବ।ବିଦେଶୀ ପର୍ଯ୍ୟଟକ ଆକୃଷ୍ଟ କରିବା ସହିତ
କେବଳ ଧାର୍ମିକ ପର୍ଯ୍ୟଟନ ନୁହେଁ ଲଗଜୁରୀ ଟୁରିଜିମ୍ ପାଇଁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ଏହା ଦ୍ଵାରା ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ସହିତ ହଜାର ହଜାର ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ମଧ୍ୟ ମିଳିବ।ଶାମୁକା ପ୍ରକଳ୍ପ ଅନେକ ବର୍ଷ ଧରି ଜମି ଅଧିଗ୍ରହଣ ଏବଂ ପରିବେଶ ମଞ୍ଜୁରୀ କାରଣରୁ ବିଳମ୍ବିତ ହୋଇଥିଲା। କିନ୍ତୁ ବର୍ତ୍ତମାନ ପୁରୀର କ୍ରୁଜ୍ ଟର୍ମିନାଲ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସରକାର ଏହି ଶାମୁକା ପ୍ରକଳ୍ପକୁ ନୂଆ ରୂପରେ ଆଗକୁ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।
ଶାମୁକା ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଏହା ପୁରୀକୁ ଦୁବାଇ କିମ୍ବା ସିଙ୍ଗାପୁର ଭଳି ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବ ବୋଲି ଆଶା କରାଯାଉଛି।
(ପୁରୀକୁ ବୃଦ୍ଧି ପାଇଛି ପର୍ଯ୍ୟଟକ ଙ୍କ ଆଗମନ)
ଶ୍ରୀକ୍ଷେତ୍ର ପୁରୀ କୁ ଦିନକୁ ଦିନ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀକ୍ଷେତ୍ର ପୁରୀ ରାଜ୍ୟର ପର୍ଯ୍ୟଟନ ର ପ୍ରମୁଖ କ୍ଷେତ୍ର ରେ ପରିଣତ ହୋଇଛି। ୨୦୨୨ ମସିହାରେ ୧ କୋଟି ୪୭ ଲକ୍ଷ ୪୭ ହଜାର ୩୭୦ ଜଣ ପର୍ଯ୍ୟଟକ ଙ୍କ ଆଗମନ ହୋଇଥିଲା।୨୦୨୪ ରେ ଏହା ୨ କୋଟି ୪୩ ଲକ୍ଷ ୧୪ ହଜାର ୪୨୫ କୁ ବୃଦ୍ଧି ପାଇଛି। ଅର୍ଥାତ୍ ଦୁଇ ବର୍ଷରେ ୯୫ ଲକ୍ଷ ୭୨ ହଜାର ୧୯୭ ଜଣ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇଛି।
କୋଭିଡ ମହାମାରୀ ପରେ ପୁରୀ କୁ ବିଦେଶୀ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇଛି। ୨୦୨୨ ମସିହାରେ ପୁରୀ ସହର କୁ ୫୧୪୦ ଜଣ ବିଦେଶୀ ପର୍ଯ୍ୟଟକ ଙ୍କ ଆଗମନ ହୋଇଥିଲା। ଏହା ୨୦୨୪ ରେ ୧୦,୨୭୫ ରେ ପହଞ୍ଚିଛି। ୨୦୨୨ ରୁ ୨୦୨୪ ମଧ୍ୟରେ ୩ ବର୍ଷ ରେ ବିଦେଶୀ ପର୍ଯ୍ୟଟକ ଙ୍କ ଆଗମନ ୫୦ ପ୍ରତିଶତ ବୃଦ୍ଧି ପାଇଛି।
ପୁରୀ ରେ ଇକୋ ଟୁରିଜିମ୍, ନେଚର୍ କ୍ୟାମ୍ପ, ଜଳକ୍ରୀଡା, ଐତିହ୍ୟ ଭିତ୍ତିଭୂମି ବୃଦ୍ଧି, ବିଭିନ୍ନ ପର୍ବ ପର୍ବାଣୀ ସମେତ ପାରମ୍ପରିକ କଳା ପ୍ରୋତ୍ସାହନ ଯୋଗୁ ପର୍ଯ୍ୟଟକ ଙ୍କ ଭିତରେ ବୁଲିବାର ଉତ୍ସୁକତା ଯଥେଷ୍ଟ ବୃଦ୍ଧି ପାଇଛି। ପର୍ଯ୍ୟଟନ ବିଭାଗ ର ପରିସଂଖ୍ୟାନ ଅନୁସାରେ ଓଡ଼ିଶାକୁ ପର୍ଯ୍ୟଟକ ଙ୍କ ଆଗମନ ରେ ଜଗନ୍ନାଥ ଧାମ ପୁରୀ ସର୍ବାଗ୍ରେ ରହିଚି। ପ୍ରତିବର୍ଷ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଥିବାରୁ ପୁରୀ ର ପର୍ଯ୍ୟଟନ ଶିଳ୍ପ ର ଅଭିବୃଦ୍ଧି ବୃଦ୍ଧି ହେବାରେ ଲାଗିଛି।
