February 27, 2026
Home » ଜିଲ୍ଲାପାଳ ଙ୍କ କାର୍ଯ୍ୟାନୁଷ୍ଠାନ : ତରଭା ବିଡ଼ିଓ ଙ୍କ ଆର୍ଥିକ କ୍ଷମତା ପ୍ରତ୍ୟାହାର କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ l

ଜିଲ୍ଲାପାଳ ଙ୍କ କାର୍ଯ୍ୟାନୁଷ୍ଠାନ : ତରଭା ବିଡ଼ିଓ ଙ୍କ ଆର୍ଥିକ କ୍ଷମତା ପ୍ରତ୍ୟାହାର କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ l

0
WhatsApp Image 2026-02-26 at 12.41.37 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ତରଭା ବିଡ଼ିଓ ଗଙ୍ଗାରମ ବୁଡ଼େକ ଙ୍କ ଆର୍ଥିକ କ୍ଷମତା ପ୍ରତ୍ୟାହାର କରିଛନ୍ତି l ଏଥିସହ ବିଡ଼ିଓ ଶ୍ରୀ ବୁଡ଼େକ ଙ୍କ ସ୍ଥାନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଡେପୁଟି କଲେକ୍ଟର ମନୋରଞ୍ଜନ ବଘାର ଙ୍କୁ ଆର୍ଥିକ କ୍ଷମତା ସହ ତରଭା ବ୍ଲକ ର ଏବିଡ଼ିଓ ଦାୟିତ୍ୱ ପ୍ରଦାନ କରିଛନ୍ତି l ପ୍ରକାଶ ଯେ, ବିଡ଼ିଓ ଗଙ୍ଗାରମ ବୁଡ଼େକ କାର୍ଯ୍ୟରେ ଯୋଗ ଦେବା ପରଠାରୁ କର୍ମଚାରୀ ଓ ଜନ ପ୍ରତିନିଧି ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ l ଏପରିକି ସମ୍ପୂର୍ଣ୍ଣ ହୋଇଥିବା ଉନ୍ନୟନ କାର୍ଯ୍ୟ ର ବିଲ ପ୍ରଦାନ ରେ ଅହେତୁକ ବିଳମ୍ବ ଓ ଉନ୍ନୟନ କାମ କୁ ବନ୍ଦ କରିଦେବା ନେଇ ଅଭିଯୋଗ ହୋଇଆସୁଥିଲା l ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ତରଭା ବ୍ଲକ କାର୍ଯ୍ୟାଳୟ କୁ ଆସି ବିଡ଼ିଓ ଶ୍ରୀ ବୁଡ଼େକ ଙ୍କ ଠାରୁ ଆର୍ଥିକ କ୍ଷମତା ପ୍ରତ୍ୟାହାର କରିନେଇଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *