February 27, 2026
Home » ଜୟଦେବ ଭବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ

ଜୟଦେବ ଭବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ

0
WhatsApp Image 2026-02-26 at 8.53.01 PM

 

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ଵାଳ ଙ୍କର ୪ର୍ଥ ଶ୍ରାଦ୍ଧବାର୍ଷିକୀ ହେମାନନ୍ଦ ବିଶ୍ବାଳ ସ୍ମୁତି କମିଟି ଦ୍ଵାରା ଜୟଦେବ ଭବନ ଠାରେ ପାଳନ କରାଯାଇଛି।ଅତିଥିମାନଙ୍କ ଉପସ୍ଥିତିରେ ସ୍ବର୍ଗତ ହେମାନନ୍ଦ ବିଶ୍ବାଳଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଜିବା ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।ଏହାପରେ ସୁମଧୁର ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱାଳଙ୍କ ସୁପୁତ୍ରୀ ଓ କଂଗ୍ରେସ ନେତ୍ରୀ ଶ୍ରୀମତୀ ଅମିତା ବିଶ୍ଵାଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବା ସହ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନିତ ଅତିଥିରୂପେ ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରବି ଦାସ, ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱାଳଙ୍କ ଧର୍ମପତ୍ନୀ ଉର୍ମିଳା ବିଶ୍ୱାଳ ମଞ୍ଚାସିନ ଥିଲେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଉପଲବ୍ଧି ବିଷୟରେ ଆଲୋଚନା କରିଥିଲେ l ଆୟୋଜିତ ସଭାର ସଭାପତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସଭାକୁ ପରିଚାଳନା କରିଥିଲେ lସ୍ବର୍ଗତ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱାଳଙ୍କ ସୁପୁତ୍ରୀ ତଥା କଂଗ୍ରେସ ନେତ୍ରୀ ସୁନିତା ବିଶ୍ୱାଳ ସଭାକାର୍ଯ୍ୟ ସମାପନ ଭାଷଣ ଦେଇଥିଲେ l

 

ଅନ୍ୟ ବିଶିଷ୍ଟ ନେତୃମଣ୍ଡଳୀଙ୍କ ମାନଙ୍କ ମଧ୍ୟରେ ଶିବାନନ୍ଦ ରାୟ, କିଶୋର ଜେନା ,ନବଜ୍ୟୋତି ପଟ୍ଟନାୟକ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ,ବିଶ୍ୱଜିତ୍ ଦାଶ,ପ୍ରକାଶ ଜେନା,ମାନସ ଆଚାର୍ଯ୍ୟ,ଆଲୋକ ମହାନ୍ତି,ବାଙ୍କନିଧି ବେହେରା,ତରୁଣ ମିଶ୍ର, ହଳଧର ସେଠୀ, ମଙ୍ଗୁ ଖିଲ,ପବିତ୍ର ସାଉନ୍ତା,ସେମ୍ ହେମ୍ବ୍ରମ,ଅଜୟ ମହାପାତ୍ର, ସିଦ୍ଧାର୍ଥ ଦାସ,ଅଶୋକ ଦାସ,ପ୍ରଶାନ୍ତ ଚମ୍ପତି,ପ୍ରଦୀପ ମହାପାତ୍ର, ମିହିର ଆଚାର୍ଯ୍ୟ,ରାଜୀବ ପଟ୍ଟନାୟକ, ପ୍ରତାପ ଜେନା, କୃଷ୍ଣ ଚନ୍ଦ୍ର ପତି,ରାଜେଶ ମିଶ୍ର, ଦେଵ ପ୍ରସାଦ ନାୟକ,ନଳିନୀ ମହାନ୍ତି,ହିମାଂଶୁ ଲେଙ୍କା, ସଚି ନାୟକ, ମିଲନ ପଟ୍ଟନାୟକ,ମନୋଜ ବିଶ୍ଵାଳ,ତୋଫାନ ଷଡ଼ଙ୍ଗୀ, ଜୟକୃଷ୍ଣ ସୁବୁଦ୍ଧି,ପ୍ରଭାତ ପ୍ରତାପ ସିଂ,ସୁଦୀପ୍ତ କର,ଉଦିତ ପ୍ରଧାନ,ପ୍ରଭାତ କିଶୋର ଦାସ,ନଳିନୀକାନ୍ତ ନାୟକ,ଅମରେଶ ପରିଡ଼ା,ପ୍ରଶାନ୍ତ ରାଉତ,ପିନାକ ଦାସ, ଦେବବ୍ରତ ମହାନ୍ତି,ନିର୍ମଳ ନାୟକ, ପଦ୍ମଜ ଦାଶ,ମାନସ କର,ସାଗର ପଟ୍ଟନାୟକ, ମଣ୍ଟୁ ମଲ୍ଲିକ,ସାହରୁଖ ଖାନ୍ ,ତାପସ ସେଠୀ, ମହମ୍ମଦ ଗୁଲଫାମ୍, ଅନିଲ ଦାସ,ସୌମ୍ୟରଞ୍ଜନ ଲେଙ୍କା,ମନୋରଞ୍ଜନ କୁଣ୍ଡୁ,ପ୍ରଦୀପ୍ତ ଦାସ,ମିର ଏହମଦ ଅଲୀ, ଏମ ଡି ସାହାଦୁଳ୍ଳ୍ଲା,ମାନସ ସେଠୀ,ବିନୋଦ ରାଉତ,ମୋହନ ହେମ୍ବ୍ରମ,କୈଳାସ ସାହୁ, ଦେବାଶିସ ଦାସ ପ୍ରମୁଖ ସତାଧିକ ଲୋକ ଉପସ୍ଥିତ ଥିଲେ।

ମାନ୍ୟଗଣ୍ୟ ମହିଳାଙ୍କ ମଧ୍ୟରେଗୀତାଞ୍ଜଳୀ ମହାନ୍ତି,ଜୟଶ୍ରୀ ପତ୍ର, ଜୟଶ୍ରୀ ପଟ୍ଟନାୟକ,ନିରୁପମା ପାତ୍ର,ସୁମିତ୍ରା ଜେନା,ପ୍ରାଚୀ ରାଉତରାୟ,କବିତା ପ୍ରିୟଦର୍ଶିନୀ,ମାମିନା ବେହେରା, ବିଶ୍ୱକଲ୍ୟଣି କର, ପ୍ରୀତିଛନ୍ଦା ନାୟକକଳ୍ପନା ଆପାଟ, ଉର୍ବର୍ଶି ମିଶ୍ର, ଜାନକୀ ମଲ୍ଲିକ, ଜୟସ୍ମିତା ମହାନ୍ତି, କୁସୁମ ପ୍ରଧାନ, ଆପସାନା ବେଗମ, ସୁଶ୍ରୀ ବେହେରା
କାର୍ଯ୍ୟକ୍ରମକୁ ବିଶ୍ଵ ଦାସ ,ସୁବ୍ରତ ମହାପାତ୍ର ଓ ଶ୍ରେୟାସ୍ମିତା ପଣ୍ଡା ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *