ମେଡିକାଲ ପ୍ରତିଷ୍ଠା ଦାବୀରେ ୧୨ ଘଣ୍ଟିଆ ନୟାଗଡ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେଲେ ନୟାଗଡ ଜିଲ୍ଲାବାସୀ ।
filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 4; cct_value: 5750; AI_Scene: (-1, -1); aec_lux: 74.864456; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 65537; weatherinfo: null; temperature: 43;
ନୟାଗଡ:ନୟାଗଡ ରାଜ୍ୟ ସରକାରଙ୍କ ନିଷ୍ପତି ପ୍ରତି ଜିଲ୍ଲାର ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଥିବାବେଳେ, ନୟାଗଡ଼ରେ ଆଜି ପର୍ଯ୍ୟନ୍ତ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା ହେଲାନାହିଁ “ଜୟ ନୟାଗଡ” ଅନୁଷ୍ଠାନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦୀର୍ଘ ଦିନର ଦାବୀ ହୋଇ ଆସୁଥିବା ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠାକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି ।ରାଜ୍ୟର ଅନ୍ୟ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିଛନ୍ତି ।ନୟାଗଡ ପାଇଁ ଏ କି ଅବିଚାର ? ହଁ ଏବେ ସରକାର ନୟାଗଡ଼ରେ ହୋମିଓପାଥି ମେଡିକାଲ କଲେଜ ପାଇଁ ଘୋଷଣା କରି କି ଷଡ଼ଯନ୍ତ୍ରର ବାର୍ତ୍ତା ଦେବାକୁ ଚାହିଁଛନ୍ତି ବୋଲି ସବୁଆଡେ ଚର୍ଚା । ସରକାରଙ୍କର ଏହି ବୈମାତୃକ ମନୋଭାବ ବିରୁଦ୍ଧରେ ନୟାଗଡ ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ଦାବୀରେ “ଜୟ ନୟାଗଡ ଫାଉଣ୍ଡେସନ” ଅନୁଷ୍ଠାନ ଡାକରାରେ ସାମ୍ବାଦିକ ଓ ବିଭିନ୍ନ ଅନୁଷ୍ଠାନ ସମର୍ଥନରେ ୨୪ ତାରିଖରେ ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ନୟାଗଡ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ନୟାଗଡର ବୁଦ୍ଧିଜୀବୀ, ବ୍ୟବସାୟୀ ଭାଇମାନେ, ଯୁବସମାଜ ଏପରିକି ଚା ଦୋକାନୀ ଓ ପାନଦୋକାନି ମାନଙ୍କ ଅକୁଣ୍ଠ ସମର୍ଥନରେ ନୟାଗଡ ବନ୍ଦ ସଫଳ ହୋଇଛି ।ଅତୀତରେ ବିଭିନ୍ନ ସମୟରେ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ଦାବୀ ନେଇ ଓଡ଼ିଶା ବନ୍ଦ ବା ଭାରତ ବନ୍ଦରେ ମଧ୍ୟ ଏପରି ସମ୍ପୂର୍ଣ ବନ୍ଦ ଦେଖିବାକୁ ମିଳିନଥିଲା ।

ଛାତ୍ର/ଛାତ୍ରୀ ମାନଙ୍କ ପରୀକ୍ଷା, ସ୍ବାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକୁ ତଥା ଜରୁରୀ ସେବା କାର୍ଯ୍ୟକୁ ନୟାଗଡ ବନ୍ଦ ସମୟରେ ବାଧା ଦିଆଯାଇନଥିଲା । ଶୀଘ୍ର ନୟାଗଡ଼ରେ ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା କରିବା ପାଇଁ ଗୋଲେଇଛକଠାରୁ ଆନ୍ଦୋଳନକାରୀମାନେ ଶୋଭା ଯାତ୍ରାରେ ଆସି ଜିଲ୍ଲାପାଳ ମୁଖ୍ୟ ଫାଟକ ସାମନାରେ ପ୍ରତିବାଦ ସଭା ଓ ନରା ଦେଇଥିଲେ । ପ୍ରତିବାଦ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅପରାହ୍ନରେ ଜିଲ୍ଲାପାଳ ମଧୁମିତା ରଥଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା ।
ଶୁଣିବାକୁ ମିଳୁଛି ରଣପୁର ବିଧାୟିକା ସୁରମା ପାଢ଼ୀ ଚାନ୍ଦପୁରରେ ମେଡିକାଲ କଲେଜ ପାଇଁ କୁଆଡେ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ସରକାରଙ୍କ ପାଖରେ ସୁପାରିସ ପାଇଁ ଖଣ୍ଡପଡା ବିଧାୟକଙ୍କୁ ଧରି ଯୋଜନା ଜାରି ରଖିଛନ୍ତିବୋଲି, ଆଜିର ଜିଲ୍ଲାପାଳଙ୍କ ଫାଟକ ସାମନାରେ ନୟାଗଡ ବନ୍ଦ ପ୍ରତିବାଦ ସଭାରେ ଆନ୍ଦୋଳନ କାରୀମାନେ ବକ୍ତବ୍ୟରେ କହିଛନ୍ତି ।ଯଦି ଏହିକଥା ସତ ହୋଇଥାଏ, ବାଚସ୍ପତି ସୁରମା ପାଢ଼ୀ ଓ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଙ୍କୁ ନୟାଗଡ଼ରେ ଭର୍ତ୍ତି କରାଇ ଦିଆଯିବନାହିଁ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି । ଭୌଗଳିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦଶପଲ୍ଲା,ଗଣିଆ, ଖଣ୍ଡପଡା, ଭାପୁର, ଓଡ଼ଗାଁ, ନୂଆଗାଁ ବ୍ଳକର ଜନସାଧାରଣ ଚାନ୍ଦପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ଚାହୁଁନାହାଁନ୍ତି ।ସେମାନେ ଚାହୁଁଛନ୍ତି ନୟାଗଡ ଜିଲ୍ଲା ସଦର ମହକୁମାରେ ଭେଷଜ ମେଡିକାଲ ପ୍ରତିଷ୍ଠା ହେଉ ।ଏପରିକି ରଣପୁର ନିର୍ବାଚନ ମଣ୍ଡଳୀର ଅଧିକାଂଶ ପଞ୍ଚାୟତର ଜନସାଧାରଣ ନୟାଗଡ ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଚାହୁଁଛନ୍ତି ।ଯଥାଶୀଘ୍ର ନୟାଗଡ ଜିଲ୍ଲା ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରି କାର୍ଯ୍ୟାଦେଶ ଦିଅନ୍ତୁ । ନଚେତ୍ ଆଗାମୀ ଦିନରେ ନୟାଗଡ ଜିଲ୍ଲାରେ ଯେଉଁ ଭୟାବହ ଦୁର୍ବାର ଆନ୍ଦୋଳନ ରୁପନେବ ସେଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବେ ବୋଲି ଆନ୍ଦୋଳନକାରୀ ମାନେ ସତର୍କ କରିଦେଇଛନ୍ତି ।

ନୟାଗଡ ବନ୍ଦ, ଶୋଭାଯାତ୍ରା,ପ୍ରତିବାଦ ସଭାରେ ବକ୍ତବ୍ୟ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାରେ ଜୟ ନୟାଗଡ ଫାଉଣ୍ଡେସନର ଆବାହକ ଶେଖ ଅବଦୁଲ ଆହାଦ,ଉପଦେଷ୍ଟା ତଥା ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ କୁମାର ପଟ୍ଟନାୟକ, ଆଇନଜୀବୀ ତଥା କଂଗ୍ରେସ ନେତା ମନୋଜ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ, ବୈଦ୍ୟଭୂଷଣ ମହାପାତ୍ର, କମ୍ୟୁନିଷ୍ଟ ନେତା କମ୍ରେଡ ବିଶ୍ଵନାଥ ମହାପାତ୍ର, ସମାଜ ସେବୀ ଶାନ୍ତନୁ ବିଶାଇ, ସମାଜସେବୀ ଶ୍ରୀଧର ପ୍ରଧାନ, ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ର,ବିଭୂତି ଭୂଷଣ ପଟ୍ଟନାୟକ, ସୁବାଷ ଚନ୍ଦ୍ର ମହାପାତ୍ର ଓ ଅନୁଷ୍ଠାନର ସଂଗଠନ ସଂଯୋଜକ ଅମ୍ଳାନ ଅଂଶୁମାନ ସାହୁ, ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଅରବିନ୍ଦ ପାଢ଼ୀ,ରାକେଶ କୁମାର ସିଂ, ଅବଦୁଲ ଆଜୀମ ଖାଁ, ପ୍ରକାଶ ବିଶାଳ, ଅନୁରାଗ ସ୍ବାଇଁ, ଦୀପଙ୍କର ପ୍ରଧାନ, ଲୋକେଶ କୁମାର ବେହେରା, ଓ ଶତାଧିକ ସଭ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।ଜୟ ଫାଉଣ୍ଡେସନ ଆବାହକ ଶେଖ ଅବଦୁଲ ଆହାଦ ନୟାଗଡ ବନ୍ଦକୁ ସମ୍ପୂର୍ଣ ସଫଳ କରିଥିବାରୁ ନୟାଗଡର ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜୀବି,ସାମ୍ବାଦିକ, ସମସ୍ତ ବ୍ୟବସାୟୀ ସଂଘର ଭାଇ,ଭଉଣୀ ଓ ସମସ୍ତ ଜନସାଧାରଣଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ, ନୟାଗଡ ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ସହାୟ ହେବାପାଇଁ ଅନୁରୋଧ କରିଛନ୍ତି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
