March 3, 2026
Home » ଧରଣୀଧର ମେଡିକାଲ କଲେଜରେ ଶୌଚାଳୟ ଅବସ୍ଥା ଶୋଚନୀୟ

ଧରଣୀଧର ମେଡିକାଲ କଲେଜରେ ଶୌଚାଳୟ ଅବସ୍ଥା ଶୋଚନୀୟ

0
WhatsApp Image 2026-03-03 at 7.53.45 AM

 ପାଣି ନିଷ୍କାସନ ହେଉନଥିବାରୁ ରୋଗୀ ହନ୍ତସନ୍ତ। କେନ୍ଦୁଝର,ତା୨/୩- ଶହ ଶହ କୋଟି ଖର୍ଚ୍ଚ କରି କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ସ୍ଥାପନ କରାଯାଇଥିଲା। ଭବ୍ୟ କୋଠା ହୋଇଗଲା ପରେ ଏହାକୁ ଦେଖି ସମସ୍ତେ ଖୁସି ହୋଇଥିଲେ କି କେନ୍ଦୁଝର ଜିଲ୍ଲାର ନିଜସ୍ୱ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ଏହା ହୋଇଛି ବୋଲି। ମାତ୍ର ତିନିବର୍ଷ ବିତିବା ପରେ ଏହି ମେଡିକାଲ କଲେଜର ଅଲଟ୍ରା ସାଉଣ୍ଡ କରିଡରରେ ଥିବା ପୁରୁଷ ଶୌଚାଳୟ ସଫା ହେଉନଥିବା ଭିତରେ ପାଣି ଜାମ ହୋଇଥିବା କଥା ନାଗରିକ ମଞ୍ଚର ସହ ସମ୍ପାଦକ ଦିଲୀପ କୁମାର ସାହୁ ନିଜେ ଦେଖିଥିଲେ। ତେବେ ମେଡିକାଲ କଲେଜ ମ୍ୟାନେଜର ତଳ ମହଲାରେ ନରହି ତିନି ମହଲାରେ ରହୁଥିବାରୁ ତାଙ୍କର ସାକ୍ଷାତ ହୋଇନଥିଲା। ତେଣୁ ମେଡିକାଲ କଲେଜ କର୍ତ୍ତୃପକ୍ଷ ସଫେଇ ପ୍ରତି ଦୃଷ୍ଟି ଦେବାକୁ ଆବଦ୍ଧ ଶୌଚାଳୟର ଜଳ ନିଷ୍କାସନ ବ୍ୟବସ୍ଥା ବ୍ୟବସ୍ଥିତ କରିବାକୁ ସେ ଦାବି କରିଛନ୍ତି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *