ଭେଡେନ ବ୍ଳକ୍ ର ପଞ୍ଚାୟତ ସ୍ତରୀୟ ସଭାପତି ମନୋନୀତ
ଭେଡେନ: ରେମଣ୍ଡା,ଅରେଇଗୁଡ଼ି, ଲୁପୁର ସିଂହା ଓ ରେଶମ ପଞ୍ଚାୟତରେ ପଞ୍ଚାୟତ ସଭାପତି ମନୋନୀତ କରାଯାଇଅଛି, ରେମଣ୍ଡାର V.s.s. କ୍ଳବ୍ ଠାରେ, ଲୁପୁର ସିଂହାର ଲୁ ପୁରସିଂହା ଛକ, ଅରେଇଗୁଡ଼ିର ଶିବ ମନ୍ଦିର କଲ୍ୟାଣ ମଣ୍ଡପ ଓ ରେ ଶମର କଲେଜ ପଡ଼ିଆ ଠାରେ କଂଗ୍ରେସ ବୈଠକ ଅନୁଷ୍ଠିତ ହୋଇଯାଇଅଛି,

ସର୍ବସମ୍ମତି କ୍ରମେ ରେମଣ୍ଡାର ଜାପାନୀ ସାହୁ, ଲୁପୁର ସିଂହାର ପ୍ରବୀଣବାଗ୍, ଅରେଇଗୁଡିର ନିତ୍ୟାନନ୍ଦ ସୁନା, ରେଶମର ଜଗନ୍ନାଥସୁନା ଓ ଅନିରୁଦ୍ଧ କୁମ୍ଭାର ଙ୍କୁ ସଭାପତି ରୂପେ ମନୋନୀତ କରାଯାଇଥିବାବେଳେ ରେଶମ ପଞ୍ଚାୟତରେ ଉପସଭାପତି ଓ ସଂପାଦକ ଭୋଜରାଜ ମହାନନ୍ଦ ଓ ବଳବନ୍ତ ସିକ୍କା ମନୋନୀତ ହୋଇ ହୋଇ ଅଛନ୍ତି,

ଏହି ସମସ୍ତ ବୈଠକ ଗୁଡିକରେ ଭେଡେନ ବ୍ଲକ୍ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥାଇ ସମସ୍ତେ କଂଗ୍ରେସକର୍ମୀ ମାନେ ଏକ ନମ୍ବର ଜିଲ୍ଲାପରିଷଦ ଜୋନ ହେବାପାଇଁ ପରାମର୍ଶ ଦେଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସଂପାଦକ ଭବାନୀଶଙ୍କର ପାତୀ,କିଷାନ ସେଲ୍ ସଭାପତି ମାଧବ ସାହୁ, ଜଳଗୋବିନ୍ଦ ବେହେରା,ଗୋବିନ୍ଦସାହୁ,ସଞୟନନ୍ଦ, ଦିଲ୍ଲିପ ଦାସ, ପଞ୍ଚାନନ ଭଏନା,ସମେତ ମହିଳା ଜିଲ୍ଲା କଂଗ୍ରେସ ସଂପାଦିକା ମିନାକ୍ଷୀ ସାହୁ, ଆର୍ତ୍ତ ସାହୁ, ଅଲେଖ ବେହେରା,ଦ୍ଭାଗିରଥି ସୁନା,ବୃନ୍ଦାବନ ରଣାଙ୍କ ସହିତ ଶତାଧିକ କଂଗ୍ରେସକର୍ମୀ ଉପସ୍ଥିତଥିଲେ.
ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ) ରିପୋର୍ଟ,
