August 20, 2026
Home » ଆନ୍ତର୍ଜାତିକ ମହିଳା ଦିବସ ସପ୍ତାହ ପାଳନ ଉଦଘାଟିତ

ଆନ୍ତର୍ଜାତିକ ମହିଳା ଦିବସ ସପ୍ତାହ ପାଳନ ଉଦଘାଟିତ

0
WhatsApp Image 2026-03-06 at 3.15.34 PM (2)

ସୁବର୍ଣ୍ଣପୁର— ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ଆନୁକୂଲ୍ୟରେ ଅନ୍ତର୍ଜାତକ ମହିଳା ଦିବସ ସପ୍ତାହ ପାଳନ ଉତ୍ସବ ଆଜି ‘ସୁବର୍ଣ୍ଣା ‘ ର ସମ୍ମିଳନୀ କକ୍ଷରେ ମୁଖ୍ୟ ଅତିଥି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟିତ ହୋଇଯାଇଛି l ତାଙ୍କର ଉଦଘାଟନୀ ଭାଷଣରେ ଶ୍ରୀଯୁକ୍ତ ସାହୁ କହିଥିଲେ ଯେ ପାରିବାରିକ ସମସ୍ୟା ସମାଧାନ ଦିଗରେ ସୁବର୍ଣ୍ଣା ର କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଶଂସନୀୟ l ଏଭଳି ଏକ ମହିଳା ସ୍ବେଛାସେବୀ ଅନୁଷ୍ଠାନ ର ସଫଳତା ନିମନ୍ତେ ଏହାର କାର୍ଯ୍ୟ ପରିସର ବର୍ତ୍ତମାନ ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବ୍ୟାପକ ହୋଇପାରିଛି l ସେ ଜିଲ୍ଲାପାଳ ଭାବେ ସୁବର୍ଣ୍ଣା ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ l ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ‘ସୁବର୍ଣ୍ଣା ‘ ର ସଭାନେତ୍ରୀ ପ୍ରାଧ୍ୟାପିକା ମୀନା ମହାରଣା ପ୍ରଥମେ ସ୍ୱାଗତ ଭାଷଣ ଦେଇ ‘ସୁବର୍ଣ୍ଣା’ ର କାର୍ଯ୍ୟକାରୀତା ସମ୍ପର୍କ ରେ ସୂଚନା ଦେଇଥିଲେ l ଉପସଭାନେତ୍ରୀ ଭଗବତୀ ରାୟଗୁରୁ ଓ ଅନ୍ୟତମ ଉପଦେଷ୍ଟା ଗୋରେଖନାଥ ସାହୁ ନିଜ ନିଜର ଅଭିଜ୍ଞତା ସଂକ୍ଷେପରେ ବର୍ଣ୍ଣନା  କରିଥିଲେ l ଶେଷରେ ସୁବର୍ଣ୍ଣା ର ସମ୍ପାଦିକା ପୁଷ୍ପାଞ୍ଜଳି ମେହେର ଧନ୍ୟବାଦ ଦେଇଥିଲେ l ବରିଷ୍ଠ ସଭ୍ୟା ଇନ୍ଦୁମତୀ ପୁରୋହିତ, ଶ୍ରଦ୍ଧାଞ୍ଜଳି ମିଶ୍ର, କଳ୍ପନା ମେହେର, ସନ୍ଧ୍ୟା ତାଣ୍ଡି, ମଞ୍ଜୁଲତା ଝାଙ୍କର , ଘନକେଶୀ ମେହେର, ସସ୍ମିତା ମେହେର, ଗୀତା ବହିଦାର, ଆରତୀ ଖମାରୀ, ସ୍ମିତା ମେହେର, ଶ୍ରଦ୍ଧା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed