ରିଲ୍ସ ନିଶାରେ ଏବେ ଯୁବ ପୀଢ଼ି
ରିଲ୍ସ ନିଶାରେ ଏବେ ଯୁବ ପୀଢ଼ି। ରିଲସ କରି ରାତାରାତି ସୋସିଆଲ ମିଡ଼ିଆ ଭାଇରଲ ହେବା ପାଇଁ ଯୁବ ପୀଢ଼ି ଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ଅନେକ ସମୟ ରେ ନିଜ ଜୀବନ କୁ ବାଜି ଲଗାଇ ଯୁବପୀଢ଼ି ମାନେ ରିଲ୍ସ୍ ବାନାଉଛନ୍ତି। ଯାହା ଫଳରେ ଅନେକ ସମୟ ରେ ଅନେକ ପିଲା ଙ୍କ ଜୀବନ ଚାଲିଯାଉଛି। ପୁରୀ ରେ ପୁଣି ଏଭଳି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇଛି। ହୋଲି ଦିନ କିଛି ଯୁବକ ରିଲସ୍ ନିଶା ପଡ଼ି ଗଭୀର ସମୁଦ୍ର ଭିତରେ ଏକ ମୋଟର ଚାଳିତ ଡଙ୍ଗା ରେ ବିପଦ ଜନକ ଷ୍ଟଣ୍ଟ ପ୍ରଦର୍ଶନ କରୁଛନ୍ତି। ବିନା ଲାଇଫ ଜ୍ୟାକେଟ ରେ ଗଭୀର ସମୁଦ୍ର ଭିତରେ ଡଙ୍ଗା ଉପରେ କିଛି ଯୁବକ ନୃତ୍ୟ କରୁଛନ୍ତି। କେବଳ ସେତିକି ନୁହେଁ ଡଙ୍ଗା କୁ ସମୁଦ୍ର ଭିତରେ ଚକ୍ରୀ ଭଳି ବିପଦ ଜନକ ଭାବେ ଘୁରାଉଛନ୍ତି। ତେବେ ଏହି ଭିଡିଓ ଭାଇରାଲ ପରେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ପୁରୀ ସମୁଦ୍ର କୂଳରେ ଜିଲ୍ଲା ପ୍ରଶାସନ ତରଫରୁ ଲାଇଫ ଗାର୍ଡ ମୁତୟନ ଥିବାବେଳେ କିଭଳି କିଛି ଯୁବକ ସମୁଦ୍ର ଭିତରେ ଏକ ଡଙ୍ଗା ରେ ବିନା ଲାଇଫ ଜ୍ୟାକେଟ ରେ ପ୍ରବେଶ କଲେ ଓ ବିପଦ ଜନକ ଷ୍ଟଣ୍ଟ ପ୍ରଦର୍ଶନ କଲେ ସେ ନେଇ ପ୍ରଶ୍ନ ଉଠିଛି। ଯଦି ଉକ୍ତ ଯୁବକ ଙ୍କ ସହିତ ସମୁଦ୍ର ଭିତରେ କିଛି ବଡ ଅଘଟଣ ହୋଇଥାନ୍ତା କିଏ ଦାୟୀ ରହିଥାଆନ୍ତି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି। ଏଣୁ ଏଭଳି ବେନିୟମ କାର୍ଯ୍ୟ କରିଥିବା ଯୁବକ ଙ୍କୁ ପୁରୀ ଜିଲା ପ୍ରଶାସନ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହୋଇଛି। ପୁରୀ ପେଣ୍ଠକଟା ର କିଛି ମତ୍ସଜୀବୀ ପରିବାର ଙ୍କ ଯୁବକ ମାନେ ଏଭଳି କାର୍ଯ୍ଯ କରିଥିବା ପୁରୀ ସମୁଦ୍ର କୂଳ ରେ ମୁତୟନ ଥିବା କିଛି ସରକାରୀ ଲାଇଫ ଗାର୍ଡ
ପୁରୀ କୁ ଧୀରେ ଧୀରେ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ଏଣୁ ସମୁଦ୍ର ରେ ଜଳକ୍ରୀଡା ବ୍ୟବସ୍ଥା ପାଇଁ ମୋଟ ୪ ଟି କମ୍ପାନୀ କୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୁମତି ଦେଇଚି। ତେବେ ଉକ୍ତ କମ୍ପାନୀ ମାନେ ଯାତ୍ରୀ ଙ୍କ ସୁରକ୍ଷା ପାଇଁ ସମୁଦ୍ର ଭିତରକୁ ଯାଉଥିବା ବୋଟ ରେ ପ୍ରତି ଯାତ୍ରୀ ଙ୍କୁ ଲାଇଫ ଗାର୍ଡ ପ୍ରଦାନ କରୁଛନ୍ତି। ତେବେ ହୋଲି ଦିନ ଯେଭଳି କିଛି ଯୁବକ ବିନା ଲାଇଫ ଜ୍ୟାକେଟ ରେ ଡଙ୍ଗା ରେ ବିପଦଜନକ ଷ୍ଟଣ୍ଟ କଲେ ଏହାକୁ ନେଇ ସାଧାରଣ ଉଦବେଗ ପ୍ରକାଶ ପାଇଛି। ଆଗାମୀ ଦିନରେ ବିନା ଲାଇଫ ଜ୍ୟାକେଟ ରେ ଯେମିତି କେହି ସମୁଦ୍ର ଭିତରକୁ ଯାଇପାରିବେନି ସେ ନେଇ ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି।
ସମୁଦ୍ର ଭିତରେ ଡଙ୍ଗା ରେ ବିପଦ ଜନକ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା କିଛି ଯୁବକ ଙ୍କ ଭିଡିଓ ଆମକୁ ମିଳିଚି। ଏହାକୁ ନେଇ ଆମେ ଅନୁସନ୍ଧାନ କରୁଛୁ। ତେବେ ୩ ଟି ଡଙ୍ଗା ରେ କିଛି ଯୁବକ ଓ କିଛି ମହିଳା ବିନା ଲାଇଫ ଜ୍ୟାକେଟ ରେ ସମୁଦ୍ର ଭିତରେ ବୁଲାବୁଲି କରୁଥିବା ସୂଚନା ମିଳିଛି। ତେବେ ଉକ୍ତ ଯୁବକ ମାନେ କିଏ ଓ କାହା ସହଯୋଗ ରେ ଏଭଳି କାର୍ଯ୍ୟକାରୀ କରିଛନ୍ତୀ ସେ ନେଇ କିଛି ସ୍ପଷ୍ଟ ହୋଇନି। ତେବେ ଉକ୍ତ ଯୁବକ ଙ୍କୁ ଖୁବ୍ ଶୀଘ୍ର ଚିହ୍ନଟ କରାଯାଇ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ। ଆମେ ସବୁ ପର୍ଯ୍ୟଟକ ଙ୍କୁ ଅନୁରୋଧ କରୁଛୁ ଏଭଳି ବିପଦ ଜନକ କାର୍ଯ୍ୟ କରନ୍ତୁନାହିଁ। ସାମୁଦ୍ରିକ ଜଳ କ୍ରୀଡ଼ା ପାଇଁ ପ୍ରଶାସନ ଅନୁମତି ଦେଇଥିବା ସଂସ୍ଥା ଦ୍ୱାରା ପରିଚାଳିତ ବୋଟ ମାଧ୍ୟମ ରେ ସମୁଦ୍ର କୁ ଯାଆନ୍ତୁ। ସେଠାରେ ସମସ୍ତ ଙ୍କ ସୁରକ୍ଷା ପାଇଁ ଲାଇଫ ଗାର୍ଡ, ଲାଇଫ ଜ୍ୟାକେଟ ସହିତ ବିଭିନ୍ନ ସୁରକ୍ଷା ସାମଗ୍ରୀ ମୁତୟନ କରାଯାଇଛି।
puri epa ru soubhagya pattanayak nka report epa news
