March 7, 2026
Home » କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ AI ବ୍ୟବହାର କର୍ମଶାଳା।

କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ AI ବ୍ୟବହାର କର୍ମଶାଳା।

0
WhatsApp Image 2026-03-07 at 2.39.12 PM (1)

ଓଡ଼ିଶା AI ନୀତି-୨୦୨୫ ର ଉଦ୍ଦେଶ୍ୟ ଏବଂ “AI for All” ର ଦୂରଦୃଷ୍ଟି ଆଧାରରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ “AI Tools for Operational Excellence” ଶୀର୍ଷକ ଏକ ଦିନିକିଆ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଓ OCAC ଦ୍ୱାରା ପରିଚାଳିତ ଏବଂ E&IT ବିଭାଗ ଅଧୀନସ୍ଥ Odisha Knowledge Corporation Limited (OKCL) ଦ୍ୱାରା ଏହି କର୍ମଶାଳାଟି କାର୍ଯ୍ୟକାରୀ ହୋଇଥିଲା।

ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି- ଦୈନନ୍ଦିନ କାର୍ଯ୍ୟକୁ ସ୍ୱୟଂଚାଳିତ କରି କାର୍ଯ୍ୟାଳୟର ଉତ୍ପାଦନଶୀଳତା ବୃଦ୍ଧି କରିବା, ତୁରନ୍ତ ତଥ୍ୟ (ଡାଟା) ଅନୁଶୀଳନ ଏବଂ ପ୍ରାଥମିକ ବିଶ୍ଳେଷଣାତ୍ମକ ଉପକରଣ ମାଧ୍ୟମରେ ଉନ୍ନତ ନିଷ୍ପତ୍ତି ଗ୍ରହଣ କରିବା। ଏଆଇ-ଆଧାରିତ ଯୋଗାଯୋଗ, ସୁଲଭତା ଏବଂ ସୂଚନା ପ୍ରସାରଣ ଉପକରଣର ବ୍ୟବହାର କରି ନାଗରିକ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଶାସନ ବ୍ୟବସ୍ଥାରେ ଏଆଇର ଦାୟିତ୍ୱବାନ ତଥା ପ୍ରଭାବଶାଳୀ ଉପଯୋଗ ପାଇଁ ଏକ ମୌଳିକ “AI-first” ମାନସିକତା ବିକାଶ କରିବା। କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଏହି କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବଇତୁରା ଦୀପ, ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, OKCL ର ସମ୍ବିତ୍ ସୁଭାଶିଷ ସାହୁ, ଆକାଶ ବେହେରା, ଭାରତ ପ୍ରସାଦ ପଣ୍ଡିତ, ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ସଞ୍ଜୀବ କୁମାର ଚୌଧୁରୀ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *