ଇଫକୋ ସଲଫ୍ୟୁରିକ୍ ଏସିଡ୍ କାରଖାନା-୩ର ଲୋକାର୍ପଣ କଲେ ଅମିତ୍ ଶାହା
ସମବାୟ ମାଧ୍ୟମରେ ଓଡିଶାର ମହିଳାମାନେ ସାମିଲ ହେବେ
ପାରାଦୀପ: ପାରାଦୀପଠାରେ ଥିବା ସମବାୟଭିିତ୍ତିକ ବିଶ୍ୱର ସର୍ବବୃହତ୍ତ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ପାରାଦୀପ ୟୁନିଟ୍ର ସଲଫ୍ୟୁରିକ ଏସିଡ୍ କାରଖାନା-୩ର ଲୋକାର୍ପଣ ଶୁକ୍ରବାର ଦିନ ମାନ୍ୟବର କେନ୍ଦ୍ର ଗୃହ ଏବଂ ସମବାୟ ବିଭାଗ ମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ସମ୍ପାଦିତ ହୋଇଯାଇଛି । ମଧ୍ୟାହ୍ନରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଶାହା ହେଲିକ୍ୟାପ୍ଟର ଯୋଗେ ଭୁବନେଶ୍ୱରରୁ ଆସି ଇଫକୋ କାରଖାନା ପରିସରରେ ଓହ୍ଲାଇଥିଲେ । ଇଫକୋ ପରିଚାଳନା ନିର୍ଦ୍ଦେଶକ କେ.ଜେ.ପଟେଲ୍, ଇଫକୋ ଅଧ୍ୟକ୍ଷ ଦିଲୀପ ସଂଘାଣୀ, ପାରାଦୀପ ୟୁନିଟ୍ ମୁଖ୍ୟ ପି.କେ. ମହାପାତ୍ର ମାନ୍ୟବର ମନ୍ତ୍ରୀ ଶ୍ରୀ ଶାହାଙ୍କୁ ପୁଷ୍ପଗୁଛ ଦେଇ ଭବ୍ୟ ସ୍ୱାଗତ କରିଥିଲେ । ମାନ୍ୟବର ମନ୍ତ୍ରୀଙ୍କ ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମାନ୍ୟବର ସମହାୟ, ହସ୍ତତନ୍ତ ଏବଂ ବୟନ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ସାଂସଦ ଡ. ବିଭୂପ୍ରସାଦ ତରାଇ, ମାନ୍ୟବର ବିଧାୟକ ଅମରେନ୍ଦ୍ର ଦାସ ପ୍ରମୁଖ ନବନିର୍ମିତ ସଲଫ୍ୟୁରିକ ଏସିଡ୍ କାରଖାନା-୩ର ଲୋକାର୍ପଣସ୍ଥଳରେ ପହଂଚିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀ ଶାହାଙ୍କ ଦ୍ୱାରା ଏହି ନୂତନ କାରଖାନା ଲୋକାର୍ପିତ ହୋଇଥିଲା ।

ଏହା ପରେ ଇଫକୋ ସ୍ପୋର୍ଟସ୍ କମ୍ପେ୍ଲକ୍ସ ପରିସରରେ ସମବାୟ ବିକାଶ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଇଫକୋ ପରିଚାଳନା ନିର୍ଦ୍ଦେଶକ କେ.ଜେ.ପଟେଲ୍ ଯୋଗ ଦେଇ ସଲଫ୍ୟୁରିକ ଏସିଡ୍ କାରଖାନା-୩ର ଲୋକାର୍ପଣ ହେବା ପରେ ଇଫକୋର ବିଦେଶରୁ ସଲଫ୍ୟୁରିକ ଏସିଡ୍ ଆମଦାନୀ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ । ଆତ୍ମନିର୍ଭର ଭାରତ ପରିଯୋଜନା ଅଧିନରେ ଇଫକୋ ସଲଫ୍ୟୁରିକ ଏସିଡ୍ ଉତ୍ପାଦନରେ ଆତ୍ମ ନିର୍ଭର ହୋଇ ପାରିବ ବୋଲି କହିଥିଲେ । ଦେଶର କୃଷକମାନଙ୍କ ପାଇଁ ଇଫକୋ ତାର ଉଦ୍ୟମ ସବୁବେଳେ ଜାରୀ ରଖିଛି । ସମବାୟ ଭିିତିକ ସଂସ୍ଥା ମାନଙ୍କ ମଧ୍ୟରେ ଇଫକୋ ସମଗ୍ର ଦେଶରେ ଏକ ନମ୍ବର ହୋଇପାରିଛି ବୋଲି ଶ୍ରୀ ପଟେଲ କହିଥିଲେ । ଭୁବନେଶ୍ୱର, କଟକ.ପୁରୀ ଓ ପାରାଦୀପକୁ ନେଇ ଏକ ସ୍ୱତନ୍ତ୍ର ଅର୍ଥନୈତିକ ପ୍ରଗତି କ୍ଷେତ୍ର ପ୍ରସ୍ତୁତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ । ରାଜ୍ୟର ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟର ସାମଗ୍ରିକ ବିକାଶରେ କାର୍ଯ୍ୟକ୍ରମ ଜାରୀ ରହିଛି । ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ । ଇଫକୋ ଅଧ୍ୟକ୍ଷ ଦିଲୀପ ସଂଘାଣୀ ଇଫକୋର କର୍ମଚାରୀମାନଙ୍କ ଉଦ୍ୟମ ପାଇଁ ଦେଶର କିଶାନମାନଙ୍କ ପାଇଁ ଇଫକୋ ସମର୍ପିତ ଭାବେ କାର୍ଯ୍ୟ କରୁଛି ବୋଲି କହିଥିଲେ ।

ମୁର୍ତ୍ତିକା ପରିକ୍ଷଣ, ଡ୍ରୋନମାଧ୍ୟମରେ ଇଫକୋ ୟୁରିଆ ଓ ଇଫକୋ ନାନୋ ସିଂଚନ କରି ଦେଶର କିଶାନ ଆଜି ଲାଭବାନ ହେଉଛନ୍ତି । ସମାବେଶର ମୁଖ୍ୟ ଆକର୍ଷଣ ତଥା କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍ ଶାହା ଗୁଜୁରାଟର ଅମୁଲ ଯେପରି ସମବାୟଭିିରେ କାର୍ଯ୍ୟ କରି କେବଳ ରାଜ୍ୟରେ ସମଗ୍ର ଦେଶରରେ ସୁଖ୍ୟାତି ଅର୍ଜନ କରିଛି । ସେହିପରି ଓଡିଶାର ମହିଳାମାନଙ୍କୁ ସମବାୟଭିିତ୍ତିରେ ଯୋଡି ସେମାନଙ୍କ ବିକାଶ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ଓଡିଶାରେ ସମବାୟ ବିଭାଗର କାର୍ଯ୍ୟକୁ ପ୍ରାଧାନ୍ୟ ଦେବାକୁ ସରକାର ସମସ୍ତ ପ୍ରୟାସ କରୁଛନ୍ତି । ସମବାୟଭିିକ ପାରାଦୀପଠାରେ ଥିବା ଇଫକୋ ସାର କାରଖାନା ସମଗ୍ର ଦେଶରେ ଏକ ରୋଲ ମଡେଲ୍ ହୋଇଛି । ଇଫକୋର ନିରନ୍ତର ପ୍ରୟାସକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଶାହା ଉଚ୍ଚ ପ୍ରଶଂସା କରିଥିଲେ । ଏହି ସମାବେଶରେ ଇଫକୋର ନିର୍ଦ୍ଦେଶକମଣ୍ଡଳୀ ସାମିଲ ହୋଇଥିଲେ । ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଇଫକୋ ପାରାଦୀପ ୟୁନିଟ୍ ମୁଖ୍ୟ ପି.କେ. ମହାପାତ୍ର । ପାରାଦୀପ ସମେତ ବିଭିନ୍ନ ଅଂଚଳରୁ ଜନସାଧାରଣ,କୃଷକ,ମହିଳାମାନେ ବହୁ ସଂଖ୍ୟାରେ ଏହି ସମାବେଶରେ ଯୋଗ ଦେଇ ମାନ୍ୟବର କେନ୍ଦ୍ର ଗୃହ ଏବଂ ସମବାୟ ବିଭାଗ ମନ୍ତ୍ରୀ ଅମିତ ଶାହାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଇଫକୋ ପାରାଦୀପ ୟୁନିଟ୍କୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ଥିଲା ପ୍ରଥମ ଗସ୍ତ । ଇଫକୋ ପାରାଦୀପ ୟୁନିଟ୍ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରାଯାଇଥିଲା । ଇଫକୋ ଅନ୍ତେବାସୀଙ୍କ ସମେତ ଇଫକୋ ଅଧିକାରୀ, କର୍ମଚାରୀମାନେ ବିଭାଗୀୟ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।
paradeep ru prasanta dash nka report epa news
