March 9, 2026
Home » ଦ ବେଲ୍ ଓମେନସ୍ କ୍ରିକେଟ ଚାମ୍ପିଅନସିପ

ଦ ବେଲ୍ ଓମେନସ୍ କ୍ରିକେଟ ଚାମ୍ପିଅନସିପ

0
WhatsApp Image 2026-03-08 at 6.12.24 PM

ଚମ୍ପିୟାନ ଟ୍ରଫି ପୋଛିନେଲା ପୁରୀ

ପୁରୀ – ବିଶ୍ଵ ମହିଳା ଦିବସ ଅବସରରେ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ୍ ଠାରେ ଆୟୋଜିତ ହୋଇ ଯାଇଛି ଦ ବେଲ୍ ମହିଳା କ୍ରିକେଟ ଚାମ୍ପିଅନସିପ ୨୦୨୬, ଇନର ହୁଇଲ କ୍ଲବ୍ ଶ୍ରୀକ୍ଷେତ୍ର ,ପୁରୀ ଦ୍ଵାରା ଆୟୋଜିତ ଏହି ଚାମ୍ପିଅନସିପ ରେ ଗଞ୍ଜାମ ବନାମ ପୁରୀରେ ପୁରୀ ଜିଲ୍ଲା ବିଜୟୀ ହୋଇ ଦ ବେଲ୍ ଚମ୍ପିୟାନ ଟ୍ରଫି ହାସଲ କରିଥିଲେ ।ସେହି ପରି ରନରର୍ଶ ଅଫ୍ ଟ୍ରଫି ଗଞ୍ଜାମ ଦଳ ନେଇଛନ୍ତି। ଦ ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କୁ ଶୁଭେଛା ବାର୍ତ୍ତା ପ୍ରଦାନ କରିଥିଲେ।ଅନ୍ୟତମ ଅତିଥି ଭାବେ ଓଡ଼ିଶା ଥ୍ରୋ ବଲ୍ ଆସୋସିଏସନ୍ ସମ୍ପାଦକ ଜିତେନ୍ଦ୍ରନାଥ ଦାସ ,ବେଲ୍ ସମ୍ପାଦକ ରାଜ କିଶୋର ପାତ୍ର,ସମାଜ ସେବୀ ହର ପ୍ରସାଦ ମହାପାତ୍ର ପ୍ରଭୃତି ଯୋଗ ଦେଇ ଥିଲେ।ପ୍ରଥମେ ଟଚ ଜିତି ପୁରୀ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୦ ଓଭାରରେ ୭ ୱିକେଟ ବିନିମୟରେ ସର୍ବମୋଟ ୧୩୦ ରନ ସଂଗ୍ରହ କରି ଥିଲେ ।ମ୍ୟାଚ୍ ଦ୍ଵିତୀୟ ଇନିଂସ ରେ ୧୩୧ ରନ ଟାର୍ଗେଟ ପିଛା କରି ୨୦ ଓଭରେ ୫ ୱିକେଟ ବିନିମୟରେ ଗଞ୍ଜାମ ୧୨୪ ସଂଗ୍ରହ କରି ରନର୍ଶ ଅଫ୍ ହୋଇ ଥିଲେ।ଏହି ମ୍ୟାଚରେ ପୁରୀ ର ଜାଜ୍ଞସେନି ସାହୁଙ୍କୁ ଓମେନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇ ଥିଲେ। ପୁରୀ କ୍ୟାପଟେନ ଉଗ୍ରଲିପି ପରିଡ଼ା , ଭାଇସ କ୍ୟାପଟେନ ସାଲିନି ଦାସ ଅତିଥି ମାନଙ୍କ ଠାରୁ ଦ ବେଲ୍ ଓମେନ କ୍ରିକେଟ ଚାମ୍ପିଅନ ସିପ ଟ୍ରଫି ଗ୍ରହଣ କରି ଥିଲେ।ଅମ୍ପୟାର ଭାବେ ଅକ୍ଷୟ କୁମାର ପରିଡ଼ା ଏବଂ କେଶବ ଚନ୍ଦ୍ର ଦାସ ମ୍ୟାଚ୍ ପରିଚାଳନା କରି ଥିଲେ। ରୁସ୍ତମ୍ ମହମ୍ମଦ ମ୍ୟାଚ୍ କମେଣ୍ଟେଟାର ଭାବରେ ଯୋଗ ଦେଇ ଥିଲେ କାର୍ଯ୍ୟକ୍ରମକୁ ଇନର ହ୍ବିଲ କ୍ଲବ୍ ଶ୍ରୀକ୍ଷେତ୍ରର ପୁରୀ ସଭାପତି ରାଜଲକ୍ଷ୍ମୀ ଦାସ ,ସମ୍ପାଦିକା ମିନତି ନାୟକ ଭେଟରାନ ମହିଳା କ୍ରିକେଟିୟାର ଭାଗ୍ୟଲକ୍ଷ୍ମି ଦାସ,ସୁନିତା ମିଶ୍ର ପ୍ରଭୃତି ପରିଚାଳନା କରି ଥିଲେ।ଏହି ଅବସରରେ ମାଷ୍ଟର ସେଫ ଅଞ୍ଜୁ ପ୍ରଧାନ ଓ ମଞ୍ଜୁ ଓଝା ଏବଂ କ୍ରିକେଟିଏର ସାଲିନୀ ଦାସଙ୍କୁ ବିଶେଷ ଭାବରେ ସମ୍ମାନିତ କରାଯାଇ ଥିଲା। ସମ୍ମାନିତ କରାଯାଇ ଥିଲା।

Leave a Reply

Your email address will not be published. Required fields are marked *