March 11, 2026
Home » ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ବିକ୍ଷୋଭ

ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ବିକ୍ଷୋଭ

0
WhatsApp Image 2026-03-07 at 8.01.00 PM

 

ଜନତାଙ୍କୁ ଶୋଷଣ କରିବା କାରସାଦି ମୋଦୀ ସରକାରଙ୍କୁ ଜଣା : ମିନାକ୍ଷୀ

ଭୁବନେଶ୍ୱର: ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନିପତୀଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଂଟିନ ଛକ ଠାରେ ଏକ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । ଏହି ବିକ୍ଷୋଭରେ ଗ୍ୟାସ ଟାଙ୍କି ମୁଣ୍ଡେଇ ମହିଳା କଂଗ୍ରେସ ନେତୃବୃନ୍ଦ ରାଲି କରିଥିଲେ ଏବଂ ମାଷ୍ଟର କ୍ୟାଣ୍ଟିନ ଛକରେ ଚୁଲିରେ କାଠ ଜାଳି ରୋଷେଇ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ହରଦିପ୍ ସିଂ ପୁରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।ଏହି ଅବସରରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବାହିନୀପତି କହିଥିଲେ ଯେ ମୋଦୀ ସରକାର ସିଲିଣ୍ଡର (୧୪.୨ କିଲୋ) ପିଛା ୬୦ ଟଙ୍କା ଦର ବୃଦ୍ଧି କରିଛନ୍ତି । ଅନ୍ୟପକ୍ଷରେ ବ୍ୟବସାୟିକ ସିଲିଣ୍ଡର (୧୯ କିଲୋ) ୧୧୫ ଟଙ୍କା ବୃଦ୍ଧି ପାଇଛି । ଗତ ୧୧ ମାସ ତଳେ ଅପ୍ରିଲ ୮ ତାରିଖରେ ମୋଦୀ ସରକାର ଘରୋଇ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିଥିଲେ । ସାଧାରଣ ଜନତାଙ୍କର ଗଳାରେ ଖୋଜ ପକାଇଛନ୍ତି । ସାଧାରଣ ଜନତାଙ୍କୁ କିଭଳି ଶୋଷଣ କରାଯିବ ତା’ର କାରସାଦି ମୋଦୀ ସରକାରଙ୍କୁ ଜଣା । ଅନ୍ୟପକ୍ଷରେ ୨୦୧୪ ମସିହା ପୂର୍ବରୁ ମନମୋହନ ସିଂ ସରକାରଙ୍କ ସମୟରେ ଘରୋଇ ସିଲିଣ୍ଡର ପିଛା ୪୧୦ ଟଙ୍କା ଥିବାବେଳେ ଏବେ ଏହା ୧୦୦୦ ଟଙ୍କାକୁ ପହଂଚିଲାଣି । ମୋଦୀଙ୍କର ଆଚ୍ଛାଦିନର ସ୍ୱପ୍ନର ବାସ୍ତବତା କିଭଳି ବିକୃତ ତାକୁ ଆଜି ଦେଶର ସାଧାରଣ ଜନତା ଅନୁଭବ କରୁଛନ୍ତି । ଏହି ମହଙ୍ଗାମାଡ ସିଧାସଳଖ ହାଣ୍ଡିଶାଳରେ ପଡିଛି । ଏଣୁ ହାଣ୍ଡିଶାଳରୁ ବିପ୍ଳବର ସ୍ୱର ପ୍ରକଟିତ ହେବାର ସମୟ ଆସିଛି । ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ଅବିଶ୍ୱକଲ୍ୟାଣୀ କର, ସୁନିତା ବିଶ୍ୱାଳ, କୁସୁମ ପ୍ରଧାନ, ଗୀତାଞ୍ଜଳି ମହାନ୍ତି, ଶ୍ରୀୟାସ୍ମିତା ପଣ୍ଡା, ବାସନ୍ତି ସାମଲ, ଅମିସା ସାମନ୍ତରାୟ, ଜୟସ୍ମିତା ମହାନ୍ତି, ଚୈତାଳି ପଟ୍ଟନାୟକ, ମଞ୍ଜୁ ମିଶ୍ର, କଳ୍ପନା ପଣ୍ଡା, ଉର୍ବଶ୍ରୀ ମିଶ୍ର, ଗୀତାଞ୍ଜଳି ନାୟକ, ମାମିନା ବେହେରା, ମାଳତୀ ନାୟକ, ଜୟଶ୍ରୀ ପାତ୍ର ଓ କଳ୍ପନା ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *