March 9, 2026
Home » ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ -୨୦୨୬ ପାଳିତ ଓ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ବିତରଣ ।

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ -୨୦୨୬ ପାଳିତ ଓ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ବିତରଣ ।

0
1000975316
ନୟାଗଡ଼: ନୟାଗଡ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ–୨୦୨୬ ଜିଲ୍ଲା ପରିଷଦ ସୃଜନ ସମ୍ମିଳନୀ କକ୍ଷରେ ପାଳିତ ହେବା ସଙ୍ଗେ ସଙ୍ଗେ ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ସମ୍ମାନନୀୟା ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ,ରୋଜିନା ଦାସ,, ଡିଏଲଏସଏ ସଚିବ ଅଞ୍ଜଳି ମଚ୍ଛଖଣ୍ଡ,‌ ଉପ-ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ନୟାଗଡ଼ ପୌରପାଳିକା ଅଧ୍ୟକ୍ଷା ନିରୁପମା ଖଟେଇ ଏବଂ ଡିଏସଡବ୍ଲ୍ୟୁଓ ଜୟଶ୍ରୀ ପଟ୍ଟନାୟକ ମଞ୍ଚାସୀନ ଥିଲେ।
       ଉକ୍ତ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି ବିତରଣ ସହିତ ଜିଲ୍ଲାସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜେତା ୧୫୨ ଜଣ ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ, ଅଙ୍ଗନବାଡ଼ି ସହାୟିକା, ସୁପରଭାଇଜର, ସିଡିପିଓ, ଓଏସସି ଓ ଶକ୍ତି ସଦନ ନୟାଗଡ଼ର କର୍ମଚାରୀମାନଙ୍କୁ ମାନ୍ୟବର ବାଚସ୍ପତି, ବିଧାୟକ ଓ ଜିଲ୍ଲାପାଳଙ୍କ ହସ୍ତରେ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଓଡ଼ଗାଁ ପ୍ରକଳ୍ପର ସୁପରଭାଇଜର ଅନୁପମା ଦାସଙ୍କୁ ବେଷ୍ଟ ସୂପରଭାଇଜର ଭାବେ ଏବଂ ରଣପୁର ପ୍ରକଳ୍ପର ସିଡିପିଓ ସୁପ୍ରଭା ପାଣ୍ଡଙ୍କୁ ବେଷ୍ଟ ସିଡିପିଓ ଭାବେ ସମ୍ମାନ ପତ୍ର ସହ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଡିପିସି ଏବଂ ଡିଏଚଇଡବ୍ଲ୍ୟୁର ଜିଲ୍ଲା ସଂଯୋଜକ ଦ୍ୱାରା ସୁଚାରୁ ଭାବେ ପରିଚାଳନା କରାଯାଇଥିଲା ।ଶେଷରେ ପ୍ରୋଗ୍ରାମ ଅଫିସର ଧନ୍ୟବାଦ ଅର୍ପଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *